ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ଼. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବିରେ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ ଓ ଶୋଭାଯାତ୍ରା

ଡ଼. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବିରେ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ, ସଚେତନ ନାଗରିକ ମଞ୍ଚ ପକ୍ଷରୁ ପ୍ରତିବାଦ ଓ ଶୋଭାଯାତ୍ରା

କୋକସରା,୧୯/୮ // କଲିକତାର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ବିଭତ୍ସ ହତ୍ୟା ପରେ ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ପାଇଁ ଆନ୍ଦୋଳନ ଜାରି ରହିଛି। ଗତ ୯ ତାରିଖରେ ଏହି ସ୍ପର୍ଶକାତର ଘଟଣା ଘଟିଥିଲା ଏହାକୁ ପ୍ରତିବାଦ କରି ଦେଶବ୍ୟାପୀ ଧର୍ମଘଟ ଆନ୍ଦୋଳନ ଜାରି ରହିଛି। ଏହି ଘଟଣାକୁ ପ୍ରତିବାଦ ଓ ବିରୋଧ କରି ସୋମବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ଓ ସଚେତନ ନାଗରିକ ମଞ୍ଚର ମିଳିତ ଆବାହନରେ ବଳାତ୍କାର ଓ ଅମାନୁଷିକ ନିର୍ଯ୍ୟାତନାରେ ମୃତ ମହିଳା ଡାକ୍ତରଙ୍କ ଅମର ଆତ୍ମାର ସଦଗତି ଓ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଧ୍ୟାରେ କୋକସରା ଜଗନ୍ନାଥ ମନ୍ଦିରରୁ ଡାକ୍ତରଖାନା ଛକ ପର୍ଯ୍ୟନ୍ତ ଏକ ରେଲି ଅନୁଷ୍ଠିତ ହୋଇଯାଇଛି। ଏହି ରେଲିରେ ଶତାଧିକ ଯୁବକ, ସାମ୍ବାଦିକ, ସଚେତନ ନାଗରିକ ସାମିଲ ହୋଇ ଘଟଣାକୁ ଦୃଢ଼ ବିରୋଧ କରିବା ସହ ଦୋଷୀ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି। ପରେ ଏକ ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ସମସ୍ତ ବର୍ଗର ଲୋକେ ମୃତ ଡ଼. ମୌମିତା ଦେବନାଥଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କୋକସରା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଡାକ୍ତର ଦେବେନ୍ଦ୍ର ମାଝୀ, ସାମ୍ବାଦିକ ସଙ୍ଘର ସଭାପତି ଶରତ ଚନ୍ଦ୍ର ରାଉତ, ଉପ ସଭାପତି ସନତ କୁମାର ପ୍ରଧାନୀ, ସାଧାରଣ ସମ୍ପାଦକ ସୁଧାରାମ ସରାଫ, ସହ ସମ୍ପାଦକ ସୁରେଶ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ପାଟ୍ଟଯୋଷୀ, କୋଷାଧ୍ୟକ୍ଷ ଭୋଳାନାଥ ପଟେଲ, ସାଙ୍ଗଠାନିକ ସମ୍ପାଦକ ଭଦ୍ରାଞ୍ଚଳ ନାଏକ, ସଭ୍ୟ ତ୍ରିଲୋକ୍ୟ ବେଶ୍ରା, କିଶନ ପଟ୍ଟନାୟକ, ତାପସ ରଞ୍ଜନ ରାୟ, ରୂପେନ୍ଦ୍ର ସୁନାନୀ, ଦିଗାମ୍ବର ନାଗ, ରାଧାକାନ୍ତ ହଂସ, କାମେଶ ନାଗ, ସନ୍ତୋଷ ନାୟକ, ରଞ୍ଜନ କୁମାର ସାହୁ, ପଦ୍ମବନ ବେମାଲ, ତ୍ରିନାଥ ବେଶ୍ରା, ଯୋଗୀନ୍ଦ୍ର ବାରିକ, ସମେତ ସଚେତନ ମଞ୍ଚରୁ ସ୍ଥାନୀୟ ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ପେନସନ ଗ୍ରାହୀ ସଙ୍ଘ ସଦସ୍ୟ ଶ୍ରୀନିବାସ ପ୍ରଧାନୀ, କେଶବ ଚନ୍ଦ୍ର ନାଏକ, ଦୁର୍ଗା ପ୍ରସାଦ ପ୍ରଧାନୀ, ତ୍ରିନାଥ ଶବର, ପ୍ରମୋଦ ପ୍ରଧାନୀ, ସୁଶାନ୍ତ ବେହେରା, ଶାରଳା ପ୍ରଧାନୀ, ତ୍ରିଭୁବନ ନାଏକ, ଯାଦବ ସମାଜ ସଭାପତି କୋକସରା ବ୍ଲକ ବିନୋଦ ବିହାରୀ ରାଉତ, ବିନୋଦ ସିଂ, କ୍ଷୀରସିନ୍ଧୁ ପ୍ରଧାନୀ, ଜିତାମିତ୍ର ପ୍ରଧାନୀ ଓ ଅନ୍ୟ ସଚେତନ ଯୁବକ ମାନେ ସାମିଲ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

କଲନାରା ବ୍ଲକ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ 

Sunil Chandra Nayak

ରାଜ୍ୟ ଯୋଜନା ଓ ସମନ୍ଵୟ କ୍ୟାବିନେଟ ମନ୍ତ୍ରୀଙ୍କ ଡାବୁଗାଁ ଗସ୍ତ, ୮ ଟି ପ୍ରକଳ୍ପର ଭୂମି ପୂଜନ

Sunil Chandra Nayak

ଲାଞ୍ଜିଗଡ଼ ପ୍ରେସ୍ କ୍ଲବ ପକ୍ଷରୁ ନୂଆ ବିଡିଓଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!