ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ରକ୍ଷା ବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ 

ଜୁନାଗଡ଼ ରେ ରକ୍ଷା ବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ 

ଜୁନାଗଡ଼ ୧୯/୮ ( ମନୀସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁରୁଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରକ୍ଷା ବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ ଉତ୍ସବ ମହା ସମାରୋହରେ ପାଳିତ ହୋଇ ଯାଇଛି ।ଜୁନାଗଡ଼ ବ୍ଲକ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆଙ୍କ ନେତୃତ୍ୱରେ ଏବଂ ସମ୍ବାଦ ସାହିତ୍ୟ ଘର ସଭାପତି ଅଶୋକ ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ। ସବିତା ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମ ର ଶୁଭ ଉଦ୍ଘାଟନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷ ପ୍ରମୋଦ କୁମାର ବେହେରା ,ଜୁନାଗଡ଼ ଏନ ଏ ସି ଅଧକ୍ଷ ମୁକେଶ ଅଗ୍ରୱାଲ ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଶ ମେହେର ,ବରିଷ୍ଠ ଶିକ୍ଷାବିତ ରାଧେଶ୍ୟାମ ପଣ୍ଡା , କବି କୈଳାସ ରାଉତ ,ଆଇନଜୀବୀ ବିଶ୍ୱନାଥ କର ,ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ରକ୍ଷା ବନ୍ଧନ ଓ ନିଶା ନିବାରଣ ବ୍ରତ ପାଳନ ସମ୍ୱନ୍ଧରେ ଉପସ୍ଥିତ ମହିଳା ,ଛାତ୍ର ଛାତ୍ରୀ ଏବଂ ଜନସାଧାରଣଙ୍କୁ ମାର୍ଗ ଦର୍ଶନ କରି ନିଶା ସେବନରୁ ନିବୃତ ରହିବାକୁ ନିବେଦନ କରିଥିଲେ ।କାର୍ଯ୍ୟକ୍ରମ ଆରମ୍ଭରେ ଗଣେଶ ଫଟୋ ଚିତ୍ରରେ ଅତିଥି ମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ଏବଂ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ପରେ ବିଦ୍ୟାଳୟର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିବା ବେଳେ କ୍ଷ୍ୟମା ଶିଳା ଛତ୍ରିଆ ଏକ ସୁନ୍ଦର ଭଜନ ପରିବେଷଣ କରିଥିଲେ ।ଏଥିରେ ମହିଳା ସଭନେତ୍ରୀ ସଂଖସିନୀ ପଣ୍ଡା ନିଶା ନିବାରଣ ବିଷୟରେ ସଚେତନତା ବାର୍ତା ପ୍ରଦାନ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ମହିଳା ଓ ପୁରୁଷ ,ସ୍ୱେଚ୍ଛ ରକ୍ତ ଦାତା ,ସମ୍ବାଦ ସାହିତ୍ୟ ସଭ୍ୟ ,ସଭ୍ୟ। ,ଛାତ୍ର ଛାତ୍ରୀ ଉପସ୍ଥିତ ରହି ରକ୍ଷା ବନ୍ଧନ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ସମ୍ବାଦ ସାହିତ୍ୟ ଘରର ସମ୍ପାଦକ ପ୍ରମୋଦ ଛତ୍ରିଆ ମଞ୍ଚ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ରେ ୩ ଶହ ରୁ ଉର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ ।ଏଥିରେ ସମସ୍ତ ଲୋକଙ୍କୁ ଚକୋ ଲେଟ ,ଲଡୁ ଏବଂ ଭୋଜନର ବ୍ୟବସ୍ଥା କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଶିକ୍ଷକ ସନ୍ତୋଷ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ପରେ ସମ୍ବାଦ ସହିତ୍ୟ ଘର ପକ୍ଷରୁ ନିଶା ନିବାରଣ ସମନ୍ଦିୟ କବିତା ଆସର କରାଯାଇଥିଲା ।ଏହାକୁ ସମ୍ବାଦ ସାହିତ୍ୟ ଘରର ଉପ ସଭାପତି ଅଜୟ ଦାସ ସଭାପତିତ୍ କରିଥିଲେ ।ଏଥିରେ ବରିଷ୍ଠ କବି ନାୟକ ,କବି ମନୋଜ ମହାନ୍ତି ,କବି ଦାମୋଦର ବେହେରା ,ଶିକ୍ଷାବିତ ପ୍ରିୟ ବ୍ରତ ବାଣୁଆ ପ୍ରମୁଖ ମଞ୍ଚ।ସିନ ରହିଥିଲେ ।ଏଥିରେ କବି ମାନେ ନିଶା ନିବାରଣ ଉପରେ କବିତା ପାଠ କରିଥିଲେ ।କାର୍ଯ୍ୟକ୍ରମ ରେ ଶିକ୍ଷକ ସନ୍ତୋଷ କୁମାର ମେହେର ମଞ୍ଚ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ରେ ଲଙ୍କେଶ୍ୱରୀ ସାମ୍ବାଦିକ ସଂଘର ସଭାପତି ଦୁର୍ଯ୍ୟୋଧନ ମାଝି ,ଅଜାମ୍ବର ନ।ଏକ ,କୁମର ମଣି ଦୁର୍ଗା ,କ୍ଷମା ଶିଳା ଛତ୍ରିଆ ,ଗିରିଜା ଭୂଷଣ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୬ତମ ଜନ୍ମ ଜୟନ୍ତି ପାଳିତ

masiha

ତେରେସିଂହାରେ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

Sunil Chandra Nayak

आदर्श राजनीतिज्ञ दीपक कुमार चौधुरी

masiha

Leave a Comment

error: Content is protected !!