ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ଲାଗି ୫ ଏକରଚାଷ ଜମି ର ପନିପରିବା ଓ ଡାଲି ଜାତୀୟ ଫସଲ ନଷ୍ଟ 

ତେନ୍ତୁଳିଖୁଣ୍ଟି:- ୦୧/୦୩/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଲଗୁମ୍ମା ପଂଚାୟତ ଝଡ଼ିଆ ଗୁଡା ଗ୍ରାମ ରେ ସ୍ଥାନୀୟ ଗ୍ରାମବାସୀମାନେ ଜାଣିବା ପୂର୍ବରୁ ନିଆଁ ଲାଗି ଗୋପି ମୁଦୁଲି ଓ ଲଛମନ ମୁଦୁଲି ଙ୍କ 5ଏକର କରିଥିବା ଟମାଟୋ, ସିମ୍ବ ଚଣା ଜାତୀୟ ଫସଲ ନିଆଁରେ ଧ୍ୱଂସ ହୋଇଛି। ଖବର ପାଇ ସ୍ଥାନୀୟ ସରପଞ୍ଚ କୁସୁମା ପୂଜାରୀ, ସ୍ଥାନୀୟ ସମାଜିକ କର୍ମୀ ତଥା ଯୁବ ନେତା କାହ୍ନୁ ସିଂ ସାଧୁ ତେନ୍ତୁଳିଖୁଣ୍ଟି ଦମକଳ କାର୍ଯ୍ୟାଳୟ ଦୃଷ୍ଟି ଆକର୍ଷଣ କରିଥିଲେ।ଦମକଳ କର୍ମଚାରୀ ଆସି ନିଆଁ ଲିଭାଇବା ସହ ନିଆଁ ଆୟତ୍ତ କରିଥିଲେ।  ଚାଷ ଜମି ରେ ନିଆଁ ଲାଗିଥିବା ଖବର ପାଇ ଅଂଚଳଗୁମ୍ମା ସହକାରୀ ରାଜସ୍ବ ନିରୀକ୍ଷକ ଶ୍ରୀ ବାବୁଲା ଭତରା  ଚାଷ କେତେ ପରିମାଣରେ ନଷ୍ଟ ହୋଇଛି ଆକଳନ କରି ସରକାର ରିପୋର୍ଟ ପ୍ରଦାନ କରିବେ ବୋଲି କହିଛନ୍ତି।ପ୍ରକାଶ ଥାଉକି ଏହା ଏକ ଚାଷ ବହୁଳ ଅଞ୍ଚଳ ଚାଷ ଉପରେ ନିର୍ଭର କରି ଏଠିକାର ଲୋକ ନିଜ ପରିବାରର ପ୍ରତିପୋଷଣ କରନ୍ତି।ତେଣୁ ଏହାର ଏହା ତଦନ୍ତ କରି କ୍ଷତି ସହିଥିବା ଚାଷୀକୁ ସରକାର ତରଫରୁ ଉଚିତ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଯୁବକ ତ୍ରିପତି ପୂଜାରୀ, ଭିକ୍ଟୋରି ବିଶାୟୀ, ଜେମ୍ସ ଗରଡା, ଲଛମାନ ଝଡ଼ିଆ ପ୍ରମୁଖ ଦାବି କରିଛନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲା ସ୍ତରୀୟ କୃଷକ ଦିବସ ପାଳିତ ଅକ୍ଷୟ ତୃତୀୟା ଅବସରରେ ଚାଷୀ ମାନଙ୍କୁ ସି ଏମ କିଷ।ନ ଅନ୍ତର୍ଗତ ସହାୟତା ରାଶି ପ୍ରଦାନ

masiha

ଶବ ପୋତିବାକୁ କେନ୍ଦ୍ର କରି ଉତ୍ତେଜନା

masiha

ୟଙ୍ଗ ଅଥର୍ସ ଲିଗ୍ ଆୱାର୍ଡ଼ ରେ ସତ୍ୟ ସିଦ୍ଧାର୍ଥ ପଣ୍ଡାଙ୍କ ପୁସ୍ତକ ମନୋନୀତ

Sunil Chandra Nayak

Leave a Comment

error: Content is protected !!