ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵନ୍ଧୁଗାଁରେ ଏଡ଼ସ ଦିବସର ସଚେତନ ରାଲି

ଵନ୍ଧୁଗାଁରେ ଏଡ଼ସ ଦିବସର ସଚେତନ ରାଲି

ବନ୍ଧୁଗାଁ ତା,୧୵୧୨:୨୩, ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡ୍ କ୍ରସ୍ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । ଯୁବ ରେଡ୍ କ୍ରସ୍ ର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ବିଦ୍ୟାଳୟ ଠାରୁ ଆରମ୍ଭ କରି ବନ୍ଧୁଗାଁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ରାଲି କରା ଯାଇ ଜନସାଧାରଣଙ୍କୁ ଏଡସ୍ ର କାରଣ ଏବଂ ଭୟାବହତା ଉପରେ ସଚେତନତା କରାଯାଇଥିଲା । ପରେ ପରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଏକ ସଭା ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷତ୍ରୀ ରଶ୍ମିତା ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା ଓ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ମଧୁସୁଧନ ବଡ଼ନାୟକ,ଅନ୍ଯାନ୍ଯ ଶିକ୍ଷକ ଓ ଶିକ୍ଷତ୍ରୀ ଓ ବିଦ୍ୟାଳୟ ର କର୍ମକର୍ତ୍ତା ଯୁବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିବା ସହ ସ୍ବେଚ୍ଛାସେବୀଙ୍କୁ ଏଡସ୍ ସମ୍ବନ୍ଧୀୟ ସଚେତନତା କରାଇଥିଲେ । ଏଡସ୍ ରୋଗର ଭୟାବହତା, କାରଣ ଏବଂ ନିରାକରଣ ଉପରେ ଆଲୋକପାତ କରି ସ୍ବେଚ୍ଛାସେବୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ କୁ ରେଡ୍ କ୍ରସ୍ ଦ୍ୱାରା ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀଙ୍କ ସହଯୋଗ ଦ୍ୱାରା ସୁପରିଚାଳନା କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ନଟାକଟାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

ଭିନ୍ନକ୍ଷମ ମାନଙ୍କ ମୌଳିକ ଅଧିକାର ପାଇଁ ଦିନିକିଆ କର୍ମଶାଳା 

masiha

ରୋଟ୍ରାକ୍ଟ କ୍ଳବ୍ ଢେଙ୍କାନାଳ ତରଫରୁ ସ୍ଥାନୀୟ ଭାଗିରଥି ସାଗର ଠାରେ ସଫେଇ ଅଭିଯାନ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!