ଵନ୍ଧୁଗାଁରେ ଏଡ଼ସ ଦିବସର ସଚେତନ ରାଲି
ବନ୍ଧୁଗାଁ ତା,୧୵୧୨:୨୩, ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁବ ରେଡ୍ କ୍ରସ୍ ଆନୁକୂଲ୍ୟରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । ଯୁବ ରେଡ୍ କ୍ରସ୍ ର ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଶୋଭାଯାତ୍ରା ବିଦ୍ୟାଳୟ ଠାରୁ ଆରମ୍ଭ କରି ବନ୍ଧୁଗାଁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଏକ ରାଲି କରା ଯାଇ ଜନସାଧାରଣଙ୍କୁ ଏଡସ୍ ର କାରଣ ଏବଂ ଭୟାବହତା ଉପରେ ସଚେତନତା କରାଯାଇଥିଲା । ପରେ ପରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଏକ ସଭା ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷତ୍ରୀ ରଶ୍ମିତା ସେଠି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସନ୍ନମାନୀୟ ଅତିଥି ଭାବରେ ବନ୍ଧୁଗାଁ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତି ଲଷ୍ମୀ କାଡ୍ରାକା ଓ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ମଧୁସୁଧନ ବଡ଼ନାୟକ,ଅନ୍ଯାନ୍ଯ ଶିକ୍ଷକ ଓ ଶିକ୍ଷତ୍ରୀ ଓ ବିଦ୍ୟାଳୟ ର କର୍ମକର୍ତ୍ତା ଯୁବ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ତ୍ବରାନ୍ବିତ କରିବା ସହ ସ୍ବେଚ୍ଛାସେବୀଙ୍କୁ ଏଡସ୍ ସମ୍ବନ୍ଧୀୟ ସଚେତନତା କରାଇଥିଲେ । ଏଡସ୍ ରୋଗର ଭୟାବହତା, କାରଣ ଏବଂ ନିରାକରଣ ଉପରେ ଆଲୋକପାତ କରି ସ୍ବେଚ୍ଛାସେବୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ କୁ ରେଡ୍ କ୍ରସ୍ ଦ୍ୱାରା ନିର୍ଦ୍ଦେଶ କ୍ରମେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀଙ୍କ ସହଯୋଗ ଦ୍ୱାରା ସୁପରିଚାଳନା କରିଥିବା ବେଳେ ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।