ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ଠାରେ କୋରାପୁଟ ଜିଲ୍ଲା ପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

ଲକ୍ଷ୍ମୀପୁର:-କୋରାପୁଟ ଜିଲ୍ଲା ପାଳ ଅବୁଦୁଲ ଏମ୍ ଅକଚାରଙ୍କ ଆଜି ମିଳିତ ଭାବେ ଜନ ଶୁଣାଣୀ ଲକ୍ଷ୍ମୀପୁର ବ୍ଲକ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଥିଲା । ଏଥିରେ ୬୯ ଗୋଟି ଅଭିଯୋଗ ଆସିଥିବା ବେଳେ ବ୍ୟକ୍ତିଗତ ୪୫ ସାମୁହିକ ୨୪ ଆସିଥିଲା ସେଥି ମଧ୍ୟରୁ ସାମୁହିକ ଭାବେ କଡ଼ିଙ୍ଗା ମାଳି ସୁରକ୍ଷା ମଞ୍ଚ ତରଫରୁ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଥିଲେ କି ଆମ ପାରିପାର୍ଶ୍ବିକ ଅଞ୍ଚଳରେ ବାହାରରୁ ଥିବା କଡ଼ିଙ୍ଗା ମାଳି ମୂଲ୍ୟବାନ ବକ୍ସାଇଟ ଖଣି କୌଣସି ପଲ୍ଲୀ ସଭା କିମ୍ବା ଗ୍ରାମ ସଭା କରି ବେଆଇନ ଭାବେ ଖଣି ଖନନ କରୁଥିବାରୁ ଅଞ୍ଚଳ ବାସୀ ପ୍ରଭାବିତ ହେଉଛନ୍ତି। ଏପରିକି ଖଣି ଖନନ ଦ୍ଵାରା ଅଞ୍ଚଳରେ ପାଣି, ପବନ ଦୂଷିତ ହେଉଥିବାରୁ ନାଁ ଏଠାରେ ଚାଷ ହେଉଛି ନାଁ ଅଞ୍ଚଳ ବାସୀ ଠିକ୍ ରେ ଜୀବନ ବିତାଇ ପାରୁଛନ୍ତି। ତେଣୁ ଯଥା ସିଘ୍ର କଡ଼ିଙ୍ଗା ମାଳି ବକ୍ସାଇଟ ଖଣି ଖନନ ବନ୍ଦ କରିବା ସହ ଆମ ଅଞ୍ଚଳରେ ଶାନ୍ତି ଫେରାଇ ଆଣନ୍ତୁ ବୋଲି ସୁରକ୍ଷା ମଞ୍ଚ ଦାବି କରିଛନ୍ତି। ଯଦି ଖଣି ଖନନ କରାଯାଉଛି ତାହେଲେ ଆମ ଅଞ୍ଚଳର ଯେଉଁ ଜମି କମ୍ପାନୀ କତୃପକ୍ଷ ନେଇ ଛନ୍ତି ଉକ୍ତ ସ୍ଥାନରେ ଏକ ପ୍ରକଳ୍ପ ନିର୍ମାଣ କରି ଅଞ୍ଚଳ ବାସୀଙ୍କୁ ନିଯୁକ୍ତି ଦେଲେ ଆମେ ଖଣି ଖନନ ପାଇଁ ଅନୁମତି ଦେବୁ ନଚେତ୍ ମରିବୁ ପଛେ ଆମ ଭିଟାମାଟି ପାଇଁ ଲଢେଇ ଜାରି ରଖିବୁ ବୋଲି କହିବା ସହ କୋରାପୁଟ ଜିଲ୍ଲା ପାଳ ଆମ ଗୁହାରି ଶୁଣନ୍ତୁ ନଚେତ୍ ଜିରୋ ପଏଣ୍ଟ୍ ଠାରେ ରାସ୍ତା ଅବରୋଧ କରି ଖଣି ଖନନ ବନ୍ଦ କରିବୁ ବୋଲି ସୁରକ୍ଷା ମଞ୍ଚ ଚେତାବନୀ ଦେଇଛନ୍ତି। ଜନ ଶୁଣାଣୀ ଠାରେ କୋରାପୁଟ ଜିଲ୍ଲାର ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ରବି ନାରାୟଣ ପଣ୍ଡା ଏବଂ ସମସ୍ତ ଲାଇନ୍ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହା ପରେ ଜିଲ୍ଲା ପାଳ ଲକ୍ଷ୍ମୀପୁର ୪୧ ଟି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ୧ କୋଟି ୪ ଲକ୍ଷ ଟଙ୍କା ରୁଣ ପ୍ରଦାନ କରିବା ସହ ୧୦ ଜଣ ଦିବ୍ୟାଙ୍ଗ ବ୍ୟକ୍ତି ବିଶେଷଙ୍କୁ ଟ୍ରାଇ ସାଇକେଲ ସହ କାନ ଶୁଣା ଯନ୍ତ୍ର ପ୍ରଦାନ କରିଥିଲେ। ଏହା ପରେ ମିଲେଟ୍ ଦ୍ଵାରା ମାଣ୍ଡିଆରେ ପ୍ରସ୍ତୁତି ଖାଦ୍ୟ ସାମଗ୍ରୀକୁ ପ୍ରମୋଟ୍ କରିବା ସହ ଆସିଡିଏସ୍ ଦ୍ଵାରା ଟୟାଥୋନ୍ ପ୍ରଦର୍ଶନ ବୁଲି ଦେଖି ମଜା ନେଇଥିଲେ। ଏହି ସମୟରେ ଲକ୍ଷ୍ମୀପୁର ବ୍ଲକ ଅଧ୍ୟକ୍ଷା ସୁଆଇ କୁଲେସିକା, ଉପାଧ୍ୟକ୍ଷା ଆରୋତୀ କୁଳଦୀପ, ବିଡ଼ିଓ ପ୍ରୀତି ରଞ୍ଜନ ରଥ, ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଜୀବନ କୁମାର ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ପ୍ରଶାସନ ତରଫରୁ ସମସ୍ତ ପାଇଁ ଭୋଜନ ବ୍ୟବସ୍ଥା କରିଥିଲେ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଇଗ୍ନୋ ପକ୍ଷରୁ ପାଠ୍ୟକ୍ରମ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ହାଇଦ୍ରାବାଦ ର ରାଜ୍ୟ ଚିତ୍ରକଳା ଗ୍ୟାଲେରୀରେ ନିପୁଣ ସୁନ୍ଦର କଳା କୃତି ପ୍ରଦର୍ଶନ

Sunil Chandra Nayak

ଜୁନାଗଡ଼ ଆତ୍ମା ର ଅଧ୍ୟକ୍ଷଅଶୋକ ପଟ୍ଟନାୟକ ଙ୍କ ପରଲୋକ 

masiha

Leave a Comment

error: Content is protected !!