ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵଢଦୁନ୍ଦୁ ପଞ୍ଚାୟତର ସରପଞ୍ଚ ଅଯୋଗ୍ୟ ଘୋଷିତ 

ମୟୂରଭଞ୍ଜ -୨୦/୭ ( ମସିହା)ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ଯାମଦା ବ୍ଳକର ବଡଦୁନ୍ଦୁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଦୁଇଜଣ ଏସଟି ମହିଳା ବର୍ଗର ପ୍ରାର୍ଥିନୀ ନିର୍ବାଚନ ଲଢ଼ିଥିଲେ ।ତନ୍ମଧ୍ୟରୁ ସୁଖୁମଣି ସୋରେନ ତାଙ୍କର ପ୍ରତିଦ୍ବନ୍ଦୀ ସୁମିତ୍ରା ହେମ୍ବ୍ରମଙ୍କୁ ହରାଇ ବିଜୟ ଲାଭ କରି ସରପଞ୍ଚ ଦାୟିତ୍ୱରେ ଥିଲେ । କିନ୍ତୁ ପରାଜିତ ପ୍ରାର୍ଥିନୀ ସୁମିତ୍ରା ହେମ୍ବ୍ରମ ସୁଖୁମଣି ସୋରେନଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ତଥା ସୁଖୁମଣିଙ୍କର ଦୁଇଟି ସ୍ଥାନରେ ତଥା ତାଙ୍କ ପୈତୃକ ଗ୍ରାମ କାଣ୍ଡସର ଯାହାକି ଅନ୍ୟ ଏକ ପଞ୍ଚାୟତରେ ଏବଂ ଶଶୁର ଘର ଗାଁ ବଡଦୁନ୍ଦୁ ଗାଁ ରେ ଭୋଟର ତାଲିକାରେ ନାମ ଅଛି ।ଯାହାକି ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନ ମାନୁଆଲରେ ଏକ୍ଟ ୧୯୬୪ ବିରୋଧୀ ଅଟେ । ଜଣଙ୍କର ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ରହି ପାରିବ ନାହିଁ ।ଏହାକୁ ନେଇ ସୁମିତ୍ରା କୋର୍ଟର ଆଶ୍ରୟ ନେଇଥିଲେ । ରାଇରଙ୍ଗପୁର କୋର୍ଟରେ ବୁଧବାର ଦିନ ଶୁଣାଣି ଏବଂ ନିର୍ବାଚନର ସମସ୍ତ ନିୟମ କାନୁନକୁ ପରଖି ମାନ୍ୟବର ଜଜ୍ ସିଦ୍ଧାର୍ଥ ଶେଖର ସେନାପତି ବଡଦୁନ୍ଦୁ ସରପଞ୍ଚ ଶଖୁମଣି ସୋରେନ ଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ତାଙ୍କ ପ୍ରତିଦ୍ବନ୍ଦୀ ସୁମିତ୍ରା ହେମ୍ବ୍ରମଙ୍କୁ ଦାୟିତ୍ଵ ହସ୍ତାନ୍ତର ପାଇଁ ଯାମଦା ବ୍ଳକ ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି ।ଆଜି ସୁମିତ୍ରାଙ୍କ ଶୁଭେଛୁ ଓ ସମର୍ଥକ ରାଇରଙ୍ଗପୁର କୋର୍ଟକୁ ଆସି ରାୟର କପି ନେଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବଲାଙ୍ଗୀରରେ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଇ ଟି ଆଇ ଠାରେ ସଚେତନତା କାଯ୍ୟକ୍ରମ 

Sunil Chandra Nayak

ଭୁବନ ଉପ ଡାକଘରେ ମାସେ ହେଲା କମ୍ପ୍ୟୁଟର ଅଚଳ

Sunil Chandra Nayak

ଶ୍ରୀ ଅନ୍ନ ଏବଂ ଭୁଲିଯାଇଥିବା ଖାଦ୍ୟ ୨୦୨୪ର ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ 

masiha

Leave a Comment

error: Content is protected !!