ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତଳଡାବାରି ଗାଁରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ତହସିଲଦାର ଓ ସରପଞ୍ଚଙ୍କ ଗସ୍ତ , ବସ୍ତି ଜମିର ଘର ପଟ୍ଟା ଧାରୀଙ୍କ ଜମି ଚିହ୍ନଟ, ଆଦିବାସୀ ପରିବାରଙ୍କୁ ଥଇଥାନ

ବନ୍ଧୁଗାଁ ତା ୨୦/୭/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ପଞ୍ଚାୟତ ତଳଡାବାରି ଗାଁକୁ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା, ବ୍ଲକ ଅଧ୍ୟକ୍ଷା, ତହସିଲଦାର, ସରପଞ୍ଚ ଓ ବିଜେଡି ବ୍ଲକ ସଭାପତିଙ୍କ ଗସ୍ତ ରେ ବସ୍ତି ଜମିର ଘର ପଟ୍ଟା ଥାଇ ନିଜ ଡଙ୍ଗର ଜମିରେ କୁଡ଼ିଆ ଘର କରି ଥିବା ୨୬ ଜଣ ଆଦିବାସୀ ପରିବାରଙ୍କୁ ଏକାଠି ଘର କରି ବସବାସ କରିବା ପାଇଁ ନିଆଯାଇଛି ପଦକ୍ଷେପ। ଭାରତ ସ୍ୱାଧୀନ ହୋଇ ଅନେକ ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଅନେକ ସରକାରୀ କର୍ମଚାରୀ ଗାଁକୁ ଯାଇନଥିବା ବେଳେ ଅନେକ ଜନପ୍ରତିନିଧି କେବଳ ଭୋଟ ଖଣ୍ଡିକ ପାଇଁ ସାକ୍ଷାତ କରିଥାନ୍ତି। ଯେଉଁ ମାନେ ସେହି ଗାଁ କୁ ଯାଇଛନ୍ତି ସେମାନେ ସାମୁହିକ ସମସ୍ୟା ନ ଶୁଣି ନ ଜାଣି ଫେରି ଆସିଥାନ୍ତି। ଆଜକୁ ଦୁଇ ମାସ ତଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣ୍ୟାକା, ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଓ ବ୍ଲକ ବିଜେଡ଼ି ସଭାପତି ବାଲା ନାଗଙ୍କୁ ସାଥିରେ ନେଇ ଉପର ଡାବାରି ଓ ଉପରଡାବାରି ଗାଁକୁ ଗସ୍ତ କରି ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକା କୁ ସାମୁହିକ ଭାବରେ ବିସ୍ତୃତ ଆଲୋଚନା କରି ଜାଣି ଫେରି ଆସିଥିଲେ।ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉପରଡାବାରି ଗାଁରେ ପିଇବା ପାଣି ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଗାଁ ରେ ଆଜି ପର୍ଯ୍ୟନ୍ତ ଜଣେ ମଧ୍ୟ ପିଲା ସ୍କୁଲ ଯାଇ ପାଠ ପଡୁ ଥିବା ଜାଣି ସରପଞ୍ଚଙ୍କ ଚେଷ୍ଟାରେ ୪ ଜଣ ପିଲାଙ୍କୁ ଆଶ୍ରମ ସ୍କୁଲରେ ପାଠ ପଢିବାର ସୁଯୋଗ ସୃଷ୍ଟି କରିଛନ୍ତି। କିନ୍ତୁ ଆଜି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା ତଳଡାବାରି ଗାଁ ରେ ବ୍ଲକ ଅଧ୍ୟକ୍ଷା, ବ୍ଲକ ବିଜେଡ଼ି ସଭାପତି, ସରପଞ୍ଚ ଓ ସ୍ଥାନୀୟ ତହସିଲଦାର ସଦାଶିବ ଭତ୍ରା, ସୁପର ଭାଇଜର ଭାସ୍କର ଚରଣ ଗମାଙ୍ଗ, ଆର ଆଇ ଗୋପୀନାଥ ମାଝି ଙ୍କ ସହିତ ଗାଁରେ ପହଞ୍ଚି ଗାଁର ଘର ଛାଡି ଜଙ୍ଗଲ ଜମିରେ କୁଡିଆ ଘର ରହୁଥିବା ୧୭ ଜଣ ଆଦିବାସୀ ପରିବାରଙ୍କୁ ଘର ଡିହ ଜମି ଚିହ୍ନଟ କରି ଘର କରି ଏକାଠି ରହିବା ପାଇଁ ପରାମର୍ଶ ଦିଆଯାଇଛି । ଘର ଡିହ ପଟ୍ଟା ଥାଇ ଗାଁ ଛାଡି ଚାଲି ଯାଇଥିବା ୪ ଜଣ ପରିବାର ଆଉ ଗାଁକୁ ଆସିବେ ନାହିଁ ସେମାନଙ୍କ ଘର ଡିହ କିପରି ନୂତନ ଭାବେ ୯ ଜଣ ପରିବାରଙ୍କୁ ଦିଆଯିବ ଆଲୋଚନା କରାଗଲା। ଗାଁରେ କେବଳ ତିନି ଜଣ ଙ୍କ ନାମରେ ମାତ୍ର ୫ ଏକର ୩୫ ସେଣ୍ଟ ଚାଷ ଜମି ରହିଥିବା ବେଳେ ଅବଶିଷ୍ଟ ୨୩ ଜଣ ଅନାବାଦୀ ଜମି ଜବରଦଖଲ କରି ଚାଷ କରି ବଞ୍ଚୁଥିବା ପରିବାରଙ୍କୁ ଜମି ମାପ କରି ପଟ୍ଟା କରିଦେବା ପାଇଁ ସ୍ଥିର କରାଗଲା। ଗାଁକୁ ଅତି ଶୀଘ୍ର ପିଇବା ପାଣି ବ୍ୟବସ୍ଥା କରିବା ସହିତ ତଳଡାବାରି ଗାଁରୁ ବଦ୍ରଗୋଡ ଗାଁକୁ ପିଚୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆ ଯିବା ପାଇଁ ପ୍ରତିଶୃତି ଦିଆଯାଇଛି। ଏହି ପ୍ରକାର ଆଦିବାସୀ ଗାଁ ଅଶିକ୍ଷିତ ହୋଇଥିଲେ ମଧ୍ଯ ଜଣେ ଜଣେ ଆଦିବାସୀ ଶିକ୍ଷିତ ଝିଅ ଜିଲ୍ଲା, ବ୍ଲକ ଓ ପଞ୍ଚାୟତର ଜନ ପ୍ରତିନିଧି ହୋଇ ଆଗକୁ ଆସି ଲୋକଙ୍କ ଜୀବନ ଜୀବିକାକୁ ନେଇ ନେଇଥିବା ପଦକ୍ଷେପ ଆଜି ଆମ ସମସ୍ତଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଜେଡିସିଏ  କେବେ ଆକ୍କସନ ନେବେ,ସରକାରୀ ପ୍ରୟୋଗଶାଳାକୁ ଅଚଳ କରିଥିବା ଦୋଷୀ ପ୍ରତି ?

masiha

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ସତେଇଶ ତମ ବୈଠକ ଅଞ୍ଚଳଗୁମ୍ମା ରେ ଅନୁଷ୍ଠିତ  

ଧର୍ମପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!