ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ କରକମଳରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

କାମାକ୍ଷାନଗର(ମ ନି ସ)28/4/23 //ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡିଶା ସରକାର ଙ୍କ ତରଫରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରେ ବିଜୁସେତୁ ଯୋଜନାରେ ଦୁଇଗୋଟି ସେତୁ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ଡ଼ ନୃସିଂହ ଚରଣ ସାହୁ ଯୋଗ ଦେଇ ଦୁଇଗୋଟି ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଅନ୍ୟ ଅତିଥି ଭାବେ କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ବିଭାର ସମସ୍ତ ପଦାଧିକାରିଙ୍କ ସହ ଆଖପାଖ ଅଞ୍ଚଳର ଶହଶହ ଗ୍ରାମବାସୀ ଉପସ୍ଥିତ ଥିଲେ l ବାମ ପଞ୍ଚାୟତର ଉତରାଷ ନାଳ ଉପରେ ଗୋଟିଏ ବ୍ରିଜ ହୋଇଥିବାବେଳେ,ଏହି ପୋଲଟି ୪୩ ମିଟର ଲମ୍ବ ଥିବାବେଳେ ୯୦୦ ମିଟର ଆପ୍ରୋଚ ରୋଡ ଅଛି। ଏହାର ଅଟକଳ ପରିମାଣ ପ୍ରାୟ ୨ କୋଟି ୫୦ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଏହା ଆସନ୍ତା ମାର୍ଚମାସ ସୁଧା ଶେଷ ହେବାର ଲକ୍ଷରଖାଯାଇଛି। ଏହି ସେତୁ ଦ୍ୱାରା ଡୋଲିଆ,ବାମ ପଥରଗଡ ଓ ଝିଲି ଲୋକଙ୍କୁ ବେଶ ସହାୟତା ହେବ। ସେହିଭଳି ସେହି ପଞ୍ଚାୟତର ଗୋବରି ନାଳ ଉପରେ ମଧ୍ୟ ଏକ ବିଯୁସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳ ଏହା ୪୩ ମିଟର ଲମ୍ବର ସେତୁ ହେବାକୁ ଥିବାବେଳେ ୬୦୦ ମିଟର ଆପ୍ରୋଚ ରୋଡ ଅଛି। ଏହି ସେତୁ ଦ୍ବାରା ଗୋବରି, ଘୁଣ୍ଟୁଳିପଶି,କଣ୍ଟାପାଳ ଓ ଡୋଲିଆ ଗ୍ରାମଭଳି ହଜାର ହଜାର ଗ୍ରାମବାସୀ ଏଥିରେ ଯିବାଆସିବାରେ ସହାୟକହେବ।l ସେଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

୧- ଗଜଲକ୍ଷ୍ମୀ ପୂଜା ପାଇଁ ଅନୁକୂଳ ମାଟି ଅଣାଗଲା ,୨- କଂସାରୀ ସମାଜ ଲକ୍ଷ୍ମୀପୂଜା ଶତ ବାର୍ଷିକୀ ଉପଲକ୍ଷେ ମାଟି ଅନୁକୂଳ,୩- ସହର ମଧ୍ୟରେ ଦ୍ରୁତ ଗତିରେ ଭାରୀଯାନ ଚଳାଚଳ ନେଇ ଅସନ୍ତୋଷ ,୪- ବିଦ୍ୟାଳୟରେ ନିମ୍ନ ମାନର ପୋଷାକ ବଣ୍ଟନ, ୫- ମଠକରଗୋଳା ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦିବସ, ୬- ଅଧ୍ୟାପକ ନଥିବାରୁ ଉଦ୍ଭିଦ ବିଜ୍ଞାନ ର ବିଦ୍ୟାର୍ଥୀ ନିରାଶ , ୭- ମୁଖ୍ୟ ଚିକିତ୍ସକ ନଥିବାରୁ ନିୟମିତ କର୍ମଚାରୀଙ୍କ ଅନୁପସ୍ଥିତ ,୮- ସ୍କୁଟି ଦୁର୍ଘଟଣାରେ ୧ ମୃତ , ୯- ଶୌଚ ପାଇଁ ବାଡ଼ିକୁ ଯାଇଥିଲେ, ହାତୀ ଆକ୍ରମଣରେ ବ୍ୟକ୍ତି ଗୁରୁତର ,୧୦-ପାଠକ ବିଚାର ମଞ୍ଚ ପକ୍ଷରୁ ଆୟୁର୍ବେଦ ଦିବସ , ୧୧- ରାଧାଷ୍ଟମୀ ଓ ସୁନିଆଁରେ ମା’ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ପାଇଁ ମାଟି ଅନୁକୂଳ , ୧୨- ୪୩୦ ଗ୍ରାମ ବ୍ରାଉନସୁଗର୍ ଜବତ,ବେପାରୀ ଗିରଫ ,୧୩- ତପୋବନ ପୀଠରେ ନବାନ୍ନ ଉତ୍ସବ , ୧୪- ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ, କ୍ରସରରେ ମୃତ ଅପରେଟରଙ୍କ ପରିବାରକୁ କ୍ଷତିପୁରଣ ଦାବି , ୧୫- ଭକ୍ତଙ୍କୁ ଦୁର୍ବ୍ୟବହାର ଓ ମାଡ଼, ଥାନା ରେ ଅଭିଯୋଗ , ୧୬ – ବନ୍ୟଜନ୍ତୁ ଶିକାର ପାଇଁ ସୋଲାର ଫେନ୍ସିଂ ରେ ୧୧କେଭି ବିଦ୍ୟୁତ/ ଶୌଚ ହେବାକୁ ଯାଇ ବିଦ୍ୟୁତ, ଯୁବକ ମୃତ୍ୟୁ , ୧୭- ଚାକିରୀ ନାଁ ରେ ଚକ୍ରାନ୍ତ, ଘରକୁ ଯିବା ମନା, ଜଣକୁ ଆଣି ଦେଲେ ଜଣେ ଘରକୁ ଯିବ, ଝିଅକୁ ଖୋଜିଖୋଜି ବଲାଙ୍ଗୀରରୁ ଢେଙ୍କାନାଳରେ ପହଁଞ୍ଚିଲେ ବାପା 

Sunil Chandra Nayak

ବିଜାତଳା ବ୍ଲକ ସ୍ତରୀୟ ସାମର୍ଥ୍ୟ ପ୍ରଶିକ୍ଷଣ ଶିବିର ଉଦଯାପିତ

masiha

ପ୍ରକ୍ଷାତ ପାଲାଗୁରୁ ରଘୁନାଥ ରଣାଙ୍କ ୧୬ ତମ ସ୍ମୃତିଚାରଣ ସଭା

Sunil Chandra Nayak

Leave a Comment

error: Content is protected !!