ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ କରକମଳରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

କାମାକ୍ଷାନଗର(ମ ନି ସ)28/4/23 //ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡିଶା ସରକାର ଙ୍କ ତରଫରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ରେ ବିଜୁସେତୁ ଯୋଜନାରେ ଦୁଇଗୋଟି ସେତୁ ର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପରଜଙ୍ଗ ବିଧାୟକ ଡ଼ ନୃସିଂହ ଚରଣ ସାହୁ ଯୋଗ ଦେଇ ଦୁଇଗୋଟି ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଅନ୍ୟ ଅତିଥି ଭାବେ କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ, ବିଭାର ସମସ୍ତ ପଦାଧିକାରିଙ୍କ ସହ ଆଖପାଖ ଅଞ୍ଚଳର ଶହଶହ ଗ୍ରାମବାସୀ ଉପସ୍ଥିତ ଥିଲେ l ବାମ ପଞ୍ଚାୟତର ଉତରାଷ ନାଳ ଉପରେ ଗୋଟିଏ ବ୍ରିଜ ହୋଇଥିବାବେଳେ,ଏହି ପୋଲଟି ୪୩ ମିଟର ଲମ୍ବ ଥିବାବେଳେ ୯୦୦ ମିଟର ଆପ୍ରୋଚ ରୋଡ ଅଛି। ଏହାର ଅଟକଳ ପରିମାଣ ପ୍ରାୟ ୨ କୋଟି ୫୦ ଲକ୍ଷ ବ୍ୟୟ ବରାଦ କରାଯାଇଛି। ଏହା ଆସନ୍ତା ମାର୍ଚମାସ ସୁଧା ଶେଷ ହେବାର ଲକ୍ଷରଖାଯାଇଛି। ଏହି ସେତୁ ଦ୍ୱାରା ଡୋଲିଆ,ବାମ ପଥରଗଡ ଓ ଝିଲି ଲୋକଙ୍କୁ ବେଶ ସହାୟତା ହେବ। ସେହିଭଳି ସେହି ପଞ୍ଚାୟତର ଗୋବରି ନାଳ ଉପରେ ମଧ୍ୟ ଏକ ବିଯୁସେତୁର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବାବେଳ ଏହା ୪୩ ମିଟର ଲମ୍ବର ସେତୁ ହେବାକୁ ଥିବାବେଳେ ୬୦୦ ମିଟର ଆପ୍ରୋଚ ରୋଡ ଅଛି। ଏହି ସେତୁ ଦ୍ବାରା ଗୋବରି, ଘୁଣ୍ଟୁଳିପଶି,କଣ୍ଟାପାଳ ଓ ଡୋଲିଆ ଗ୍ରାମଭଳି ହଜାର ହଜାର ଗ୍ରାମବାସୀ ଏଥିରେ ଯିବାଆସିବାରେ ସହାୟକହେବ।l ସେଥିପାଇଁ ସ୍ଥାନୀୟ ବାସିନ୍ଦାଙ୍କ ତରଫରୁ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱକୁ ନେଇ ଜିଲ୍ଲା ସ୍ତରୀୟ ସଚେତନତା ବୈଠକ

masiha

ହାତୀ ନେଇଗଲା ଦୁଇ ଜୀବନ

Sunil Chandra Nayak

ବୋରିଗାଁରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ

masiha

Leave a Comment

error: Content is protected !!