ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ରେ ‘ଘର ଘର ତ୍ରିରଙ୍ଗା’ ଅଭିଯାନ

ଝରିଗାଁ ରେ ‘ଘର ଘର ତ୍ରିରଙ୍ଗା’ ଅଭିଯାନ

ଝରିଗାଁ, ୧୪/୦୮: ସ୍ୱାଧୀନତା ଦିବସ ପାଳନ ଅବସରରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ପ୍ରଶାସନ ଆନୁକୂଲ୍ୟରେ ଶୁକ୍ରବାର ଝରିଗାଁ ଠାରେ ‘ଘର ଘର ତ୍ରିରଙ୍ଗା’ ଅଭିଯାନ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି ଅବସରରେ ସହରରେ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇ ଦେଶପ୍ରେମର ଭାବନାରେ ସମଗ୍ର ପରିବେଶ ମୁଖରିତ ହୋଇଥିଲା।

ବିଡିଓ ମଧୁସୂଦନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଝରିଗାଁ ବିଧାୟକ ନରସିଂ ଭତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଘର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କରିଥିଲେ। ଏଥିରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବିଧାୟକ ପ୍ରତିନିଧି ଗଣପତି ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ଝରିଗାଁ ହନୁମାନ ଛକଠାରୁ ଆରମ୍ଭ ହୋଇଥିବା ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ଝରିଗାଁ ହାଇସ୍କୁଲ ପଡ଼ିଆଠାରେ ସମାପ୍ତ ହୋଇଥିଲା। ଶୋଭାଯାତ୍ରାରେ କଲେଜ, ହାଇସ୍କୁଲ ଓ ଏମ୍‌ଇ ସ୍କୁଲର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହ ପୋଲିସ ପ୍ରଶାସନ, ଆଇସିଡିଏସ୍‌ ବିଭାଗ, ସମସ୍ତ ସରକାରୀ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଓ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ।

ହାତରେ ଜାତୀୟ ପତାକା ଧରି ସମସ୍ତେ ଦେଶମାତୃକାର ବନ୍ଦନା କରିବା ସହ ଦେଶପ୍ରେମର ଭାବନା ପ୍ରକାଶ କରିଥିଲେ। ଜାତି, ଧର୍ମ ଓ ବର୍ଣ୍ଣର ଭେଦଭାବ ଭୁଲି ବିଭିନ୍ନ ବର୍ଗର ଲୋକେ ଏକାଠି ହୋଇ ଜାତୀୟ ପତାକା ପ୍ରତି ସମ୍ମାନ ଓ ଦେଶପ୍ରେମ ପ୍ରଦର୍ଶନ କରିଥିଲେ।

‘ଘର ଘର ତ୍ରିରଙ୍ଗା’ ଅଭିଯାନ ମାଧ୍ୟମରେ ଜାତୀୟ ଏକତା, ଦେଶପ୍ରେମ ଓ ଦେଶର ଗୌରବମୟ ଐତିହ୍ୟ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ମହାନ ଭାରତୀୟ ଚେତନାରେ ଉଦ୍‌ବୁଦ୍ଧ ହେବାକୁ ବାର୍ତ୍ତା ଦିଆଯାଇଥିଲା।

ଝରିଗାଁ ରୁ ଗଣେଶ ଛତ୍ରିଆ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଗୋଲାମୁଣ୍ଡା ବ୍ଲକ ନୂଆଗାଁ ଠାରେ ନାରୀ ସଚେତନାତା କାର୍ଯ୍ୟକ୍ରମ

Sunil Chandra Nayak

ଓଡ଼ିଆ ବିଭାଗ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ସମ୍ବିଧାନ ଦିବସ ପାଳିତ

masiha

Leave a Comment

error: Content is protected !!