ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଇନିଂ ୱାର୍ଲଡ଼ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ

ସାଇନିଂ ୱାର୍ଲଡ଼ ସ୍କୁଲ ରେ ବିଜ୍ଞାନ ମେଳା ଅନୁଷ୍ଠିତ 

ଜୁନାଗଡ ୧୩/୧୦(ମ ନି ସ) ଜୁନାଗଡ ବ୍ଲକ ଚାରବାହାଲ ସାଇନିଂ ୱାର୍ଲଡ଼ ଇଂରାଜୀ ମିଡିୟମ ସ୍କୁଲ ଠାରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ବିଜ୍ଞାନ ମେଳା ପ୍ରଦର୍ଶିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ପ୍ରିନ୍ସପାଳ ଇନ୍ଦ୍ରଜିତ ସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବିଜ୍ଞାନ ମେଳା ରେ ଛାତ୍ରଛାତ୍ରୀ ମାନେ ବିଜ୍ଞାନ ବିଷୟ ବସ୍ତୁ ଉପରେ ଆଧାରିତ ଅନେକ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏମ ଡି ନରେଶ ଅଗ୍ରୱାଲ, ପ୍ରବୀର କୁମାର ଗୋଏଲ ଉପସ୍ଥିତ ରହିଥିଲେ। ଛାତ୍ରଛାତ୍ରୀ ମାନେ ପ୍ରଦର୍ଶିତ ବିଜ୍ଞାନ ପ୍ରକଳ୍ପ ର ଆଧୁନିକ ସମାଜ ରେ ଆବଶ୍ୟକତା ଉପରେ ପ୍ରଦର୍ଶନ ପରିଦର୍ଶନ ରେ ଆସିଥିବା ଅତିଥି ଙ୍କୁ ବୁଝାଇଥିଲେ। ବିଜ୍ଞାନ ମେଳା କୁ ବିଚାରପତି ଭାବେ ବିଜ୍ଞାନ ଶିକ୍ଷକ କ୍ଷେତ୍ର ମୋହନ ନାଏକ, ଚାନ୍ଦିନୀ ଦୁର୍ଗା, ପୁନମ ଗହୀର, ରଚୟିତା ପାଢ଼ୀ ଉପସ୍ଥିତ ରହି ପ୍ରଦର୍ଶିତ ପ୍ରକଳ୍ପ ର ମୁଲ୍ୟଙ୍କନ କରିଥିଲେ। ମୋଟ ୪୦ ଜଣ ଛାତ୍ରଛାତ୍ରୀ ଏହି ବିଜ୍ଞାନ ମେଳା ଇ ଅଂଶଗ୍ରହଣ କରିଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

କାମାକ୍ଷାନଗର ସହରରେ ହନୁ ମାଙ୍କଡ ଆତଙ୍କ

masiha

ଅନ୍ତର୍ଜାତୀୟ ଲିଙ୍ଗଭିତ୍ତିକ ଏବଂ ମହିଳା ବିରୋଧୀ ହିଂସା ନିବାରଣ ପକ୍ଷ ପାଳନର ଜିଲ୍ଲା ସ୍ତରୀୟ ଉଦଘାଟନ 

Sunil Chandra Nayak

ବସ୍ତି ଅଂଚଳରେ ମଦ ବିକ୍ରି ବନ୍ଦ ପାଇଁ ଅଣ୍ଟାଭିଡିଲା ‘ଆଶ୍ରା

Sunil Chandra Nayak

Leave a Comment

error: Content is protected !!