ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭଙ୍ଗା ଘରେ ମୁଣ୍ତ ଗୁଞ୍ଜୁଛନ୍ତି ଅସହାୟ ଅଜିତଙ୍କ ପରିବାର

ଲଙ୍ଗଳେଶ୍ବର 20/01 (ମ ନି ସ ): ଉଭୟ ରାଜ୍ଯ ଏବଂ କେନ୍ଦ୍ର ସରକାର ଗରୀବ ହିତାଧିକାରୀ ମାନଙ୍କ ପାଇଁ ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ବାସ୍ତବ କ୍ଷେତ୍ରରେ ଏହିସବୁ ଯୋଜନା ପ୍ରକୃତ ହିତାଧୀକାରୀଙ୍କ ପାଖରେ ଏବେ ବି ଅପହଞ୍ଚ ରହିଛି l ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁଁ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରକୃତ ହିତାଧିକାରୀ l ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଛଡା ଗ୍ରାମର ଗରୀବ ଅସହାୟ ଅଜିତ ସାହୁଙ୍କ ପରିବାରରେ l     ମୁଣ୍ତ ଗୁଞ୍ଜିବା ପାଇଁ ଘରଟେ ନଥିବାରୁ ଦୀର୍ଘବର୍ଷ ଧରି ପଲିଥିନ୍ ଘେରରେ ଭଙ୍ଗା ଘରେ ବିତାଉଛନ୍ତି ଅତ୍ଯନ୍ତ ଦୟନୀୟ ଜୀବନ l ଆବାସ ଯୋଜନାରେ ଘର ଖଣ୍ତିଏ ପାଇବା ପାଇଁ ସରପଞ୍ଚଠୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ଯ କେହିବି କର୍ଣ୍ଣପାତ କରୁ ନଥିବା କଥା କାନ୍ଦି କାନ୍ଦି କହିଛନ୍ତି ଅଜିତଙ୍କ ପରିବାର ଲୋକେ l ତେବେ ପୂର୍ବରୁ ପ୍ରକାଶିତ ତାଲିକାରେ କ୍ରମିକ ନମ୍ବର – 51ରେ ତାଙ୍କ ନାମ ରହିଥିବା ବେଳେ ପଞ୍ଚାୟତର ସରପଞ୍ଚ ତାଙ୍କର ଆବାସ ଯୋଜନାରେ ଘର ଆସି ଯାଇଛି ଏବଂ ପୂରୁଣା ଘରକୁ ଭାଙ୍ଗି ଦେଇ ଜାଗା ପରିଷ୍କାର କରିବାକୁ କହିବା ପରେ ଅଜିତ ଘରକୁ ଭାଙ୍ଗି ଦେଇଥିଲେ l ଆଶା ରଖିଥିଲେ ସରକାରଙ୍କ ପକ୍ଷରୁ ତାଙ୍କୁ ପକ୍କା ଘରଟେ ମିଳିବ ଆଉ ସେ ତା ଭିତରେ ଟିକେ ମୁଣ୍ତ ଗୁଞ୍ଜି ପାରିବେ l ମାତ୍ର ଦୀର୍ଘଦିନର ପ୍ରତୀକ୍ଷା ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ( ଗ୍ରାମୀଣ) ତାଲିକା ପ୍ରକାଶ ପାଇଛି l ବାଲିକୁଟୀ ପଞ୍ଚାୟତରେ 164 ଜଣ ହିତାଧିକାରୀଙ୍କ ନାମ ତାଲିକାରେ ପ୍ରକାଶ ପାଇଥିବାବେଳେ ଏଥିରେ ଅଜିତଙ୍କ ନାମ ନାହିଁ l ପ୍ରକୃତ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମିଳି ନଥିବା ବେଳେ ବହୁ ଅଯୋଗ୍ଯ ହିତାଧିକାରୀଙ୍କ ନାମ ଏହି ତାଲିକା ରେ ପ୍ରକାଶ ପାଇଛି l ଏପଟେ ଘର ଭାଙ୍ଗି ଦେଇଥିବାରୁ ଦିନରେ ଭଙ୍ଗା ଘରେ ରହୁଥିବା ବେଳେ ରାତିରେ ପିଲା ଛୂଆଙ୍କୁ ଧରି ପଡୋଶୀଙ୍କ ଘରେ ଆଶ୍ରୟ ନେଉଛନ୍ତି l ଘର ଖଣ୍ତିଏ ପାଇଁ ବାରମ୍ବାର ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ କାର୍ଯ୍ଯାଳୟ ପର୍ଯ୍ଯନ୍ତ ଦୌଡି ଦୌଡି ନୟାନ୍ତ ହେଇଥିଲେ ମଧ୍ଯ ତାଙ୍କ ଗୁହାରୀ କେହି ବି ଶୁଣୁ ନାହାନ୍ତି l ଖରା ବର୍ଷା ଶୀତ କାକରରେ ପଲିଥିନ୍ ଘେରା ଭଙ୍ଗା ଘର ଭିତରେ ବହୂ କଷ୍ଟରେ ରହି ଅପେକ୍ଷା କରିଥିଲେ ସରକାରଙ୍କ ପକ୍ଷରୁ କେବେ ଘର ଖଣ୍ତିଏ ମିଳିବ l ମାତ୍ର ଆବାସ ତାଲିକା ରେ ତାଙ୍କ ନାମ ନଥିବାରୁ ଘର ପାଇବା ଆଶା ତାଙ୍କର ମଉଳି ଯାଇଛି l ତେଣୁ ଏହି ଅସହାୟ ପରିବାରକୁ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ l ତେବେ ଏ ସମ୍ପର୍କରେ ବାଲେଶ୍ବର ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେଙ୍କୁ ପଚାରିବାରୁ ଯେଉଁ ଅଯୋଗ୍ଯ ହିତାଧିକାରୀଙ୍କ ନାମ ଏହି ତାଲିକାରେ ପ୍ରକାଶ ପାଇଛି ତାକୁ ତଦନ୍ତ କରି ସେହି ସ୍ଥାନରେ ପ୍ରକୃତ ହିତାଧିକାରୀଙ୍କୁ ଖୁବଶୀଘ୍ର ଘର ଯୋଗାଇ ଦିଆଯିବ ବୋଲି କହିଛନ୍ତି l

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ସହକାରୀ ଉଦ୍ୟାନ କୃଷି ଅଧିକାରୀ କାର୍ଯ୍ୟାଳୟରେ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ 

Sunil Chandra Nayak

କୋଇଡା ଆଦର୍ଶ ବିଦ୍ୟାଳୟରେ ପିଟିଏ ମାଇନ୍ସ ତରଫରୁ ଚାରା ରୋପଣ ଅଭିଯାନ

Sunil Chandra Nayak

୩ ସ୍ବେଛାସେବୀଙ୍କ ରକ୍ତଦାନ ପାଇଁ ବଞ୍ଚିଲା ୩ ଜଣଙ୍କ ଜୀବନ 

Sunil Chandra Nayak

Leave a Comment

error: Content is protected !!