ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେଲୁଗୁ ଅଞ୍ଚଳରେ ଓଡିଆ ଭାଷା ପ୍ରୀତି

ବନ୍ଧୁଗାଁ -: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକକୁ ଲାଗିରହିଥିବା ପଡୋଶୀ ଆନ୍ଧ୍ରପ୍ରଦେସର ଗୁମୁଣ୍ଡେ ଗ୍ରାମ ସମସ୍ୟା ଦେଇ ଗତି କରୁଛି।ଗୁମୁଣ୍ଡେ ଗ୍ରାମକୁ ରାସ୍ତା ନଥିବାରୁ କୌଣସି କାମରେ ଜିଲ୍ଲା ହେଡ କ୍ଵାଟର ପାର୍ବତୀପୁରକୁ ଜିବାକୁ ହେଲେ ବନ୍ଧୁଗାଁ ବ୍ଲକର ଆଣ୍ଟାମାଡା,ଜାଗଗୁଡା ସରପଲ୍ଲୀ ଦେଇ ଜିବାକୁ ହୁଏ।ଗୁମୁଣ୍ଡେ ଗ୍ରାମ ସମସ୍ୟା ମଧ୍ୟରେ ଥିବା ବେଳେ କୋଟିଆକୁ ନେବାପାଇଁ ଆନ୍ଧ୍ର ଅହରହ ଚେଷ୍ଟା ଚଲାଇଛି।ନିଜ ଅଞ୍ଚଳ ସମସ୍ୟା ମଧ୍ୟରେ ଥିବା ବେଳେ ଓଡିଶାର କୋଟିଆକୁ ନେବା ପାଇଁ ସ୍ଵପ୍ନ ଦେଖୁଚି।ବର୍ତମାନ ଗୁମୁଣ୍ଡେ ଗ୍ରାମବାସି ଓଡିଶାରେ ମିସିବାକୁ ଇଛା ପ୍ରକଟ କରିଛନ୍ତି।ବର୍ତମାନ ଆମ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକର ଅନେକ ଦୁର୍ଗମ ଅଞ୍ଚଳ ଗୁଡିକରେ ବସ ବାସ କରୁଥିବା ଆଦିବାସି ସମ୍ପ୍ରଦାୟ ଏବେ ସଂକିର୍ତନ ଦଳ ଗଢିବା ସହ ଗାଁଗାଁରେ ରାତି ହେଲେ ଭଜନ କିର୍ତନରେ ହଜି ଜାଆନ୍ତି।ଜାହାକୁ ନେଇ ଏବେ ଗୁମୁଣ୍ଡେ ଗାଁ ସେଥିରେ ପ୍ରଭାବିତ ହୋଇଛନ୍ତି।

ବର୍ତମାନ ସେଠାରେ ଅଷ୍ଟ ପ୍ରହରି ନାମଯଜ୍ଞ ଅନୁଷ୍ଠିତ ହୋଇଛି।ସମୁହ ଗ୍ରାମବାସି ଆଦିବାସି ଶ୍ରେଣିର ହୋଇଥିବା ବେଳେ ତେଲୁଗୁ ଓ ଓଡିଆ ଉଭୟ ଦୁଇଟି ଭାଷା ରେ କଥା ବାର୍ତା ହୁଅନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ ମାଣ୍ଡିଆ ୟୁନିଟ୍ ଉଦଘାଟିତ . ମାଣ୍ଡିଆ ପ୍ରକ୍ରିାକରଣ ଜରିଆରେ ମହିଳା ହେବେ ସ୍ବାବଲମ୍ବୀ 

Sunil Chandra Nayak

ଅଲ୍ ଓଡ଼ିଶା ସିଡ୍ୟୁଲଡ଼୍ କାଷ୍ଟ ଫେଡେରେସନ (ଏଓଏସସିଏଫ୍ ) ଦ୍ୱାରା ସମ୍ବିଧାନ ଦିବସ ପାଳିତ 

masiha

ମେଦନା ଠାରେ ୫୪ ତମ ବିଶ୍ଵ ପରିବେଶ ଦିବସ ପାଳିତ 

Leave a Comment

error: Content is protected !!