ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା

ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା  ଜୁନିୟର ଭିଭାଗରେ ସାଇନା ସଲୋନିକା ପଣ୍ଡା(୧ମ),ଶ୍ରଦ୍ଧାଂଜଳି ଦାଶ(୨ୟ), ସୁଭାଙ୍ଗି ରାଉତ(୩ୟ) ସିନିୟର ବିଭାଗରେ ପ୍ରିୟଂ।ଶୀ ପ୍ରିୟଦର୍ଶିନୀ ନାୟକ(୧ମ),ବନ୍ଦିତା ପ୍ରିୟଦର୍ଶିନୀ ଦାଶ(୨ୟ),ମାମାଲୀ ହାତୀ (୩ୟ) ।

କଟକ : କଟକ ସଦର ଅଞ୍ଚଳର ଅଗ୍ରଣୀ ସାମାଜିକ ସଙ୍ଗଠନ ସ୍ବାମୀଜୀ ଯୁବକ ସଂଘ ପକ୍ଷରୁ ସୁନାନାକୀ ଝିଅ ପ୍ରତିଯୋଗିତା – ୨୦୨୩ (୫ମ ସଂସ୍କାରଣ) ମାନ୍ୟବର ପ୍ୟାଲେସ୍ ବୟାଳିଶମୌଜା ଅନଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାରେ ଜୁନିୟର,ସିନିୟର୍ ବିଭାଗରେ ସର୍ବମୋଟ ୫୨ ଜଣ ପ୍ରତିଯୋଗୀ ଅଂଶ୍ରଗ୍ରହଣ କରିଥିଲେ । ପ୍ରାରମ୍ଭିକ ସଭାକର୍ଯ୍ୟରେ ସୁବାଷ ଚନ୍ଦ୍ର ସାହୁ,ସଂଜୀବ ବିଶ୍ଵାଳ,ଛବିରାଣୀ ପତି,ଅକ୍ଷୟ ଭୂୟାଁ,ଜୟନ୍ତୀ ପତି,ମଞ୍ଜୁଳା ସାହୁ, ଶିକ୍ଷାବିତ୍ ଖଲିକୁଜ ଜମାନ ଖାଁ,ସଂଘର ଉପସଭାପତି ବିଶିଷ୍ଟ ସମାଜସେବୀ ମଦନ ମୋହନ ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ଜୁନିୟର ଭିଭାଗର ସାଇନା ସଲୋନିକା ପଣ୍ଡା, (ପ୍ରଥମ ସ୍ଥାନ),ଶ୍ରଦ୍ଧାଂଜଳି ଦାଶ, (ଦ୍ୱିତୀୟ ସ୍ଥାନ),ସୁଭାଙ୍ଗି ରାଉତ (ତୃତୀୟ ସ୍ଥାନ) ଅଧିକାର କରିବା ବେଳେ ସିନିୟର ବିଭାଗରେ ପ୍ରିୟଂ।ଶୀ ପ୍ରିୟଦର୍ଶିନୀ ନାୟକ(୧ମ), ବନ୍ଦିତା ପ୍ରିୟଦର୍ଶିନୀ ଦାଶ(୨ୟ),ମାମାଲୀ ହାତୀ (୩ୟ) ସ୍ଥାନ ଅଧିକାର କରିଥିଲେ । ସଂଘର ପ୍ରତିଷ୍ଠାତା ଦକ୍ଷ ସଂଗଠକ ଇଂ.ବିରଞ୍ଚି ନାରାୟଣ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରସ୍କାର ବିତରଣ ହେବାସହ ଓ ସଭା କାର୍ଯ୍ୟରେ ସାରସ୍ଵତ ସାଧକ ତୋଫାନ ଜେନା ସଂଘର ମୁଖ୍ୟ ଉପଦେଷ୍ଟା କଳାକାର ସମରେନ୍ଦ୍ର ମହାପାତ୍ର,ଉପଦେଷ୍ଟା ଖ୍ୟାତିସଂପନ୍ନ ଶିକ୍ଷାବିତ୍ ଇଂ.ମନୋଜ କୁମାର ନାୟକ,ଶିକ୍ଷାବିତ୍ ପ୍ରଦୀପ୍ତ ବିଶ୍ଵାଳ,ଅଧ୍ୟକ୍ଷା ବାନପ୍ରଭା ପରିଡ଼ା, ଏଲସିସିର ନିର୍ଦ୍ଦେଶକ କୈବର୍ତୀ ସାର,ପ୍ରଫେସର ନମିତା ପଟ୍ଟନାୟକ, ବିଶିଷ୍ଟ ସମାଜସେବୀ ଆଭାରାଣୀ ଚୌଧୁରୀ, ସୁଲୋଚନା ଦାଶ ପ୍ରମୁଖ ଯୋଗଦେଇଥିଲେ । ସଂଘର ସଭାପତି ସୁବକ୍ତା ସୂର୍ଯ୍ୟ ନାରାୟଣ ଭୂୟାଁ,ସଂଘର ସମ୍ପାଦକ ଯୁବ ସମାଜସେବୀ ତଥା ରକ୍ତଦାତା ଇଂ.ସୁରଜ କୁମାର ବେହେରା ପ୍ରମୁଖ ମଞ୍ଚ ପରିଚଳନା କରିଥିଲେ । ବାଉରୀବନ୍ଧୁ ମଲ୍ଲିକ,ସମ୍ପାଦିକା ପ୍ରିୟଙ୍କା ସ୍ବାଇଁ,ଶୁଭମ ସାହୁ ପୁର୍ଣିମା ବେହେରା,ଶର୍ମିଷ୍ଠା ନାୟକ, ଦୀପିକା ସାହୁ,ଇଂ.ଦେଵୀ ପ୍ରସାଦ ରାଉତରାୟ,ଆଦିତ୍ୟ ଭୂୟାଁ, ପ୍ରେମାନନ୍ଦ ମହାରଣା,ପ୍ରସନ୍ନ ଭୂୟାଁ, ମେରି ପାଣି, ସିତୁଲ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ରାଜାରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଘୁଞ୍ଚିଲା ଲ୍ୟାମ୍ପସ ଏମଡି ଙ୍କ ତଦନ୍ତ ତାରିଖ 

masiha

ବିଶ୍ବନାଥପୁରଠାରେ ମିଶନ ସୂର୍ଯ୍ୟୋଦୟର ସଫଳତା ସମାରୋହ ଆୟୋଜିତ

Sunil Chandra Nayak

କାଳବୈଶାଖୀରେ ଉଡିଲା ଛାତ, ବିଭାଗୀୟ ଅଧିକାରୀ ଚୁପ୍ 

masiha

Leave a Comment

error: Content is protected !!