ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମଲାଙ୍କ ସାମୁହିକ ଛୁଟି ଓ ଆନ୍ଦୋଳନ:  ସରକାରୀ ଯୋଜନା ପ୍ରଭାବିତ: ଗରିବ ହିତାଧିକାରୀ ହଟହଟା

ନବରଙ୍ଗପୁର ୧୬/୬ (ମସିହା) ଜୁନ ମାସ ୧ ତାରିଖରୁ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଜିଲ୍ଲା ସ୍ତରୀୟ ଅମଲା ମାନେ ମିଳିତ ଅମଲା ମଞ୍ଚର ଡାକରାରେ ଛୁଟିରେ ଅଛନ୍ତି। ସରକାରଙ୍କୁ ମିଳିତ ଅମଲା ମଞ୍ଚ ର ଦାବି ଯଥା ଓଆରଏସପି ରୁଲ ୨୦୧୭କୁ କାର୍ଯ୍ୟକାରୀ କରାଯାଉ। ଲେଭେଲ ୪ ରୁ ଲେଭେଲ ୯ ପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ଅମଲାଙ୍କ ମୂଳ ଦରମା ବୃଦ୍ଧି କରିବାକୁ ଦାବି କରିଥିଲେ। ଯାହା ଆଜିକୁ ୧୬ ଦିନ ହେଲା ଜାରୀ ରହିଛି। ସରକାରଙ୍କ ସହିତ ମିଳିତ ମଞ୍ଚର ଦୁଇ ଦୁଇ ଥର ଆଲୋଚନା ବିଫଳ ହୋଇଛି। ରାଜଦାଣ୍ଡରେ ଅମଲା ମାନେ ଏକତ୍ରିତ ହୋଇ ପ୍ରତିବାଦ କରୁଛନ୍ତି। ଅମଲାଙ୍କ ଏଭଳି କାର୍ଯ୍ୟ ବନ୍ଦ କରି ଛୁଟିରେ ରହିବା ଦ୍ଵାରା ହିତାଧିକାରୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସରକାରୀ ଯୋଜନା ପ୍ରଭାବିତ ହୋଇଛି। ଯାହାର ଜ୍ୱଳନ୍ତ ନମୁନା ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ରାଜ୍ୟ ସରକାରଙ୍କ ମୋ ଘର ଯୋଜନାରେ ପଡିବାକୁ ଯାଉଛ। ମୋ ଘର ଯୋଜନା ରେ ରୁଣ ଆବେଦନ ପାଇଁ ହିତାଧିକାରୀଙ୍କୁ ଆବଶ୍ୟକ କାଗଜ ପତ୍ର ଯଥା, ଆୟ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ତହସିଲ କାର୍ଯ୍ୟଳୟ ଗୁଡିକରୁ ମିଳୁନାହିଁ। କାରଣ ଅମଲା ମାନଙ୍କ ଟେବୁଲ ଖାଲି ପଡିଛି। ରେଡକ୍ରସ୍, ଏକ୍ସ ଗ୍ରାସିଆ ଆଦି ଆର୍ଥିକ କାରବାର, ଜମି ଚିହ୍ନଟ ପ୍ରକ୍ରିୟା ଓ ବିଭାଗୀୟ ଡାକ ଆଦି ତହସିଲ କାର୍ଯ୍ୟାଳୟ ଗୁଡିକରୁ ପ୍ରେରଣ କରାଯାଇ ପାରୁନାହିଁ। ସେହିଭଳି ବ୍ଲକ କାର୍ଯ୍ୟାଳୟ ଗୁଡିକରେ ଆର୍ଥିକ ବର୍ଷ ୨୦୨୩ ନିମନ୍ତେ ଅନୁମୋଦିତ ବିଭିନ୍ନ ଯୋଜନାର ଉନ୍ନୟନ ମୂଳକ କାର୍ଯ୍ୟରେ ବାଧା ସୃଷ୍ଠି ହୋଇଛି। ଅମଲାଙ୍କ ଅନୁପସ୍ଥିତି ଯୋଗୁଁ ପ୍ରକଳ୍ପ ନଥିପତ୍ର ତିଆରି, କାର୍ଯ୍ୟଳୟ ଆଦେଶ, ନୂତନ ପ୍ରକଳ୍ପର କାର୍ଯ୍ୟାଦେଶ ପ୍ରଦାନ, ଚେକ ବୁକ ଓ ଆର୍ଥିକ କାରବାର, ଡାକ, ସାମାଜିକ ସୁରକ୍ଷା ବିଭାଗର ବିଭିନ୍ନ ସହାୟତା ପାଇଁ ଅନଲାଇନ ଆବେଦନ କାର୍ଯ୍ୟ ବ୍ଲକ କାର୍ଯ୍ୟାଳୟରେ ହୋଇ ପାରୁନଥିବା ଜଣାପଡିଛି। ଠିକାଦାର ମାନେ କାର୍ଯ୍ୟକରି ପାଉଣା ପାଉ ନଥିବାରୁ ଶ୍ରମିକ ଓ ନିର୍ମାଣ ସାମଗ୍ରୀ ଯୋଗାଇ ଦେଉଥିବା ବ୍ୟକ୍ତି ବିଶେଷଙ୍କ ରୋଷର ଶିକାର ହେଉଛନ୍ତି। ସ୍ବାସ୍ଥ୍ୟ ବିଭାଗରେ ଜନ୍ମ ମୃତ୍ୟୁ ପ୍ରମାଣ ପତ୍ର ପଞ୍ଜିକରଣ, ପ୍ରୋତ୍ସାହନ ରାଶି ପ୍ରଦାନରେ ବାଧାପ୍ରାପ୍ତ ହୋଇଛି। ବିଦ୍ୟାଳୟ ଖୋଲିବାକୁ ଆଉ ଅଳ୍ପଦିନ ଥିବା ବେଳେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟ ଗୁଡ଼ିକ ନିମନ୍ତେ ଶିକ୍ଷା ବିଭାଗ ଦ୍ଵାରା କରାଯାଇଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? କୃଷି ବିଭାଗ, ସମ୍ମନିତ ଶିଶୁ ବିକାଶ ବିଭାଗ ସମଦଶାରେ ଥିବା ଜଣାପଡିଛି। ଦୂର ଦୁରନ୍ତରୁ ଗରିବ ହିତାଧିକାରୀ ବିଭିନ୍ନ କାର୍ଯ୍ୟପାଇଁ ସରକାରୀ କାର୍ଯ୍ୟାଳୟକୁ ଆସୁଛନ୍ତି, କିନ୍ତୁ ଅମଲା ମାନେ ଛୁଟିରେ ଥିବା କହି ଅଧିକାରୀ ମାନେ ଫେରାଇ ଦେଉଛନ୍ତି। ଫଳତଃ ଅମଲାଙ୍କ ସମୁହ ଛୁଟି ଆନ୍ଦୋଳନରେ ହିତାଧିକାରୀଙ୍କ ସମେତ ସରକାରଙ୍କ ସରକାରୀ ଯୋଜନା ପ୍ରଭାବିତ ହୋଇଛି । ରାଜ୍ୟରେ ସମୁଦାୟ ପ୍ରାୟ ୩୦ ହଜାରରୁ ରୁ ଉର୍ଦ୍ଧ ଅମଲା ଆନ୍ଦୋଳନ ରତ ରହି ସରକାର ଓ ହିତାଧିକାରୀଙ୍କୁ ହରଡଘଣାରେ ରଖିଛନ୍ତି। ତେଣୁ ସରକାର ଆମର ଦାବି ମାନି ନିଅନ୍ତୁ, ଅନ୍ୟଥା ଆଗକୁ ଏଭଳି ପ୍ରତିବାଦ ଜାରି ରହିବ ବୋଲି କହିଛନ୍ତି ଜିଲ୍ଲା ସ୍ତରୀୟ ଅମଲା ମାନେ ନିଜ ଜିଦରେ ଅଟଳ ଅଛନ୍ତି। ସରକାର ଓ ଅମଲାଙ୍କ ଜିଦ୍ ରେ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଥିବାରୁ ଦୁଇ ପକ୍ଷ ଆପୋଷ ଆଲୋଚନା କରି କୌଣସି ନିଷ୍କର୍ଷ ବାହାର କରିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଉରକେଲା ମହାବିଦ୍ୟାଳୟରେ ‘ବର୍ଜ୍ଯବସ୍ତୁ ପ୍ରବନ୍ଧନ ପ୍ରଶିକ୍ଷଣ କର୍ମଶାଳା

Sunil Chandra Nayak

୭୬ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

RKVS Organizes Health Camp and Walkathon in Collaboration with Indus Hospital

Sunil Chandra Nayak

Leave a Comment

error: Content is protected !!