ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧାଗାଁ ରେ ନିଆଁରା ନୁଆଁଖାଇ , ଆମ୍ବେଦକର ଓ ବୁଦ୍ଧଙ୍କ ଫୋଟୋ ପୂଜିବା ପରେ ଖାଇଲେ ନବାନ୍ନ

ବନ୍ଧାଗାଁ ରେ ନିଆଁରା ନୁଆଁଖାଇ ,

ଆମ୍ବେଦକର ଓ ବୁଦ୍ଧଙ୍କ ଫୋଟୋ ପୂଜିବା ପରେ ଖାଇଲେ ନବାନ୍ନ

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବକୁ ନିଆଁରା ଢଙ୍ଗରେ ପାଳନ କରିଛନ୍ତି ଗ୍ରାମବାସୀ. ମହାତ୍ମା ଫୁଲେ ଆମ୍ବେଦକର ସମାଜ ସଚେତନ ସଂଗଠନ ର ଉଦ୍ୟମ କ୍ରମେ ଆମ୍ବେଦକରପଡା ର ସମସ୍ତ ପରିବାର କୁରେପତ୍ରରେ ନବାନ୍ନ ଖାଇଥିଲେ.ନିଜର ପୂର୍ବପୁରୁଷ କୁ ମନେ ପକେଇ ସେମାନଙ୍କ ଫୋଟୋଚିତ୍ର ସହ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକର ଓ ତଥାଗତ ଗୌତମ ବୁଦ୍ଧଙ୍କ ଫୋଟୋଚିତ୍ର ରେ ମାଲ୍ୟାର୍ପଣ ଓ ପଞ୍ଚଶୀଳ ତ୍ରିଶରମ ଗାନ କରି ଏହି ଗ୍ରାମବାସୀ ଏକାଠି ନୁଆଁଖାଇ ଥିଲେ.ଗ୍ରାମର ବୈଜେଷ୍ଠ ଙ୍କୁ ନୂଆଖାଇ ଜୁହାର ସହିତ ଭାଇ ଭାଇ ମଧ୍ୟରେ ଅତୀତ ରେ ଥିବା ରାଗ ରୁଷା କୁ ଭୁଲି ଯାଇ ଏକ ସୂତ୍ର ରେ ବାନ୍ଧି ହୋଇ ସଭ୍ୟ ସମାଜ ଗଠନ କରିବା ନିମନ୍ତେ ଶପଥ ନିଆଯାଇଥିଲା.କାର୍ଯ୍ୟକ୍ରମରେ ସଂଗଠନ ର ସଭାପତି ବୈବ ସୁନାନୀ ,ଯୋଶୋବନ୍ତ ବିହାରୀ, ମଦନ ସୁନାନୀ, ଦୀପକ ତାଣ୍ଡି, ମନୋଜ ସୁନାନୀ, ବୀରେନ୍ଦ୍ର ସୁନାନୀ, ଅନ୍ତର୍ଯ୍ୟାମୀ ସୁନାନୀ, ଧନିରାମ ଖାର, ବୁଦ୍ଧିମନ୍ତ ବିହାରୀ ସମେତ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ.।

ଢଗ ନାଏକ ଙ୍କ ରିପୋର୍ଟ 

Related posts

ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ  ଗ୍ରାମାଞ୍ଚଳର ବିକାଶ ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି _ ଜିଲ୍ଲାପାଳ 

masiha

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

masiha

ଧର୍ମଗଡ କଳାହାଣ୍ଡି ଉତ୍ସବ ର ଦ୍ୱିତୀୟ ସନ୍ଧ୍ୟା ପ୍ରବଳ ଜନ ସମାଗମ

Sunil Chandra Nayak

Leave a Comment

error: Content is protected !!