ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନ ଉପଲକ୍ଷେ ବରପୁତ୍ର ମାନଙ୍କ ଉପରେ ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ 

ନୂଆପଡା, ନୂଆପଡା ଜିଲ୍ଲା ସ୍ତରୀୟ ଓଡ଼ିଆ ପକ୍ଷ ପାଳନର ଦ୍ଵାଦଶ ଦିବସରେ ନୂଆପଡାର ବରପୁତ୍ରଙ୍କ ଅବଦାନ ଉପରେ ଏକ ଆଲୋଚନା ଚକ୍ର ଓ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି l ନୂଆପଡା ସ୍ଥିତ ନେସନାଲ କଲେଜର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ସଭାକୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଉଦଘାଟନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଡ.ସୁଶାନ୍ତ କୁମାର ବିଶି, ଗୌରାଙ୍ଗ ଚରଣ ସାହୁ, ବୈଷ୍ଣବ ମେହେର, ଡଃ ଅଶୋକ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ନେସନାଲ କଲେଜର ଅଧ୍ୟକ୍ଷ ହିତେଶ କୁମାର ସାହୁ ସଭାପତିତ୍ବ କରିଥିଲେ l ନୂଆପଡା ଜିଲ୍ଲାର ବରପୁତ୍ରମାନଙ୍କ ବିଷୟରେ ଆଲୋଚନାଚକ୍ରରେ ୧୦ ଗୋଟି ବିଷୟକୁ ନେଇ ୧୦ ଜଣ ପ୍ରାବନ୍ଧିକ ନିଜ ଗବେଷଣାମୂଳକ ନିବନ୍ଧ ଉପସ୍ଥାପନ କରି ଥିଲେ l କବି ଗଦାଧର ମିଶ୍ରଙ୍କ ବିଷୟରେ ଡଃ ଅଶୋକ କୁମାର ପଟ୍ଟନାୟକ, ଭାଷାବିତ୍ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ସମ୍ପର୍କରେ ଲୋହିତାକ୍ଷ ଯୋଶୀ, କବି ଅଭୟ ଚରଣ ଚଲାନଙ୍କ ସମ୍ପର୍କରେ ପ୍ରାଧ୍ୟାପକ ସାମୁଏଲ ଦାନୀ, କବି ବେଣୁଧର ପାଣ୍ଡେଙ୍କ ସମ୍ପର୍କରେ ଡ. ସୁଶାନ୍ତ କୁମାର ବିଶି, ନାଟ୍ୟକାର ବୀର ବିକ୍ରମ ଦେବଙ୍କ ସମ୍ପର୍କରେ ମାୟାଧର ସରାଫ, ରାଜକବି ବ୍ରଜରାଜ ସିଂହଦେଓଙ୍କ ସମ୍ପର୍କରେ ଗୌରାଙ୍ଗ କୁମାର ସାହୁ, ରକ୍ତ ତୀର୍ଥ ସାଲିହା ସମ୍ପର୍କରେ ଅଧ୍ୟାପକ ଶିବ ପ୍ରସାଦ ସା, ସ୍ଵାଧୀନତା ସଂଗ୍ରାମୀ ଜଗଦୀଶ ପ୍ରସାଦ ଯୋଶୀଙ୍କ ସମ୍ପର୍କରେ ସୁଶାନ୍ତ କୁମାର ମୁଣ୍ଡ, ପଲ୍ଲୀ କବି ମନୋହର ମେହେରଙ୍କ ସମ୍ପର୍କରେ ବୈଷ୍ଣବ ମେହେର ଓ କବି ଚଣ୍ଡୀ ଚରଣ ବିଶୀଙ୍କ ସମ୍ପର୍କରେ ପ୍ରଦ୍ୟୁମ୍ନ ସିଂ ଚିନ୍ଦା ନିଜ ନିଜର ପ୍ରବନ୍ଧ ଉପସ୍ଥାପନ କରି ଥିଲେ lଏହି ଅବସରରେ ଏକ ବହୁଭାଷୀ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇ ଥିଲା l ଜିଲ୍ଲାପାଳ ମଧୁସୂଦନ ଦାଶ ସ୍ବରଚିତ କବିତା ପାଠ କରିଥିଲେ । ଜିଲ୍ଲାର ୫ ଗୋଟି ବ୍ଲକର ୪୦ ଜଣ କବି ଓ କବୟିତ୍ରୀ ନିଜ ନିଜ କବିତା ପାଠ କରି ଥିଲେ l କବି ଡ. ଗୀତାଶ୍ରୀ ପ୍ରିୟମ୍ବଦା କବିତା ପାଠୋତ୍ସବକୁ ପରିଚାଳନା କରି ଥିଲେ l କବିତା ପାଠୋତ୍ସବରେ ଯୋଗଦାନ କରି ଥିବା ସମସ୍ତ କବିଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା l ସଭାକୁ ବରିଷ୍ଠ ରାଜସ୍ୱ ସହାୟକ ବିଭୁ ଦତ୍ତ ମିଶ୍ର ସଂଯୋଜନା କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ କୁମାର ମହରାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତେ ମନଭରି ଉପଭୋଗ କରିଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଦକ୍ଷିଣ ପୂର୍ବ ରେଳବାଇ ଏ ଡି ଆର ଏମ ଙ୍କ ଦ୍ଵାରା ଜଳେଶ୍ଵର ଷ୍ଟେସନରେ ଅମୃତ ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା 

Sunil Chandra Nayak

ରାଇରଙ୍ଗପୁର ସରସ୍ବତୀ ଶିଶୁ ମନ୍ଦିରର ୪ ଜଣ ଏ (୧) ସହ ଶତ ପ୍ରତିଶତ ସଫଳତା

ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ଦ୍ଵାରା କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଓ କନେଷ୍ଟବଳଙ୍କୁ ପୁରସ୍କୃତ 

Sunil Chandra Nayak

Leave a Comment

error: Content is protected !!