ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶତାୟୁ,ପିଏମ୍ ଶ୍ରୀ ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୮୦ ତମ ସ୍ଵାଧୀନତା ଦିବସ -୨୦୨୬ ଉତ୍ସବ ପାଳିତ 

ଶତାୟୁ,ପିଏମ୍ ଶ୍ରୀ ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୮୦ ତମ ସ୍ଵାଧୀନତା ଦିବସ -୨୦୨୬ ଉତ୍ସବ ପାଳିତ 

 ଢେଙ୍କାନାଳ:ତା.୧୫.୦୮.୨୦୨୬ରିଖ ମ ନି ସ) ଦିବା ଘ.୦୭.୩୦ ମିନିଟ ସମୟରେ ସ୍ଥାନୀୟ ଶତାୟୁ,ପିଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ବର୍ଣ୍ଣାଢ଼୍ୟ ୮୦ ତମ ସ୍ଵାଧୀନତା ଦିବସ -୨୦୨୬ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ରଞ୍ଜନ ଦଳେଇ,ଓଡ଼ିଶା ଶିକ୍ଷା ସେବା ପ୍ରଥମ (ବରିଷ୍ଠ)ମୁଖ୍ଯଅତିଥି ଭାବରେ ଯୋଗଦାନ କରି ବିଦ୍ୟାଳୟସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ ରେ ଅଂଶଗ୍ରହକାରୀ ଚାରି ଗୋଟି ସମର ଶିକ୍ଷାର୍ଥୀ, ଦୁଇଗୋଟି ସିଭିଲିଆନ୍ ଓ ଗୋଟିଏ ବ୍ୟାଣ୍ଡ ପାର୍ଟି ଦଳର ଅଭିବାଦନ ଗ୍ରହଣ କରିଥିଲେ।ଆଜିର ଅନ୍ୟତମ ସମ୍ମାନିତ ଅତିଥି ତଥା ବିଚାରକ ଭାବରେ ପ୍ରାକ୍ତନ ଛାତ୍ର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସମୀର କୁମାର ପରିଡ଼ା,ପ୍ରାକ୍ତନ ବରିଷ୍ଠ ଶିକ୍ଷକ,ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ୍ ଅଫିସର ତଥା ବିଦ୍ୟାଳୟ ପରିଚାଳନା କମିଟିର ଆଲୁମିନି ପ୍ରତିନିଧି ସଦସ୍ୟ ଡ଼ା.ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ।ମୁଖ୍ୟ ଅତିଥି ସ୍ଵୀୟ ଅଭିଭାଷଣରେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତବର୍ଷର ସର୍ବବୃହତ୍ ସମ୍ବିଧାନରେ ପ୍ରଦତ୍ତ ସ୍ୱାଧୀନତା ସ୍ବେଚ୍ଛାଚାରିତା ନୁହେଁ ଓ ଭାରତର କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ଯେଉଁ ସେନାବାହିନୀ ସଦା ସଜାଗ ହୋଇ ଜାଗ୍ରତ ପ୍ରହରୀ ସାଜିଛନ୍ତି,ଯେଉଁ କୃଷକ ବନ୍ଧୁମାନେ ଆମକୁ ଖାଦ୍ୟ ଯୋଗାଇ ବଞ୍ଚାଇ ରଖିଛନ୍ତି, ଯେଉଁମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ଏହି କଷ୍ଟଲବ୍ଧ ସ୍ୱାଧୀନତା ଓ ସମ୍ବିଧାନକୁ ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଚେଷ୍ଟିତ ହେବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ସ୍ଵୀୟ ଅଭିଭାଷଣରେ ବିଶ୍ୱର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ସର୍ବବୃହତ ସମ୍ବିଧାନକୁ ସମ୍ମାନ ଜଣାଇବା ଓ ଦେଶର କୃଷି,ଶିକ୍ଷା,ସ୍ୱାସ୍ଥ୍ୟ,ଶିଳ୍ପ,ଗମନାଗମନ,ବିଜ୍ଞାନ,ଯୋଗାଯୋଗ, ବୈଷୟିକ ବିଜ୍ଞାନ,ମହାକାଶ ଅଭିଯାନ ଆଦି ସମସ୍ତ କ୍ଷେତ୍ରରେ ଭାରତର ସାମଗ୍ରିକ ସଫଳତା ଭାରତକୁ ବିଶ୍ଵଗୁରୁର ମର୍ଯ୍ୟାଦା ପ୍ରଦାନ କରିପାରିଛି ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ଏହାସହିତ ଆଜାଦୀର ଅମୃତ ମହୋତ୍ସବ ତଥା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ଓ ବିଦ୍ୟାଳୟର ଗୌରବମୟ ଐତିହ୍ୟ ବଜାୟ ରଖିବାକୁ ମଧ୍ୟ ଦୃଢ଼ ଆହ୍ବାନ ଜଣାଇଥିଲେ।ବିଦ୍ୟାଳୟ ସ୍ତରୀୟ ଏହି ପ୍ୟାରେଡ୍ ରେ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ବାଳକ ବିଭାଗ ପ୍ରଥମ ସ୍ଥାନ,ସ୍ଥଳ ବାହିନୀ ବାଳିକା ବିଭାଗ ଦ୍ୱିତୀୟ ସ୍ଥାନ,ଆକାଶ ବାହିନୀ ବାଳକ ବିଭାଗ ଓ ନୌ -ବାହିନୀ ବାଳକ ଓ ବାଳିକା ବିଭାଗ ଯୁଗ୍ମ ଭାବରେ ତୃତୀୟ ସ୍ଥାନ ଅଧିକାର କରିଥିଲେ।ଏହିପରି ଚାରି ଗୋଟି ଦଳ ଏହି ବିଦ୍ୟାଳୟସ୍ତରୀୟ ବର୍ଣ୍ଣାଢ଼୍ୟ ପ୍ୟାରେଡ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ଉଚ୍ଚ ପ୍ରଶଂସିତ ହୋଇ ସେମାନଙ୍କୁ ରାଜ୍ୟ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ରନାରାୟଣ ମିଶ୍ର ସ୍ମୃତି ପୁରସ୍କାର ଗୁଡ଼ିକର ରନିଂ ମେମେଣ୍ଟୋ ପ୍ରଦାନ କରାଯିବା ପାଇଁ ବିଚାରକ ମଣ୍ଡଳୀ ଦ୍ୱାରା ସ୍ଥିରୀକୃତ ହୋଇଥିଲା।ସେହିପରି ସପ୍ତମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରୀ ଅତିଫା ଜରିନ୍ ଙ୍କୁ ଓ ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା -୨୦୨୬ରେ ବିଦ୍ୟାଳୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଭାର୍ଗବ ପୃଷ୍ଟିଙ୍କୁ ହୃଷିକେଶ-ମୋତି ସ୍ମାରକୀ ମେଧାବୀ ପୁରସ୍କାର ସ୍ୱରୂପ ପ୍ରତ୍ୟେକଙ୍କୁ ପ୍ରଶଂସା ପତ୍ର ଓ ପାଞ୍ଚ ଶହ ଟଙ୍କା ଲେଖାଏଁ ଅର୍ଥରାଶି ମୁଖ୍ୟଅତିଥି ପ୍ରଦାନ କରିଥଲେ।ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷୟିତ୍ରୀ ସୁନିତାବାଳା ଷଡ଼ଙ୍ଗୀ,ପ୍ରାକ୍ତନ ସମର ଶିକ୍ଷାର୍ଥୀ ବାହିନୀ ଅଫିସର୍ ତଥା ବରିଷ୍ଠ ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ସଂସ୍କୃତ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳକ ବିଭାଗର ଥାର୍ଡ ଅଫିସର୍ ଦିପ୍ତିଶ କୁମାର ଶତପଥୀ,ସମର ଶିକ୍ଷାର୍ଥୀ ସ୍ଥଳ ବାହିନୀ ବାଳିକା ବିଭାଗର କେୟାର ଟେକର ଅଫିସର୍ ନଳିନୀ ବେହେରା, ସମର ଶିକ୍ଷାର୍ଥୀ ଆକାଶ ବାହିନୀ ବାଳକ ବିଭାଗ ଓ ବ୍ୟାଣ୍ଡ ପାର୍ଟି ଦଳ ଦାୟିତ୍ୱରେ ଥିବା କେୟାର୍ ଟେକର୍ ଅଫିସର୍ ତଥା କ୍ରୀଡ଼ା ଶିକ୍ଷୟିତ୍ରୀ ସ୍ମିତିସୁଧା ଜେନା,ସ୍ୱାଗତିକା ରଥ,ସୁଜାତା ପଣ୍ଡା,ସ୍କାଉଟ୍ ଶିକ୍ଷକ ଜ୍ୟୋତି ରଞ୍ଜନ ନାୟକ,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ,କଲ୍ୟାଣୀ ବଡ଼ଜେନା,ଶୁଭସୁନ୍ଦର ବେହେରା,ରାକେଶ କୁମାର ସାହୁ, ଅପରାଜିତା ସାମଲ,ରାଜଶ୍ରୀ ପାତ୍ର,ସୁଚିସ୍ମିତା ମହାନ୍ତି,ଅନିତା ସାହୁ,ସ୍ମିତା ପଟ୍ଟନାୟକ,କାର୍ଯ୍ୟାଳୟ ସହକାରୀ ସୁଦର୍ଶନ ସାହୁ ଓ ଅଜିତ୍ କୁମାର ବାରିକ,ଚତୁର୍ଥ ଶ୍ରେଣୀ କର୍ମଚାରୀ ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ,ବିଦ୍ୟାଳୟ ବିଭିନ୍ନ କମିଟିର ସଭ୍ୟା,ସଭ୍ୟ ବୃନ୍ଦ, ପ୍ରାକ୍ତନ ଛାତ୍ରୀ,ଛାତ୍ର ବୃନ୍ଦ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରୀ,ଛାତ୍ର ବୃନ୍ଦ,ସେମାନଙ୍କ ମାତା,ପିତା,ଅଭିଭାବିକା,ଅଭିଭାବକ ବୃନ୍ଦ ଓ ବିଦ୍ୟାଳୟର ଶୁଭେଚ୍ଛୁବୃନ୍ଦ ଯୋଗଦାନ କରି ବର୍ଣ୍ଣାଢ଼୍ୟ ସ୍ଵାଧୀନତା ଦିବସ -୨୦୨୬ ପାଳନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।ପ୍ରକାଶଥାଉକି ଏହି ସମସ୍ତ ସମର ଶିକ୍ଷାର୍ଥୀ ବାହିନୀ ୪ ଗୋଟି ଦଳ ୮୦ ତମ ଜିଲ୍ଲାସ୍ତରୀୟ ବର୍ଣ୍ଣାଢ଼୍ୟ ସ୍ଵାଧୀନତା ଦିବସ -୨୦୨୬ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ସଫଳ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ।ବରିଷ୍ଠ ହିନ୍ଦୀ ଶିକ୍ଷକ ତଥା ପ୍ରାକ୍ତନ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଅଫିସର୍ କିଶୋର ଚନ୍ଦ୍ର ସାମଲ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ କର୍ମଚାରୀ ବୃନ୍ଦଙ୍କ ସମ୍ମିଳିତ ସହଯୋଗରେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ପରିଶେଷରେ ପ୍ରାକ୍ତନ ବରିଷ୍ଠ ସହକାରୀ ଶିକ୍ଷକ, ପ୍ରାକ୍ତନ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ତଥା ବିଦ୍ୟାଳୟ ପରିଚାଳନା କମିଟିର ଆଲୁମିନି ପ୍ରତିନିଧି ସଦସ୍ୟ ଡା.ଦେବୀ ପ୍ରସାଦ ମିଶ୍ର ୮୦ ତମ ବର୍ଣ୍ଣାଢ଼୍ୟ ସ୍ୱାଧୀନତା ଦିବସ -୨୦୨୬ ଉତ୍ସବର ସଫଳ କାର୍ଯ୍ୟକ୍ରମ ପାଇଁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ବଡ଼ବିଲ ପ୍ରେସ କ୍ଳବ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳନ

Sunil Chandra Nayak

ହିତାଧିକାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି ବ୍ୟାଙ୍କର ଉପର ମହଲା କୋଠା ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ

masiha

ଡାବୁଗାଁ ରେ ବିଶ୍ଵ ଯୋଗ ଦିବସ ପାଳିତ 

masiha

Leave a Comment

error: Content is protected !!