ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଡୋକରୀଚଞ୍ଚରା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟର ଭୂମି ପୂଜନ

କୋକସରା ଡୋକରୀଚଞ୍ଚରା ପୂର୍ତ୍ତ ବିଭାଗ ରାସ୍ତା କାର୍ଯ୍ୟର ଭୂମି ପୂଜନ

କୋକସରା,୨୧/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ଠାରୁ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାକୁ ଅନେକ ବର୍ଷ ଧରି ରାସ୍ତା ପାଇଁ ଅଞ୍ଚଳବାସୀ ପ୍ରଶାସନ ଓ ଜନ ପ୍ରତିନିଧିଙ୍କ ଠାରେ ଦାବି କରି ଆସୁଥିଲେ। ସୋମବାର ପୂର୍ତ୍ତ ବିଭାଗ ପକ୍ଷରୁ ଏହି ରାସ୍ତାର କାର୍ଯ୍ୟ ଆରମ୍ଭ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଜି ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ରାସ୍ତା କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି। ୨୨ କିମି ଏହି ରାସ୍ତା କୋକସରା, ମାଝୀଗୁଡା, ଦାବ୍ରିଗୁଡା, ହଂସପଡା, ମହିମା, ଭୁର୍ଷାଗୁଡା, ଘଣ୍ଟିଗୁଡା, ଖଲିଗଡ଼ ଦେଇ ଡୋକରୀଚଞ୍ଚରାକୁ ସଂଯୋଗ କରିବ। ଏହି ରାସ୍ତା ନିର୍ମାଣ ହେଲେ ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକ ସମେତ ଅଞ୍ଚଳବାସୀ ମଧ୍ୟ ଉପକୃତ ହେବେ। ଆଜି କାର୍ଯ୍ୟ ଶୁଭାରମ୍ଭ ସମୟରେ ବିଧାୟକ ଶ୍ରୀ ବାଗ, ମହିମା ସମିତି ସଭ୍ୟ ଘନଶ୍ୟାମ ନାଏକ, ଧର୍ମଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ବିଜେଡି ବ୍ଲକ ସମ୍ପାଦକ ପଞ୍ଚକ ପୋଢ଼, ଛାତ୍ର ସଭାପତି ମାନସ ବେହେରା, ପ୍ରମୋଦ ଦାସ, ରମେଶ ଦୁର୍ଗା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ନବ ବେହେରା ଓ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ପୌର ସଫେଇ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ

masiha

ଗଛରେ ପିଟି ହେଲା କାର,୧ମୃତ,୫ ଆହତ

Sunil Chandra Nayak

୧- ଉଦ୍ୟାନ କୃଷି ବିଭାଗ ତରଫ ରୁ ଏକ ପେଡ୍ ମା କେ ନାମ ରେ ୧୫ ଟି ଆମ୍ବ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା  , – ୨- ନାରାୟଣପାଟଣା ବନାଞ୍ଚଳ ଏକ ପେଡ୍ ମା କେ ନାମ ରେ ୩୦୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା , ୩- ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତରେ ଏକ ପେଡ୍ ମା କେ ନାମ ରେ ୬୫୦୦ ବୃକ୍ଷ ରୋପଣ, ମାଆ କୁ ସମ୍ମାନ, ପରିବେଶକୁ ସୁରକ୍ଷା 

Sunil Chandra Nayak

Leave a Comment

error: Content is protected !!