ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଳ ବୈଶାଖୀର ତାଣ୍ଡବ , ଉଡ଼ିଲା ଚାଳ ଛପର,ଭାଙ୍ଗିଲା ଆଜବେଷ୍ଟସ ଘର,ଉପୁଡ଼ିଲା ଗଛ,୧୦ ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ 

କାଳ ବୈଶାଖୀର ତାଣ୍ଡବ , ଉଡ଼ିଲା ଚାଳ ଛପର,ଭାଙ୍ଗିଲା ଆଜବେଷ୍ଟସ ଘର,ଉପୁଡ଼ିଲା ଗଛ,୧୦ ଘଣ୍ଟା ବିଦ୍ୟୁତ ବିଚ୍ଛିନ୍ନ 

କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ଭୁବନ ବ୍ଲକର ପଳାସପିଠିଆ,ମୁରୁଗା,ସୁର ପ୍ରତାପପୁର, କିଙ୍ଗୋଳ,ପୁରୁଷୋତ୍ତମପୁର,ଅନନ୍ତପୁର ପ୍ରଭୃତି ଗ୍ରାମରେ ବିପୁଳ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ପଳାସ ପିଠିଆ ର ମାନସ ମହାପାତ୍ରଙ୍କ ଢାବା ରେ ଆଜବେଷ୍ଟସ ସବୁ ଉଡ଼ାଇ ନେଇଥିବା ବେଳେ ଅନନ୍ତପୁର ଗ୍ରାମର କୈଳାସ ସେଠୀ ଙ୍କ ଘର ଉପରେ ଏକ ଗଛ ଉପୁଡ଼ି ପଡ଼ିଥିଲା । କିଙ୍ଗୋଳ ଦଳିତ ସାହିର ନିର୍ମଳ ମଲିକ ଙ୍କ ଘର ଉପରେ ଗଛ ପଡ଼ି ଘର ଭାଙ୍ଗି ଯାଇଛି । ଅନେକ ସ୍ଥାନରେ ବଡ ବଡ ଗଛ ସବୁ ଭାଙ୍ଗି ରାସ୍ତା ଉପରେ ପଡ଼ିଥିଲା । କାଳ ବୈଶାଖୀରେ ପନି ପରିବା ଚାଷ ସମ୍ପୂର୍ଣ ଉଜୁଡ଼ି ଯାଇଥିଲା ବେଳେ ହଜାର ହଜାର ସଂଖ୍ୟାରେ ଅମୃତ ଭଣ୍ଡା,କଦଳୀ ଓ ସଜନା ଗଛ ଭାଙ୍ଗି ଯାଇଛି। ଭୁବନ ଅଗ୍ନିଶମ ବାହିନୀ ତରଫରୁ ସନ୍ଧ୍ୟାଠାରୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗଛ କାଟିବା କାର୍ଯ୍ୟରେ କର୍ମଚାରୀ ମାନେ ନିୟୋଜିତ ଥିବା ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଡି ପଡ଼ିଥିଲା । ବିଦ୍ୟୁତ କର୍ମଚାରୀ ମାନେ ପରିଶ୍ରମ କରି ତାର ସଜାଡ଼ିବା ପରେ ରାତ୍ର ୨ ଘଟିକାରେ ବିଦ୍ୟୁତ ଯୋଗାଣ ହୋଇଥିଲା । ଏହି କାଳ ବୈଶାଖୀରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଖବର ମିଳିଛି ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

masiha

ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଙ୍କ ତିନି ଦିନିଆ ଆସାମ ଗସ୍ତ

Sunil Chandra Nayak

ବହଳଦା ଲ୍ଯାମ୍ପରେ ଧାନମଣ୍ଡି ବିଡ଼ିଓ ଦ୍ବାରା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!