ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡପଳସାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ

ବଡପଳସାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ

ରାଇରଙ୍ଗପୁର,: ୩ା୫  —  ସାନ୍ତାଳୀ ଭାଷା ଅଲ ଚିକି ଲିପିର ସ୍ରଷ୍ଟା ପାରସି ସିଞ୍ଜ ଚାନ୍ଦ ଅଲ୍ ଗୁରୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୧ତମ ଜନ୍ମ ଜୟନ୍ତୀ ଅବସରରେ ବହଳଦା ବ୍ଲକର ବଡ଼ ପଳସା ପଞ୍ଚାୟତ ଅଧୀନରେ ଥିବା ବାଡେପଟକା ଠାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମଟି ଖେରୱାଳ ସାୱାଁର ସାରନା ଗାଁୱାତା ବାଡେପଟକା ପକ୍ଷରୁ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ମାଝି ବାବା, ନାୟକେ ବାବାଙ୍କ ସହିତ ବହୁ ମାଧ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ପାଳସା ପିଢ ପରଗଣା ଭଗୀରଥୀ ହାଁସଦାଃ, ଓଲିଡିହର ମାଝି ବାବା ବିଶ୍ୱନାଥ ମୁର୍ମୁ, ରାମଗଡ଼ ମାଝି ବାବା, ପଟୁଆ ଗ୍ରାମର ଅଲ ଚିକି ପ୍ରେମୀ ମକ୍ର ମୁର୍ମୁ, ବାଡେପଟକା ର ନାୟକେ ବାବା ବାଜାଃ ମୁର୍ମୁ ଏବଂ ସ୍ବତନ୍ତ୍ର ଅତିଥି ଭାବେ ଗୁରୁଚରଣ ହାଁସଦାଃ ଉପସ୍ଥିତ ଥିଲେ। ଅତିଥି ମାନେ ତାଙ୍କର ଉଦବୋଧନରେ ସାନ୍ତାଳ ସମାଜର ଏକତା, ପରିଚୟ ଓ ଭବିଷ୍ୟତ ପ୍ରତି ଗଭୀର ଚିନ୍ତା ପ୍ରକାଶ କରିଥିଲେ ଏବଂ ସମାଜିକ ବ୍ୟବସ୍ଥା ଓ ପରସ୍ପର ମଧ୍ୟରେ ଏକତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ସମସ୍ତ ଅତିଥି ମାନଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାମରେ ଜାରି ହୋଇଥିବା ଡାକ ଟିକଟ ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମଟିକୁ ସଫଳ କରିବାରେ କୁଶଧର ହାଁସଦାଃ, ସୁରାଇ ଚରଣ ମୁର୍ମୁ, ମୀନକେତନ ଟୁଡୁ, ଶାଂଖାର ହାଁସଦାଃ, ପଣ୍ଡା ଚରଣ ମୁର୍ମୁ, ବିକ୍ରମ ହାଁସଦାଃ, ମୁଚିରାମ ହାଁସଦାଃ, ଶ୍ୟାମ ଚରଣ ହାଁସଦାଃ, ମହେଶ୍ୱର ହାଁସଦାଃ ଏବଂ ଖେରୱାଳ ସାୱାଁର ସାରନା ଗାଁୱାତା ସଂଗଠନର ସମସ୍ତ ସକ୍ରିୟ ସଦସ୍ୟମାନେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

ଅକ୍ଷୟ ବିଶ୍ୱାଳ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର; ଗର୍ଭବତୀ ମହିଳାଙ୍କ ମୃତ୍ୟୁ

masiha

ଦଲାଲ ସକ୍ରିୟ କର୍ମଚାରୀ ସାଲାସୁତୁରା

masiha

20 ହଜାର ଦିଅ ଆବାସ ଯୋଜନାରେ ଘର ନିଅ, ଖୋଲା ଖୋଲି ଭାବରେ ସରପଞ୍ଚ ମାଗୁଛନ୍ତି ଟଙ୍କା !

Sunil Chandra Nayak

Leave a Comment

error: Content is protected !!