ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ନାମାଙ୍କନ ପ୍ରକ୍ରିୟା ଶେଷ 

ନବରଙ୍ଗପୁର ଓକିଲ ସଂଘ ନିର୍ଵାଚନ: ନାମାଙ୍କନ ପ୍ରକ୍ରିୟା ଶେଷ 

ନବରଙ୍ଗପୁର:(୩|୫)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଂଘ ନିର୍ଵାଚନ ପ୍ରକ୍ରିୟାରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ପ୍ରାତଃ ୭.୩୦ ରୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବା ବେଳେ ଦିନ ଏକ ଘଣ୍ଟା ସୁଦ୍ଧା ୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ଦ୍ୱିତୀୟ ଦିବସରେ ସଂମ୍ପାଦକ ପଦବୀ ପାଇଁ ତପନ କୁମାର ସିଂ, ଯୁଗ୍ମ ସମ୍ପାଦକ ପଦବୀ ରେ ସ୍ୱାଗତିକା ସାମନ୍ତରାୟ, କୋଷାଧକ୍ଷ ପଦବୀ ପାଇଁ ଶେଖ ବାବା ଆଲିଶା ପ୍ରମୁଖ ନିଜ ନିଜ ସମର୍ଥକ ମାନଙ୍କ ଗହଣରେ ନାମାଙ୍କନ ଦାଖଲ କରିଥିଲେ।ଏଭଳି ଦୁଇ ଦିନ ରେ ମୋଟ ୯ ଗୋଟି ପଦବୀ ପାଇଁ ୧୧ଜଣ ନାମାଙ୍କନ ଦାଖଲ କରିଥିଲେ। ଚଳିତ ବର୍ଷ ରାଜ୍ୟ ବାର କାଉନସିଲଙ୍କ ନିର୍ଦ୍ଦେଶ କ୍ରମେ ମହିଳା ସଦସ୍ୟା ମାନଙ୍କ ପାଇଁ ଶତକଡା ୩୦ ପ୍ରତିଶତ ପଦବୀ ସଂରକ୍ଷିତ ରଖାଯାଇଥିଲା। ଏହି କ୍ରମରେ ୯ ଟି ପଦବୀ ମଧ୍ୟରୁ ଉପ ସଭାପତି, ଯୁଗ୍ମ ସମ୍ପାଦକ ଓ ଗୋଟିଏ କାର୍ଯ୍ୟ ନିର୍ବାହୀ ସଦସ୍ୟା ପଦବୀ ମହିଳା ସଦସ୍ୟା ମାନଙ୍କ ପାଇଁ ସଂରକ୍ଷିତ ରଖା ଯାଇଥିଲା। ନାମାଙ୍କନ ପତ୍ର ଶେଷ ଦିବସ ସୁଦ୍ଧା ସଭାପତି ପଦବୀ ପାଇଁ ସିରାଜୁଦ୍ଦିନ ଅହମ୍ମଦ ଓ ସନ୍ତୋଷ କୁମାର ମିଶ୍ର, ଉପସଭାପତି ପଦବୀରେ ସ୍ନେହଲତା ଦେବୀ, ସମ୍ପାଦକ ପଦବୀରେ ତପନ କୁମାର ସିଂ ଓ କିଶୋରୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପଦବୀରେ ସ୍ୱାଗତିକା ସାମନ୍ତରାୟ, କୋଷାଧକ୍ଷ ପଦବୀ ରେ ଶେଖ ବାବା ଅଲିଶା, କାର୍ଯ୍ୟକାରି ସଦସ୍ୟ ପଦବୀରେ କାର୍ଯ୍ୟ ନିର୍ବାହୀ ସଦସ୍ୟ ରୂପେ ଶ୍ରିନିବାସ ପାତ୍ର, ପ୍ରଶାନ୍ତ ପଟ୍ଟନାୟକ, ଗୋପାଳ ଶତପଥୀ ଓ ବାଲାଜୀ ପ୍ରସାଦ ମିଶ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ସଂରକ୍ଷିତ ନିର୍ବାହୀ ସଦସ୍ୟା ବ୍ୟତୀତ ଅନ୍ୟ ସମସ୍ତ ପଦବୀରେ ନାମାଙ୍କନ ଦାଖଲ କରାଯାଇଛି। ଆଗାମି ୫ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ , ୮ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଦିଵସ ରହିଛି। ଏହି ନିର୍ବାଚନକୁ ନିର୍ବାଚନ ଅଧିକାରୀ ଆଇନଜୀବୀ ସରୋଜ କୁମାର ବେହେରା,କିଶୋର କୁମାର ପଟ୍ଟନାୟକ ଓ ପ୍ରଦୀପ କୁମାର ସାହୁ ପରିଚାଳନା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Saipriya Walkers Club Leads Yet Another Green Initiative for a Sustainable Future

Sunil Chandra Nayak

ବହଳଦା ଓ ରାଇରଙ୍ଗପୁର ଡାକ ଅଧିକାରୀ ମାନଙ୍କ କାର୍ଯ୍ୟରେ ଅବହେଳା ଯୋଗୁଁ ଲୋକଙ୍କୁ ମିଳି ପାରୁନି ଉଚିତ ସେବା

Sunil Chandra Nayak

ବାଘ ଆତଙ୍କ, 15 ମେଣ୍ଢା କୁ ମାରିଲା କଲରା ପତରିଆ ବାଘ

Sunil Chandra Nayak

Leave a Comment

error: Content is protected !!