ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଟବାଦଡାରେ ଦୁଗ୍ଧ ଶୀତଳୀ କରଣ ଉଦଘାଟିତ

ହାଟବାଦଡାରେ ଦୁଗ୍ଧ ଶୀତଳୀ କରଣ ଉଦଘାଟିତ

 ମୟୂରଭଂଜ – ୨୨/୦୬ — ଚାଷୀ ହେଉଛନ୍ତି ଭାରତର ଆତ୍ମା ।ଚାଷୀର ଉନ୍ନତିରେ ଦେଶର ଉନ୍ନତି । ଚାଷୀ ହସିଲେ ଦେଶ ହସିବ ।ଚାଷ କୃଷି ହେଉ,ପନିପରିବା ଚାଷ ହେଉ,ଗୋପାଳନ ଚାଷ ହେଉ, ଫଳ ଚାଷ ହେଉ,ଆମ୍ବ ଚାଷ ହେଉ,ପାନ ବରଜ ଚାଷ ହେଉ,କୁକୁଡ଼ା ଓ ଵତକ ହେଉ ,ଛେଳି ଓ ମେଣ୍ଢା ଚାଷ ହେଉ ଅବା ମାଛ ଚାଷ ହେଉ ;ଚାଷ ହିଁ ଚାଷ । ସାଂପ୍ରତିକ ପରିସ୍ଥିତିରେ ସବୁକିଛି ର ବଜାର ଦର ରହିଛି ।ଘର ପାଖରେ ରହି ଯଦି ଚାଷୀ ବିଭିନ୍ନ ପ୍ରକାର ଚାଷ କଲେ ଭଲ ଦୁଇ ପଇସା ଲାଭ ପାଇଁ ଆତ୍ମ ନିର୍ଭରଶୀଳ ହୋଇ ପାରିବେ ।ଜୀବନକୁ ବାଜି ଲଗାଇ ଦାଦନ ଶ୍ରମିକ ହେବାପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିବ ନାହିଁ ।ଲୋକଙ୍କ ଆର୍ଥିକ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପର । ଆଜିକାଲି ସରକାରୀ ଚାକିରୀ ମହଙ୍ଗା ‌ !ତେଣୁ ଲୋକେ ଆତ୍ମ ନିର୍ଭରଶୀଳ ହେବା ପାଇଁ ବିଭିନ୍ନ ଯୋଜନା ଆପଣେଇବା ଉଚିତ । 

ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକର ହାଟବାଦଡା ପଞ୍ଚାୟତର ହାଟବାଦଡା ଫାଣ୍ଡି ନିକଟସ୍ଥ ହାଟବାଦଡା ପ୍ରାଣୀ ଚିକିତ୍ସାଳୟରେ ୨୦୦୫ ମସିହାରେ ଦୁଗ୍ଧ ଶୀତଳ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା ।କିଛି ବର୍ଷ ଚାଲିଲା ପରେ ତାହା ପୁନଃ ବନ୍ଦ ହୋଇଯାଇଥିଲା । ଓମଫେଡ ମାଧ୍ୟମରେ ଏହି ଦୁଗ୍ଧ ଶୀତଳ କେନ୍ଦ୍ରକୁ ଆଜି ରବିବାର ଦିନ ଵହୁମାନ୍ଯଗଣ୍ଯ ନେତୃବୃନ୍ଦ ତଥା ରାଜ୍ୟ ଜଙ୍ଗଲ,ପରିବେଶ ଓ ଶ୍ରମ କଲ୍ୟାଣ ମନ୍ତ୍ରୀ ଇଂ ଗଣେଶ ରାମ ସିଂ ଖୁଣ୍ଟିଆ, ମୟୂରଭଂଜ  ଲୋକସଭା ସାଂସଦ ନବ ଚରଣ ମାଝୀ,ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ,ରାଇରଙ୍ଗପୁର ବିଧାୟକ ଜଲେନ ନାଏକ,ସାରସକଣା ବିଧାୟକ ଭାଦବ ହାଃସଦାଃ , ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ପଶ୍ଚିମ ମୟୂରଭଂଜ ବିଜେପି ଜିଲ୍ଲା ସଭାପତି ଜୁରିଲାଲ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭ ଉଦ୍ଘାଟନ କରିଥିଲେ ।ନିକଟରେ କେନ୍ଦ୍ର ସରକାରଙ୍କ ଗୋକୁଳ ମିଶନ କାର୍ଯ୍ୟକ୍ରମରେ କୁସୁମି ବ୍ଳକର ଦୁଗ୍ଧ ଚାଷୀମାନଙ୍କୁ ୧୦୩ ଟି ଉନ୍ନତମାନର ଗୀର୍ ଏବଂ ସାହିଓ୍ବାଲ ପ୍ରଜାତିର ଗାଈ ପ୍ରଦାନ କରାଯାଇଛି ।ଚାଷୀମାନେ କିଭଳି ସେମାନଙ୍କ ଉତ୍ପାଦିତ‌ ଦୁଗ୍ଧକୁ ବିକ୍ରି କରି ଦୁଇ ପଇସା ଲାଭ ପାଇଁ ପାରିବେ ସେଥିପାଇଁ ୨୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରକୁ ପୁନଃକାର୍ଯ୍ଯକ୍ଷମ କରାଯାଇ ଏହାର ଶୁଭ ଉଦ୍ଘାଟନ କରା ଯାଇଥିଲା ।ଅତିଥିଗଣ କହିଥିଲେ ସୃଷ୍ଟି ଆରମ୍ଭରୁ ମଣିଷ ଏବଂ ଗୋମାତାର ସମ୍ପର୍କ ଅତୁଟ ଅଟେ ।ଗୋମାତାର ସମସ୍ତ ଜିନିଷ ଦୁଗ୍ଧ,ଗୋବର ,ମୂତ୍ର ,ଚମଡା,ଅସ୍ଥି,ଶିଙ୍ଗ,ଲାଞ୍ଜ ସବୁକିଛି ଅମୂଲ୍ୟ ଅଟେ ।ପୃଥିବୀର ଗୋଟିଏ ପଶୁ ଯାହାକି ତାହାର ସମସ୍ତ ଜିନିଷ ଅମୂଲ ମୂଲ ଅଟେ ।ଚାଷୀମାନେ ବହୁବିଧ ଚାଷ ଆପଣେଇଲେ ଲାଭାନ୍ବିତ ହୋଇ ପାରିବେ ।ଦୁଗ୍ଧ ଶୀତଳୀକରଣ କେନ୍ଦ୍ରରେ ଚାଷୀମାନେ ସରକାରୀ ମୂଲ୍ୟରେ ଦୁଗ୍ଧ ବିକ୍ରୟ କରି ଉଚିତ ମୂଲ୍ୟ ପାଇଁ ପାରିବେ ।କ୍ଷୀର‌ବିକିବା ପାଇଁ ଦୁଗ୍ଧ ଚାଷୀଙ୍କୁ ଆଉ ବାରପିଣ୍ଢା ବୁଲିବାକୁ ପଡ଼ିବ ନାହିଁ କି ହଇରାଣ ହରକତ ହେବେ ନାହିଁ ।ସରକାର ସୁଲଭ ମୂଲ୍ଯରେ ମଧ୍ୟ ଗୋଖାଦ୍ୟ ପଂଜିକୃତ ଚାଷୀଙ୍କୁ ଦେବେ । ତେଣୁ ଚାଷୀମାନେ ତଥା ଯୁବକ ଓ ମହିଳାମାନେ ଆଗକୁ ଆସି ଗୋପାଳନ ସହିତ ଅନ୍ୟ ଚାଷକୁ ଆପଣେଇ ପରିବାରର ଆର୍ଥିକ ଉନ୍ନତିରେ ସହାୟକ ହୁଅନ୍ତୁ ।ପ୍ରାଣୀ ଚିକିତ୍ସକମାନେ ଚାଷୀମାନଙ୍କୁ ଉତ୍ସାହିତ କରନ୍ତୁ ଏବଂ ଉତ୍ତମ ସେବା ଦିଅନ୍ତୁ । ଏହି କାର୍ଯ୍ୟକ୍ରମରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ପରିଚାଳନାରେ ଓମଫେଡ ମୟୂରଭଂଜ ର ଜେନେରାଲ ମେନେଜର‌ଵିଵେକ ଶ୍ରୀବାସ୍ତବ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡଃ ଶୁଶାନ୍ତ କୁମାର‌ ସିଂ,କୁସୁମି ବ୍ଳକ ପ୍ରାଣୀ ଚିକିତ୍ସାଧିକାରୀ ଡଃ ପ୍ରେମାନନ୍ଦ ଶତପଥୀ,ହାଟବାଦଡା ପ୍ରାଣୀ ଚିକିତ୍ସାଧିକାରୀ ଡଃ ଦେବବ୍ରତ ଯେନା,ମୟୂରଭଂଜ ଦୁଗ୍ଧ ସଂଘର କନିଷ୍ଠ ସହକାରିଣୀ ମମତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

 ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଧର୍ମଗଡ ତହସିଲ କାର୍ଯ୍ୟାଳୟ ଠାରେ ରାଜସ୍ୱ ନିରୀକ୍ଷକ,ପରିଦର୍ଶକ ଙ୍କ ସାମୁହିକ କାର୍ଯ୍ୟ ବନ୍ଦ ଆନ୍ଦୋଳନ

masiha

ଜିଲ୍ଲାସ୍ତରୀୟ ସଞ୍ଚୟ ପକ୍ଷ ଉଦଯାପିତ

masiha

କଳାହାଣ୍ଡି ଉତ୍ସବ ଅବସର ରେ ଦୃତ ସାଇକେଲ ଚାଳନା ପ୍ରତଯୋଗୀତା 

masiha

Leave a Comment

error: Content is protected !!