କୃଷି ବିଭାଗର ସଂକଳ୍ପ ସପ୍ତାହ ରେ ସମୃଦ୍ଧି ଦିବସ ପାଳନ
ଡାବୁଗାଁ, ୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ପଞ୍ଚାୟତ ସମିତିର ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ସଂକଳ୍ପ ସପ୍ତାହ ପାଳନ ଅବସରରେ ସମୃଦ୍ଧି ଦିବସ ରବିବାର ପାଳନ ହୋଇଯାଇଛି | ଏଥିରେ ଜନସାଧାରଣ ଙ୍କୁ ଆୟ ପନ୍ଥା ନେଇ ସରକାରଙ୍କ ଯୋଜନା ଉପରେ ଆଲୋଚନା ହୋଇଥିଲା | ଏଥିରେ ମାଛ ଚାଷ, ଛେଳି ଚାଷ, ଛତୁ ଚାଷ, ମହୁ ଚାଷ, ଗୋ-ପାଳନ ଓ କୁକୁଡା ଚାଷ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା | ଏହି ଚାଷ ଉପରେ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅଧିକାରୀ ମାନେ ଲୋକ ମାନଙ୍କୁ ବୁଝାଇଥିଲେ | ଏହାସହ କେନ୍ଦ୍ର ସରକାର ଙ୍କ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଉପରେ ଜନସାଧାରଣଙ୍କୁ ବୁଝାଯାଇଥିଲା | ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପ୍ରଭାକର ମୁଦୁଲି, କାଳୀପଦ କୀର୍ତ୍ତନିଆ, ପର୍ଶୁରାମ ମାଳୀ, ଅର୍ଜୁନ ଭତରା ଓ ହଳଧର ଜାନୀ ଏବଂ ସମସ୍ତ ୱାର୍ଡ ସଭ୍ୟାସଭ୍ୟ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ |