ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷି ବିଭାଗର ସଂକଳ୍ପ ସପ୍ତାହ ରେ ସମୃଦ୍ଧି ଦିବସ ପାଳନ

କୃଷି ବିଭାଗର ସଂକଳ୍ପ ସପ୍ତାହ ରେ ସମୃଦ୍ଧି ଦିବସ ପାଳନ 

ଡାବୁଗାଁ, ୮/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ପଞ୍ଚାୟତ ସମିତିର ସମସ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ସଂକଳ୍ପ ସପ୍ତାହ ପାଳନ ଅବସରରେ ସମୃଦ୍ଧି ଦିବସ ରବିବାର ପାଳନ ହୋଇଯାଇଛି | ଏଥିରେ ଜନସାଧାରଣ ଙ୍କୁ ଆୟ ପନ୍ଥା ନେଇ ସରକାରଙ୍କ ଯୋଜନା ଉପରେ ଆଲୋଚନା ହୋଇଥିଲା | ଏଥିରେ ମାଛ ଚାଷ, ଛେଳି ଚାଷ, ଛତୁ ଚାଷ, ମହୁ ଚାଷ, ଗୋ-ପାଳନ ଓ କୁକୁଡା ଚାଷ କରିବା ପାଇଁ ଲୋକଙ୍କୁ ସଚେତନ କରାଯାଇଥିଲା | ଏହି ଚାଷ ଉପରେ ଥିବା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅଧିକାରୀ ମାନେ ଲୋକ ମାନଙ୍କୁ ବୁଝାଇଥିଲେ | ଏହାସହ କେନ୍ଦ୍ର ସରକାର ଙ୍କ ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା ଉପରେ ଜନସାଧାରଣଙ୍କୁ ବୁଝାଯାଇଥିଲା | ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ, ପ୍ରଭାକର ମୁଦୁଲି, କାଳୀପଦ କୀର୍ତ୍ତନିଆ, ପର୍ଶୁରାମ ମାଳୀ, ଅର୍ଜୁନ ଭତରା ଓ ହଳଧର ଜାନୀ ଏବଂ ସମସ୍ତ ୱାର୍ଡ ସଭ୍ୟାସଭ୍ୟ, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶିକ୍ଷକ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନେ ଓ ଗ୍ରାମବାସୀ ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆରଇସି ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ

masiha

ପଞ୍ଚାୟତିରାଜ ପ୍ରତିନିଧିନଙ୍କ ପ୍ରାରମ୍ଭିକ ପ୍ରଶିକ୍ଷଣ ଶିବିର ଉଦଯାପନ

Sunil Chandra Nayak

ଆଲମଣ୍ଡା ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ମହା ସମାରୋହରେ ପାଳିତ

Leave a Comment

error: Content is protected !!