ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ୍ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ l ଉପନିର୍ବାଚନ ଏମିତି ଶାନ୍ତି ଶୃଙ୍ଖଳା ସହିତ ବ୍ୟବସ୍ଥିତ ହେବ ଯେ ଏହା ଆଗାମୀ ଦିନ ପାଇଁ ଉଦାହରଣ ହୋଇ ରହିବ- ଜିଲ୍ଲାପାଳ 

ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପୋଲିସ୍ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ l ଉପନିର୍ବାଚନ ଏମିତି ଶାନ୍ତି ଶୃଙ୍ଖଳା ସହିତ ବ୍ୟବସ୍ଥିତ ହେବ ଯେ ଏହା ଆଗାମୀ ଦିନ ପାଇଁ ଉଦାହରଣ ହୋଇ ରହିବ- ଜିଲ୍ଲାପାଳ 

ନୂଆପଡା, ତା ୧୦/୧୦. (ସୁଜିତ କୁମାର ପ୍ରଧାନ) ଭାରତ ନିର୍ବାଚନ କମିଶନ୍ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିବା ସହିତ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି l ଏହି ସମୟରେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ନୂଆପଡା ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପୋଲିସ୍ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଥିଲା lଏଥିରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଣଜିତ୍ ନାୟକ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସମସ୍ତ ବିଡ଼ିଓ ଓ ତହସିଲଦାର , ଡେପୁଟୀ କଲେକ୍ଟର ନିର୍ବାଚନ ଶେଖ୍ ନସିମ୍, ସମସ୍ତ ପ୍ରଶାସନିକ ଅଧିକାରୀ ,ଅବକାରୀ ଅଧିକ୍ଷକ, ଆର୍ ଟି ଓ,ଜି ଏସ ଟି ଅଧିକାରୀ, ସମସ୍ତ ଏନ୍ ଏ ସି ଇ ଓ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଏବଂ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ଯେ ନିର୍ବାଚନ କମିଶନ୍ ଙ୍କ ନିର୍ଦ୍ଦେଶ କ୍ରମେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମଗ୍ର ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇ ଯାଇଛି l ଜିଲ୍ଲାର ବିଭିନ୍ନ ଅଧିକାରୀ, କର୍ମଚାରୀ ଏବଂ ଆରକ୍ଷୀ ବାହିନୀ ସମ୍ମିଳିତ ଭାବରେ ନିର୍ବାଚନ ପ୍ରକ୍ରିୟାରେ ଯୋଗଦାନ କରି ସମର୍ପଣ ଓ ନିର୍ଭୟର ସହିତ ନିଜର ଦାୟିତ୍ଵ ନିର୍ବାହ କରିବା l ଆମେ ସମସ୍ତେ ଏବେ ନିର୍ବାଚନ କମିଶନ୍ ଙ୍କ ସିଧାସଳଖ ନିୟନ୍ତ୍ରଣରେ କାମ କରିବା l ସମସ୍ତ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏବଂ ଏସ୍ ଏସ୍ ଟି ଦଳ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶରେ କାମ କରିବେ l ସମସ୍ତ ଗାଡ଼ି ମଟର ଏପରିକି ଜିଲ୍ଲାପାଳ, ଏସ ପି, ପର୍ଯ୍ୟବେକ୍ଷକ ଏବଂ ସାମ୍ବାଦିକ ମାନଙ୍କ ଯାନ ମଧ୍ୟ ସେମାନେ ତଲାସୀ କରିବେ l ମତଦାନ ଦିନ ସକାଳ ୭ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଏବଂ ସଂବେଦନଶୀଳ ବୁଥ ମାନଙ୍କରେ ଅପରାହ୍ନ ୪ ଟା ଯାଏଁ ମତଦାନ ହେବ l ନିର୍ବାଚନ ଦିନ ଏଥର ଭୋଟର ମାନଙ୍କୁ ସ୍ଲିପ କେବଳ ବି ଏଲ ଓ ମାନେ ହିଁ ଦେବେ l ସମସ୍ତ ବୁଥ ରେ ୱେବ୍ କାଷ୍ଟିଂ ହେବ l ନିର୍ବାଚନ ର ନିରପେକ୍ଷତା ଅଧିକ କରିବା ପାଇଁ ବିଧାନ ସଭା ୭୨, ଖଡିଆଳ ର ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ବହୁ ସଂଖ୍ୟାରେ ପୋଲିଂ ଦାୟିତ୍ୱରେ ନିୟୋଜିତ କରାଯିବ l ଏଥର ନୂଆପଡା ରେ ୩ଟି ଏବଂ ଖରୀଆର ରୋଡ ରେ ୩ଟି ଏଭଳି ମୋଟ ୬ ଟି ପିଙ୍କ୍ ବୁଥ ହେବ ଯାହା କେବଳ ମହିଳା ଅଧିକାରୀ ମାନଙ୍କ ଦ୍ଵାରା ପରିଚାଳିତ ହେବ l ଏବେଠାରୁ ବେଆଇନ ମଦ ଡ୍ରଗ୍ସ୍ କାରବାର ଉପରେ ଅବକାରୀ ବିଭାଗ ତୀକ୍ଷ୍ଣ ନଜର ରଖିବେ l ସବୁ ପୋଲିଂ ପାର୍ଟି ସହିତ ପୋଲିସ୍ ସବୁବେଳେ ରହିବେ l 

 ରାତି ୧୦ ଟାରୁ ସକାଳ ୦୬ ଟା ପର୍ଯ୍ୟନ୍ତ ସମସ୍ତ ପ୍ରଚାର ପ୍ରସାର ସଭା ବନ୍ଦ ରହିବ l ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଲେ ଯେ ସମଗ୍ର ଜିଲ୍ଲାରେ ଶାନ୍ତି ପୂର୍ଣ୍ଣ,ସ୍ଵାଧୀନ ଓ ନିରପେକ୍ଷ ଭାବରେ ନିର୍ବାଚନ ହେବା ପାଇଁ ପୋଲିସ ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ l ଜିଲ୍ଲାର ୩୫୮ ଟି ବୁଥ ରୁ ସମ୍ବେଦନଶିଳ ଏଵଂ ଆଇନ ଶୃଙ୍ଖଳା ଦୃଷ୍ଟିରୁ ସ୍ପର୍ଶକାତର ଥିବା ବୁଥ ଉପରେ ତୀକ୍ଷ୍ମ ନଜର ରହିବ l ଆଦର୍ଶ ଆଚରଣ ବିଧି ସମଗ୍ର ଜିଲ୍ଲାରେ କଡାକଡି ଭାବରେ ଲାଗୁହେବ l ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହିତ ଶତ ପ୍ରତିଶତ ମତଦାନ ସୁନିଶ୍ଚିତ କରିବା ପାଇଁ ସେ ସମସ୍ତ ଅଧିକାରୀ ମାନଙ୍କ ସହଯୋଗ କାମନା କରିଥିଲେ l ଜିଲ୍ଲାପାଳ କହିଲେ ଆଗାମୀ ଉପନିର୍ବାଚନ ଆମ ସମସ୍ତଙ୍କ ପାଇଁ ଏକ ଆହ୍ବାନ l ଏହା ଉପରେ ସମଗ୍ର ରାଜ୍ୟ ତଥା ଦେଶର ନଜର ରହିବ l ଆମେ ଏହାକୁ ଶାନ୍ତି ଶୃଙ୍ଖଳା ସହିତ ଏମିତି ବ୍ୟବସ୍ଥିତ ଭାବରେ ତୁଲାଇବା ଯେ ଏହା ଆଗାମୀ ଦିନ ପାଇଁ ଉଦାହରଣ ହୋଇ ରହିବ ।

Related posts

ଡକ୍ଟର ରମାକାନ୍ତ ନାଏକଙ୍କୁ ଟାଟା ସାମାଜିକ ବିଜ୍ଞାନ ସଂସ୍ଥା ରୁ ପିଏଚଡି ଉପାଧି ପ୍ରଦାନ 

masiha

ତେନ୍ତୁଳିଖୁଣ୍ଟି ବ୍ଲକର  ଗୌରବ ଆଣିଥିବା ବିଶ୍ଵଜିତ କୁ ସମ୍ବର୍ଦ୍ଧନା

Sunil Chandra Nayak

ବାଲେଶ୍ୱର ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Sunil Chandra Nayak

Leave a Comment

error: Content is protected !!