ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିଆ ରହିଥିବା ଟ୍ରଲର କୁ ପଛରୁ ଧକ୍କାଦେଇ ଦୁଇ ବାଇକ ଆରୋହୀ ଗୁରୁତର 

ଠିଆ ରହିଥିବା ଟ୍ରଲର କୁ ପଛରୁ ଧକ୍କାଦେଇ ଦୁଇ ବାଇକ ଆରୋହୀ ଗୁରୁତର 

ନବରଙ୍ଗପୁର(୨୬/୦୮)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଗୋଲଡେନଫିସ ଢ଼ାବା ସମ୍ମୁଖରେ ଠିଆ ରହିଥିବା ଏକ ଟ୍ରଲରକୁ ଧକ୍କା ଦେଲା ଏକ ବାଇକ, ଏଥିରେ ଦୁଇଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି | ଦୁଇ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି |ମିଳିଥିବା ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚଚା ପଂଚାୟତ ସଦର ମହକୁମାର ରାକେଶ ପୂଜାରୀ ଓ ଗୋପବନ୍ଧୁ ସତନାମୀ ନାମକ ଦୁଇ ବ୍ୟକ୍ତି କୌଣସି ଏକ କାମରେ ନବରଙ୍ଗପୁର ଯାଇଥିଲେ |ସନ୍ଧ୍ୟା ସମୟରେ ଦୁହେଁ ଏକ ବାଇକ ଓଡି ୨୪ସି ୫୭୯୨ ଯୋଗେ ନିଜ ଘରକୁ ଫେରୁଥିଲେ | ପାପଡାହାଣ୍ଡି ଗୋଲଡେନଫିସ ଢ଼ାବା ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ ଟ୍ରଲର ଠିଆ ହୋଇ ରହିଥିଲା |ରାସ୍ତା କଡ଼ରେ ଠିଆ ହୋଇ ରହିଥିବା ଟ୍ରଲରକୁ ପଛ ପଟେ ବାଇକ ଧକ୍କା ଦେଇ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ରାସ୍ତା କଡ଼ରେ ଛିଟିକି ପଡିଥିଲେ | ଦୁହିଁଙ୍କୁ ଗ୍ରାମବାସୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିବା ସୂଚନା ରହିଛି | ଘଟଣାସ୍ଥଳରେ ପାପଡାହାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି |

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶିକ୍ଷାବିତ୍ ପବିତ୍ର କୁମାର ପ୍ରଧାନଙ୍କ ବିୟୋଗରେ ଶୋକ 

masiha

42 ଡିଗ୍ରୀ ତାପମାତ୍ରା ରେ ଶିଖୁଛି ଧରାକୋଟ ଅଞ୍ଚଳ

Sunil Chandra Nayak

ଉତ୍କଳ କଳାକାର ଏକାଡେମୀର ଜିଲ୍ଲା କମିଟି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!