ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଠିଆ ରହିଥିବା ଟ୍ରଲର କୁ ପଛରୁ ଧକ୍କାଦେଇ ଦୁଇ ବାଇକ ଆରୋହୀ ଗୁରୁତର 

ଠିଆ ରହିଥିବା ଟ୍ରଲର କୁ ପଛରୁ ଧକ୍କାଦେଇ ଦୁଇ ବାଇକ ଆରୋହୀ ଗୁରୁତର 

ନବରଙ୍ଗପୁର(୨୬/୦୮)(ରବି ନାରାୟଣ ମହାନ୍ତି)-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଗୋଲଡେନଫିସ ଢ଼ାବା ସମ୍ମୁଖରେ ଠିଆ ରହିଥିବା ଏକ ଟ୍ରଲରକୁ ଧକ୍କା ଦେଲା ଏକ ବାଇକ, ଏଥିରେ ଦୁଇଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି | ଦୁଇ ଗୁରୁତରଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି |ମିଳିଥିବା ସୂଚନା ପ୍ରକାରେ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚଚା ପଂଚାୟତ ସଦର ମହକୁମାର ରାକେଶ ପୂଜାରୀ ଓ ଗୋପବନ୍ଧୁ ସତନାମୀ ନାମକ ଦୁଇ ବ୍ୟକ୍ତି କୌଣସି ଏକ କାମରେ ନବରଙ୍ଗପୁର ଯାଇଥିଲେ |ସନ୍ଧ୍ୟା ସମୟରେ ଦୁହେଁ ଏକ ବାଇକ ଓଡି ୨୪ସି ୫୭୯୨ ଯୋଗେ ନିଜ ଘରକୁ ଫେରୁଥିଲେ | ପାପଡାହାଣ୍ଡି ଗୋଲଡେନଫିସ ଢ଼ାବା ସମ୍ମୁଖରେ ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଏକ ଟ୍ରଲର ଠିଆ ହୋଇ ରହିଥିଲା |ରାସ୍ତା କଡ଼ରେ ଠିଆ ହୋଇ ରହିଥିବା ଟ୍ରଲରକୁ ପଛ ପଟେ ବାଇକ ଧକ୍କା ଦେଇ ଦୁଇ ବାଇକ ଆରୋହୀ ଗୁରୁତର ହୋଇ ରାସ୍ତା କଡ଼ରେ ଛିଟିକି ପଡିଥିଲେ | ଦୁହିଁଙ୍କୁ ଗ୍ରାମବାସୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିବା ସୂଚନା ରହିଛି | ଘଟଣାସ୍ଥଳରେ ପାପଡାହାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି |

ମସିହା ନିୟୁଜ୍ ସର୍ଭିସ୍ 

Related posts

ଧାନ ପରବର୍ତ୍ତୀ ଚାଷ ପାଇଁ କ୍ଷେତ୍ର ପରିଦର୍ଶନ

masiha

ଓଡ଼ିଆ ପକ୍ଷ ନେଇ ପାରମ୍ପରିକ ଖାଦ୍ୟ ଦିବସ ଅନୁଷ୍ଠିତ

masiha

ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!