ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିପମ୍ପ କେବୁଲ ଚୋରି, ଜଳ ଯୋଗାଣ ଠପ୍

ପାଣିପମ୍ପ କେବୁଲ ଚୋରି, ଜଳ ଯୋଗାଣ ଠପ୍

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ତେଲ ନଦୀ କୂଳରେ ଥିବା ୨ଟି ପାଣିପମ୍ପ ହାଉସରୁ ବିଦ୍ୟୁତ୍ ତମ୍ବା କେବୁଲ୍ ଚୋରି ହୋଇଥିବା ଅଭିଯୋଗ ହୋଇଛି l ଫଳରେ ତେରେସିଂହା ଓ ରିଷିଡା ଗ୍ରାମକୁ ଜଳ ଯୋଗାଣ ବନ୍ଦ ରହିଛି l ପାଣିପମ୍ପ ହାଉସରୁ କୂପ ତଳ ମଟରକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତମ୍ବା କେବୁଲକୁ ଶନିବାର ରାତ୍ରୀରେ ଦୃର୍ବୃତ୍ତ ମାନେ ଚୋରି କରି ନେଇଥିବା ରବିବାର ସକାଳେ ଜଣା ପଡ଼ିଥିଲା l ସକାଳେ ପାଣିପମ୍ପ ଚାଲୁ କରିବାକୁ ପମ୍ପ ଚାଳକ କଣ୍ଠ ରଣା ଯାଇଥିବା ବେଳେ ପମ୍ପ ଘରର ତାଲା ଭଙ୍ଗା ହୋଇଥିବା ଦେଖିଥିଲେ l ଏନେଇ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରି ଜଣାଇଥିଲେ l ପରେ ବିଭାଗୀୟ ଅଧିକାରୀ ମାନେ ଆସି ତଦନ୍ତ କରିବା ସହ ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଏ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଦେଶରେ ସବୁ ନାଗରିକମାନଙ୍କ ପାଇଁ ସମାନ ସଂହିତା ଆଇନ ପ୍ରଣୟନ ସହିତ ଜାତି , ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସବୁ ନାଗରିକଙ୍କ ନିମନ୍ତେ ଦୁଇ ସନ୍ତାନ ଆଇନ ଲାଗୁ କରିବା ପାଇଁ ଦାବିପତ୍ର ପ୍ରଦାନ

Sunil Chandra Nayak

“ଚାଷୀମାନଙ୍କ ଆୟକୁ ଦ୍ବିଗୁଣିତ କରିବା ସରକାରଙ୍କ ଯୋଜନା” – ମନ୍ତ୍ରୀ ଜଗନ୍ନାଥ ସାରକା 

Sunil Chandra Nayak

ରାଇରଙ୍ଗପୁରରେ ଜର୍ମାନୀର ଖ୍ୟାତନାମା ଚିକିତ୍ସା ବିଶେଷଜ୍ଞ ଡାକ୍ତର ଶିବାଶିଷ ଗିରିଙ୍କ ଦ୍ଵାରା ‘ ଆମ ଶରୀର ଆମ ଡାକ୍ତର ‘ କର୍ମଶାଳା 

masiha

Leave a Comment

error: Content is protected !!