ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ପଛୁଆ ବର୍ଗ ଲୋକଙ୍କର ସାମାଜିକ, ଶିକ୍ଷାର ସ୍ଥିତିର ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡ:-ତା.5/4-ରାୟଗଡ ଜିଲାରେ ବସବାସ କରୁଥିବା ପଛୁଆ ବର୍ଗ ଲୋକଙ୍କର ସାମାଜିକ, ଶିକ୍ଷାର ସ୍ଥିତିର ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଅତିରିକ୍ତ ଜିଲ୍ଲାପାଳ ଧର୍ମlନନ୍ଦ ବେହେରାଙ୍କ ଅଧକ୍ଷତାରେ ଅନୁଷ୍ଠିତ ତାଲିମ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପର୍ଯ୍ୟବେକ୍ଷକ ବୀରେନ୍ଦ୍ର କୁମାର କର୍କରା, ସିଡିଓ ତଥା କାର୍ଯ୍ୟ ନିର୍ବାହୀ ଜିଲ୍ଲା ପରିଷଦ ରବିନାରାୟନ ତ୍ରିପାଠୀ,ଉପଜିଲ୍ଲାପାଳ ରାୟାଗଡ଼, ଭୀମସେନ ଶବର,ପିଏ ଆଇଟିଡ଼ିଏ ରାୟଗଡା, ଦିଲୀପ କୁମାର ବେହେରା, ପିଏ ଆଇଟିଡ଼ିଏ ଗୁଣପୁର, ଶାନ୍ତି ପ୍ରଭା ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ପ୍ରମୁଖ ଯୋଗଦାନ କରି ତାଲିମ ପ୍ରଦାନ କରିଥିଲେ l ଓଡିଶାରେ ଥିବା ପଛୁଆ ବର୍ଗର ଲୋକମାନଙ୍କର ବର୍ତମାନ ଥିବା ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସ୍ପଷ୍ଟ ଚିତ୍ର ହାସଲ କରିବା ନିମନ୍ତେ ସର୍ଭେ କରାଯିବ l ଏହି ସର୍ଭେ ଆସନ୍ତା ମେ 1ତାରିଖରୁ ଆରମ୍ଭ ହୋଇ ମେ 20 ତାରିଖ ପର୍ଯନ୍ତ ଚାଲିବ ଏବଂ ତା’ପରେ ମେ 21ତାରିଖ ଠାରୁ ମେ 25ତାରିଖ ପର୍ଯ୍ୟନ୍ତ ଏକ ବିଶେଷ କାର୍ଯ୍ୟକ୍ରମ ଚାଲିବ l ଏହି ସର୍ଭେ ମାଧ୍ୟମରେ ମୁଖ୍ୟତଃ ଜିଲ୍ଲାର ପଛୁଆ ବର୍ଗ ଲୋକମାନଙ୍କର ବୃତ୍ତି, ଶିକ୍ଷାଗତ ଯୋଗ୍ୟତା, ସହିତ ସେମାନଙ୍କର ପରିବାରର ଲୋକମାନେ କେଉଁପ୍ରକାର ଶିକ୍ଷାନୁଷ୍ଠାନ ରେ ଅଧୟନ କରିଛନ୍ତି, ସେ ବିଷୟରେ ସୂଚନା ମିଳିବl ଦ୍ୱାରା ସେମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ବନ୍ଧରେ ସଠିକ ତଥ୍ୟ ପ୍ରାପ୍ତ ହେବ l ଆଜିର ଟ୍ରେନିଙ୍ଗ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ଭିଡିଓ ଓ ଏଥି ସଂପୃକ୍ତ ଅଧିକାରୀ ମାନଂକୁ ଜିଲ୍ଲା ସ୍ଥରରେ ତାଲିମ ପ୍ରଦାନ କରାଯାଇଥିଲା l ବ୍ଲକସ୍ଥରୀୟ ଅଧିକାରୀ ମାନେ ଏଣୁମାରେଟର ଓ ସୁପରଭାଇଜର ମାନଙ୍କୁ ତାଲିମ ପ୍ରଦାନ କରିବେ l ଆଜିର ଏହି ଟ୍ରେନିଂ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗଦାନ କରିଥିଲେ l

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲର ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

masiha

ପୂଜ୍ୟପୂଜାରେ ବ୍ରତୀ ଧର୍ମପ୍ରାଣ ଆଦର୍ଶ ଦଂପତିଙ୍କ ଦୁର୍ଗାପୂଜାର ଶୁଭେଛା ଓ ଅଭିନନ୍ଦନ ବାର୍ତ୍ତା 

Sunil Chandra Nayak

ନିଶାମଣି ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ସଭା

Sunil Chandra Nayak

Leave a Comment

error: Content is protected !!