ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକର ମିଶନ ଶକ୍ତି ଋଣ ମେଳା

ବନ୍ଧୁଗାଁ ବ୍ଲକର ମିଶନ ଶକ୍ତି ଋଣ ମେଳା

ବନ୍ଧୁଗାଁ ତା ୨୫/୩/୨୫ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଦ୍ୱାରା ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ମିଶନ ଶକ୍ତି ଋଣ ମେଳାରେ ବ୍ଲକ ବିଡ଼ିଓ ଶ୍ରୀମତୀ ମିନତୀ ଜଗଦେବ ,ଶିଶୁ ବିକାଶ ବିଭାଗର ଅଧିକାରୀ ସିଡ଼ିପିଓ ଶ୍ରୀମତୀ ଗୀତାଞ୍ଜଳୀ ମହାରଣା, ବନ୍ଧୁଗାଁ ବ୍ଲକର ବିଧାୟକ ପ୍ରତିନିଧି ଡି.ଏଙ୍କାଟି, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବନ୍ଧୁଗାଁ ଶାଖା ମେନେଞ୍ଜର ମନଜ କୁମାର ସାମନ୍ତରାୟ, ଆଲମଣ୍ଡା ଶାଖା ମେନେଞ୍ଜର ଲକ୍ଷ୍ମୀନାରାୟଣ ଦେଉରିଆ,କୁମ୍ଭାରି ପୁଟ ଷ୍ଟେଟ ବ୍ୟାଙ୍କ ବ୍ରାଞ୍ଚ ମେନେଞ୍ଜର ବିଜୟ କୁମାର ବେହେରା, ବ୍ଲକ ଜନ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ କୁମାର ସ୍ବାଇଁ , ମିଶନ ଶକ୍ତି ବିପିଶି କେ.ପ୍ରଦୀପ କୁମାର, ଓ.ଏଲ.ଏମ, ବି.ଏଲ.ସି. ଚୈତନ୍ୟ ସଗରିଆ ଉପସ୍ଥିତ ରହି ଥିଲେ । ଉପସ୍ଥିତ ଥିବା ସମସ୍ତ ଅତିଥି ମାନଙ୍କ ଦ୍ଵାରା ଗୋଷ୍ଠିଗତ ଭାବେ ଋଣ ନେବା ଓ ଋଣ ଟଙ୍କାକୁ ସୁବିନିଯୋଗ କରିବା ଉପରେ ଗୁରୁତ୍ଵ ଆରୋପ କରିଥିଲେ । ଏହା ସହିତ କିଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ନେଇ ରୋଜଗାର ପନ୍ଥାରେ ଲଗାଉଛନ୍ତି ଉପସ୍ଥାପନ କରିଥିଲେ । ବ୍ଲକର ୧୩ ଟି ପଞ୍ଚାୟତରୁ ଏମବିକେ ଓ ସିଆରପି ଙ୍କ ସମେତ ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଆଞ୍ଚଳିକ ସଂଘର ଶତାଧିକ ସଦସ୍ୟଙ୍କୁ ବ୍ୟାଙ୍କ୍ ମାନଙ୍କ ଦ୍ଵାରା ଋଣ ପ୍ରଦାନ କରାଯାଇଥିଲା। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ କୁମ୍ଭାରିପୁଟ ତରଫରୁ ୨୪ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧ କୋଟି ୫ ଲକ୍ଷ ଟଙ୍କା, ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ବନ୍ଧୁଗାଁ ଶାଖା ରୁ ୧୯ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଆଲମଣ୍ଡା ଶାଖା ତରଫରୁ ୩୫ ଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧ କୋଟି ୩୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରି ୫୫ ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମୋଟ ୩ କୋଟି ୨୪ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଥିଲା । ଆଜିର ଏହି ଋଣ yମେଳାରେ ବନ୍ଧୁଗାଁ ବ୍ଲକର ଆଖ ପାଖ ଗ୍ରାମର ଭଦ୍ର ବ୍ୟକ୍ତି ଗଣ ଓ ବ୍ଲକର ସମସ୍ତ ୱେବ ମିଡ଼ିଆ ଓ ଡିଜିଟାଲ ମିଡ଼ିଆ ଏବଂ ସମସ୍ତ ପ୍ରିଣ୍ଟ ମିଡ଼ିଆ ଓ ବ୍ଲକର ଅନ୍ୟାନ୍ୟ ବିଭାଗ ର କର୍ମଚାରି ବୃନ୍ଧଙ୍କ ଉପସ୍ଥିତରେ ଶାନ୍ତି ଶୃଙ୍ଖଳା ସହିତ ଆଜିର ଋଣ ମେଳା ବୈଠକ ହୋଇଥିଲା I 

  ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଯୋରଦା କଲ୍ଯାଣ ମଣ୍ଡପରେ ଲ୍ଯାମ୍ପସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

Sunil Chandra Nayak

ମୋବାଇଲ ବିସ୍ଫୋରଣରେ ଘରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୫ ଜଣିଆ ପରିବାର

Sunil Chandra Nayak

ବାଟାଗୁଡ଼ା ସେବାଶ୍ରମ ହଷ୍ଟେଲରେ ଚିକିତ୍ସାରେ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ :ଉଚ୍ଚ କର୍ତ୍ତୃପକ୍ଷଙ୍କ ତଦନ୍ତ ପାଇଁ ଦାବୀ 

masiha

Leave a Comment

error: Content is protected !!