ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓରାମ ସାଂସ୍କୃତିକ ସମାଜର ବାର୍ଷିକ ସାଧାରଣ ସଭାରେ ଜୁଏଲ ଓରାମଙ୍କ କର୍ଣ୍ଣ ମନ୍ତ୍ର

ଓରାମ ସାଂସ୍କୃତିକ ସମାଜର ବାର୍ଷିକ ସାଧାରଣ ସଭାରେ ଜୁଏଲ ଓରାମଙ୍କ କର୍ଣ୍ଣ ମନ୍ତ୍ର

ରାଉଲକେଲା: ରାଉରକେଲା ସ୍ଥିତ ସେକ୍ଟର -୩, ବି -୩୬ ପରିସରରେ, ଓଡ଼ିଶା ଓରାମ ସାଂସୃତିକ ସମାଜର , ବାର୍ଷିକ ସାଧାରଣ ସଭା, ସଭାନେତ୍ରୀ ସୁଶ୍ରୀ ସୁକେଶି ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶ୍ରୀ ଓରାମ ତାଙ୍କ ବକ୍ତବ୍ୟରେ ଓରାମ ସମାଜ ଏକଜୁଟ ହୋଇ ରହିବା ସହିତ ଭାଷା ଓ ଶିକ୍ଷା ଉପରେ ବିଶେଷ ଗୁରୁତ୍ବ ଦେବା ପାଇଁ ପରାମର୍ଶ ଦେଇଥିଲେ । ବାଲ୍ୟାବସ୍ଥାରୁ ଛୁଆମାନେ ସମାଜର ଆଦର୍ଶରେ ଅନୁପ୍ରାଣୀତ ହେଲେ ଏହି ସମାଜର ବିକାଶ ହେବା ସହିତ ଦେଶର ଗଠନରେ ଯୋଗଦାନ କରିବାକୁ ସୁଯୋଗ ପାଇବେ ବୋଲି କହିଥିଲେ। ଓରାମ ସମାଜର କିଛି ଭାଷା ଅଛି ଯାହା କିଛି ଅଳ୍ପ ଲୋକ ଜାଣି ଛନ୍ତି । ଯଦି ଏହାର ପ୍ରସାର ପ୍ରସାର ନହୁଏ ତେବେ ଏହା କାଳ କ୍ରମେ ଲୋପ ପାଇ ଯିବ । ସମାଜର କିଛି ପରମ୍ପରା, ସଂସ୍କୃତି ଡୁବିଗଲାନି, ଆଉକିଛି କଳୁଷିତ ହୋଇଗଲାଣି । ମୂଳ ଭାଷା , ସଂସ୍କୃତି ଓ ପରମ୍ପରାକୁ ବଞ୍ଚାଇବାକୁ ପଡ଼ିବ । ଏଣୁ ବାଲ୍ୟ କାଳରୁ ପିଲାମାନଙ୍କୁ ଏ ବିଷୟରେ ଶିକ୍ଷା, ଗୀତ , ନାଚ ପ୍ରଦାନ କରିବା ଓ ଭାଷଣ ଦେବାର ଅଭ୍ୟାସ କରିବାକୁ ପଡ଼ିବ । ସମାଜର ସଂଖ୍ୟା ବୃଦ୍ଧି କରିବାକୁ ହେବ । ଭାଷାକୁ ଲୋପ କରିବାକୁ ଦିଆ ଯିବ ନାହିଁ ।ପ୍ରତ୍ୟେକ ଗ୍ରାମରେ ପ୍ରାର୍ଥନା ସଭା କରିବା ଆବଶ୍ୟକ । ଯାହା ଆବଶ୍ୟକ ସେ ଯୋଗାଇ ଦେବେ ବୋଲି କହିଥିଲେ । ସମସ୍ତେ ଜାଗ୍ରତ, ସଚେତନ, ହେବା ସହିତ ନିଜର ମତାମତ ପୋଷଣ କରିବାକୁ ଉପରେ ଗୁରୁତ୍ୱାରୋପ କରିଥିଲେ । ମୋଦୀ ସରକାର ଆଦିବାସୀ ମାନଙ୍କ ଉନ୍ନତି ଓ ବିକାଶ ପାଇଁ ଶିକ୍ଷା, ସ୍ଵାସ୍ଥ୍ୟ, ଜୀବିକା ପୋଷଣ ପାଇଁ ବିବିଧ ଯୋଜନା କରିଛନ୍ତି। ଏହି ଯୋଜନାରୁ ଆମେ କିପରି ସୁଯୋଗ ନେଇ ପାରିବା ତାକୁ ଧ୍ୟାନ ଦେବା ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟାଳୟ ସମସ୍ତ ଆଦିବାସୀଙ୍କ କାର୍ଯ୍ୟରେ ବ୍ୟବହାରରେ ଲାଗିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ମାଙ୍ଗେ ଏକ୍କା, ସୋମା ଓରାମ, ସମାଜ ସେବୀ ପଦ୍ମିନୀ ପାଣିଗ୍ରାହୀ, କାନ୍ଦ୍ରୁ ଟୋପୋ, କଲାକୃଷ୍ଣ ଓରାମ, ବିଜୟ ଖାଲକୋ , ସୁବୋଧ ଟପୋ ପ୍ରମୁଖ ମଞ୍ଚାସୀନ ଥିଲେ । ସମରା ଏକ୍କା ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ । ବହୁ ସଂଖ୍ୟାରେ ସମାଜର ସଭ୍ୟ ଓ ସଭ୍ୟା ମାନେ ଉପସ୍ଥିତ ଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମ ଦିବସ ପାଳିତ

Sunil Chandra Nayak

ଝରିଗାଁ ବ୍ଲକରେ ରହିଛି ଗୋଟିଏ ବି ଶୌଚାଳୟ ନଥିବା ୩ଟି ଗାଁ

masiha

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

Leave a Comment

error: Content is protected !!