ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେଡିର ଜନସମ୍ପର୍କ ଅଭିଯାନ ଆରମ୍ଭ

ବିଜେଡିର ଜନସମ୍ପର୍କ ଅଭିଯାନ ଆରମ୍ଭ

ଜୁନାଗଡ଼,୨/୧୦(ମ ନି ସ)ଜୁନାଗଡ଼ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ଜନସମ୍ପର୍କ ଅଭିଯାନ ଆରମ୍ଭ ହୋଇଛି।ଏହି ଜନସମ୍ପର୍କ ଅଭିଯାନ ରେ ଶତାଧିକ ବିଜେଡି କର୍ମୀ ସ୍ଥାନୀୟ ଲଙ୍କେଶ୍ୱରୀ ମନ୍ଦିର ଠାରେ ଏକତ୍ରିତ ହୋଇ ମାଙ୍କୁ ଦର୍ଶନ କରି ତାଙ୍କର ଜନସମ୍ପର୍କ ଅଭିଯାନ ଆରମ୍ଭ କରିଥିଲେ।କର୍ମୀମାନେ ଶୋଭାଯାତ୍ରାରେ ଯାଇ ସ୍ଥାନୀୟ ନୂଆବସଷ୍ଟାଣ୍ଡ ରେ ଥିବା ବାବା ସାହେବ ଆମ୍ବେଦକର ଷ୍ଟେଚୁ, ଇନ୍ଦିରା ଷ୍ଟେଚୁ, ଗାନ୍ଧୀ, ଶାସ୍ତ୍ରୀ ଓ ସହରରେ ଥିବା ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ।ସମାଜ କଲ୍ୟାଣ ସହ ଏକ ଲୋକାଭିମୁଖ ଓ ପ୍ରଗତିଶୀଳ ସରକାର ହିଁ ବିଜେଡିର ଲକ୍ଷ୍ୟ ଏବଂ ଏହି ଆଭିମୁଖ୍ୟ ନେଇ ବିଜେଡି ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛି ବୋଲି ଦଳର ଉପସ୍ଥିତ କର୍ମକର୍ତା ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧକ୍ଷ୍ୟା ସୁଧିରା ମେହେର, ବ୍ଲକ ଉପଧକ୍ଷ୍ୟ ପ୍ରମୋଦ ବେହେରା, ଏନଏସି ଉପାଧକ୍ଷ୍ୟା ହିମାଦ୍ରୀ ନାଏକ, ପୂର୍ବତନ ନଗରପାଳ ମହେଶ ସାହୁ, ବରିଷ୍ଠ ବିଜେଡି ଦିନେଶ ବଗର୍ତ୍ତି,ଏନଏସି ପାରିଷଦ ହିମାଦ୍ରୀ ସିନ୍ଦୁର, ଚକ୍ର ବାଗ, ସଚିନ ଆନଦାନୀ , ମିନତୀ ମାଝୀ, ପୁଷ୍ପାଞ୍ଜଳି ଦଣ୍ଡସେନା, ଭୁପେନ୍ଦ୍ର ଦଣ୍ଡସେନା,କୁନି ଶବର, ଗୋପାଳ ଚନ୍ଦନ,ସତୀଶ ପ୍ରଧାନ, ବାପି ରାଉତ, କାଳିଆ କନ୍ଦପାନ,ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ରହି ଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଧର୍ମ ପରାୟଣ ମହିଳାଙ୍କ ପରଲୋକ 

Sunil Chandra Nayak

ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ

Sunil Chandra Nayak

ଗଣନାକାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ୍ କମିଶନରଙ୍କୁ ଜରୁରୀ ନିର୍ଦ୍ଦେଶନାମା ଜାରି

Sunil Chandra Nayak

Leave a Comment

error: Content is protected !!