ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ କଲେଜ ଅଭିଯାନର ସଫଳ ରୂପାୟନ ପାଇଁ ରାଜ୍ୟ ସଂଯୋଜକଙ୍କ ଗୁରୁତ୍ୱାରୋପ

ମୋ କଲେଜ ଅଭିଯାନର ସଫଳ ରୂପାୟନ ପାଇଁ ରାଜ୍ୟ ସଂଯୋଜକଙ୍କ ଗୁରୁତ୍ୱାରୋପ

ରାଉରକେଲା/ ରାଉରକେଲା ସ୍ଥିତ ସରକାରୀ ସ୍ୱୟଂସାଶିତ ମହାବିଦ୍ୟାଳୟକୁ ‘ମୋ- କଲେଜ’ ଅଭିଯାନର ରାଜ୍ୟ ସଂଯୋଜକ ଡ ହୃଶିକେଷ ମହାନ୍ତି ଗୁରୁବାର ପରିଦର୍ଶନ କରିଛନ୍ତି। ଏହି ଅବସରରେ ୨୦୨୧ ମସିହାରୁ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମୋ କଲେଜ ଅଭିଯାନ’ ଅନ୍ତର୍ଗତ ବିଭିନ୍ନ ମହାବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାରର ସହଯୋଗ କରିଆସୁଛନ୍ତି। ତେଣୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପୁରାତନ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ‘ମୋ କଲେଜ’ ଅଭିଯାନରେ ପଞ୍ଜୀକୃତ କରିବା ପାଇଁ ଡ ମହାନ୍ତି ଆହ୍ୱାନ ଦେଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରା ଓ ‘ ମୋ କଲେଜ’ ଅଭିଯାନର ସଂଯୋଜକ ସମୀର ସୌରଭ ପୃଷ୍ଟି ଉପସ୍ଥିତ ରହି ଗତ କିଛିଦିନ ମଧ୍ୟରେ ‘ମୋ-କଲେଜ’ ଅଭିଯାନ ଅନ୍ତର୍ଗତ ହୋଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ମୁତାବକ ମହାବିଦ୍ୟାଳୟର ପୂର୍ବତନ ପ୍ରାଧ୍ୟାପକ ରାମକୃଷ୍ଣ ପଣ୍ଡାଙ୍କ ଦ୍ୱାରା ୧ଲକ୍ଷ ଟଙ୍କାର ସହାୟତା ସହିତ ପୂରାତନ ଛାତ୍ର ସଂସଦ ପକ୍ଷରୁ ପାଞ୍ଚହଜାର ଟଙ୍କାର ସହାୟତା ଦିଆଯାଇଥିଲା। ଏହି ସହାୟତା ର ତିନିଗୁଣ ରାଶି ସରକାରଙ୍କ ପକ୍ଷରୁ ଅନୁଦାନ ମିଳିବା ପରେ ୩ଲକ୍ଷ ଟଙ୍କା ବ୍ୟୟରେ ମହାବିଦ୍ୟାଳୟର କେନ୍ଦ୍ରୀୟ ପାଠାଗାର ପାଇଁ ନୂତନ ପୁସ୍ତକ ସହିତ ମହାବିଦ୍ୟାଳୟର ଉଦ୍ୟାନ ରକ୍ଷଣାବେକ୍ଷଣ ପାଇଁ ୧୫ ହଜାର ଟଙ୍କା ବ୍ୟୟ ହୋଇଥିବା ସୂଚନା ଦିଆଯାଇଥିଲା। ଏ ସମ୍ପର୍କରେ ଡ ମହାନ୍ତି ଅବଗତ ହେବା ସହ ମୋ କଲେଜ ଅଭିଯାନ ସମ୍ପର୍କରେ ଉପାଦେୟ ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷ ପ୍ରଫେସର ବେହେରା ଓ ସଂଯୋଜକ ଶ୍ରୀ ପୃଷ୍ଟି ଏହି ଅବସରରେ ମୋ କଲେଜ ଅଭିଯାନରେ ମହାବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀମାନେ ଅଧିକରୁ ଅଧିକ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହାଫଳରେ ରାଜ୍ୟର ଅନ୍ୟତମ ପ୍ରତିଷ୍ଠିତ ମହାବିଦ୍ୟାଳୟଭାବେ ପରିଚିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ପ୍ରଗତି ଓ ଉନ୍ନତି ଅଧିକରୁ ଅଧିକ ହୋଇପାରିବ ବୋଲି ଆଶା କରାଯାଇଛି। ଡ ମହାନ୍ତିଙ୍କ ଗସ୍ତ ଅବସରରେ ମହାବିଦ୍ୟାଳୟର ଗ୍ରନ୍ଥାଗାରର ଗ୍ରନ୍ଥାଗାରିକ ମମତା ଲାକ୍ରା, ପ୍ରତିଭା କର ଓ ପୂଜାର୍ଚ୍ଚନା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଗ୍ରନ୍ଥାଗାର ସମ୍ପର୍କରେ ସୂଚନା ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଚାରବାହାଲ ସାହୁ ପଡ଼ା ରସ୍ତା ଜବର ଦଖଲ ପ୍ରସଙ୍ଗ, ତହସିଲଦାରଙ୍କୁ ଭେଟିଲେ ଗ୍ରାମବାସୀ

masiha

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ

masiha

ଟିପିଏନଓଡିଏଲର କର୍ମଚାରୀ ଛଟେଇ ମାରଣ ନୀତି ବିରୋଧରେ ନେସ୍କୋ ପାଓ୍ଵାର ଏମ୍ଲୟଜ ତରଫରୁ ପ୍ରତିବାଦ ଓ ଲିଖିତ ଦାବିପତ୍ର

Leave a Comment

error: Content is protected !!