ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛେଳି ଚୋରକୁ ଉତ୍ତମ ମଧ୍ୟ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ 

ଛେଳି ଚୋରକୁ ଉତ୍ତମ ମଧ୍ୟ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ 

    ମୟୂରଭଞ୍ଜ -୨୭/୦୯ ( ମସିହା)ବର୍ତମାନ ବିଭିନ୍ନ ଅଞ୍ଚଳ ସହିତ ଗ୍ରାମାଞ୍ଚଳରେ ମାତିଛନ୍ତି ଛେଳି ଚୋର। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନାଉଜଳା ଗ୍ରାମରେ। ଏହି ଗ୍ରାମର ଜୈନିକ ବିଧବା ମହିଳାଙ୍କ ଏକ ବୃହତ ଛେଳିକୁ ଚୋରି କରି ଧରାପଡ଼ିଛନ୍ତି ଦୁଇ ଚୋର। ଧରାପଡ଼ି ଦୁଇ ଯୁବକ ଗ୍ରାମବାସୀଙ୍କ ହାତରୁ ନିର୍ଦ୍ଧୁମ ଉତ୍ତମ ମଧ୍ୟମ ଖାଇଛନ୍ତି। ଘଟଣା ରୁ ଯାହା ଜଣାପଡିଛି ନାଉଯୋଡା ଗ୍ରାମର ଏକ ବିଧବା ମହିଳାଙ୍କ ଛେଳି ଖାସିକୁ ବିଶୋଇ ଥାନା ଅନ୍ତର୍ଗତ ଅସନସିକଡ ଗ୍ରାମରେ ବିକ୍ରି କରିଥିଲେ। ଛେଳି ଚୋରି କରିଥିବା ଚୋର ଦୁଇଜଣ ହେଉଛନ୍ତି ନାଉଯୋଡା ଗ୍ରାମର ମୋହେନ୍ଦ୍ର ବେହେରାଙ୍କ ପୁତ୍ର ଯୋଗମୋହନ ବେହେରା(୩୩ବର୍ଷ) ଓ ବିଶୋଇ ଥାନା ଅନ୍ତର୍ଗତ ମହୁଭଣ୍ଡାର ଗ୍ରାମର ବୁଧରାମ ବେହେରାଙ୍କ ପୁତ୍ର ରାଜେନ୍ଦ୍ର ବେହେରା ( ୨୦ ବର୍ଷ) ବୋଲି ଜଣାପଡିଛି। ଗତ ୨୫.୦୯.୨୩ ରେ ନାଉଯୋଡା ଗ୍ରାମରୁ ଏକଛେଳି ଚୋରି କରିନେଇ ଅସନସିକଡ ଅଞ୍ଚଳରେ ବିକ୍ରି କରିଥିଲେ କୈାଣସି ସୁତ୍ରରୁ ଖବର ପାଇ ଗ୍ରାମ ବାସି ପିଛାକରି ଛେଳି ସହିତ ଦୁଇଚୋରକୁ ଧରି ଉତ୍ତମ ମଧ୍ୟମ ଦେବା ସହିତ ପୋଲିସରେ ଜିମା ଦେଇଥିଲେ , ପୋଲିସ ଅଭିଯୁକ୍ତ ଦୁଇଜଣଙ୍କୁ ଗିରଫକରି ୨୨୪/୨୩ ରେ ଏକ ମାମଲା ରୁଜୁ କରି ବୁଧବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଅଭିଯୁକ୍ତଙ୍କୁ ଦୁଇ ଜଣ ପୁର୍ବରୁ ମଧ୍ୟ ବହୁ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ଜେଲ୍ ଯାଇଥିବା ତଦନ୍ତରୁ ଜଣାପଡିଛି।

    ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ

Related posts

ବନ୍ଧୁକ ଦେଖାଇ ଦାଦା ବଟି ମାଗିବା ଅଭିଯୋଗରେ ୪ଗିରଫ 

ବଡ଼ ଧରଣର ଅବକାରୀ ଚଢ଼ାଉ,  ୫ ହଜାର କିଲୋ ମହୁଲପୋଚ ନଷ୍ଟ କଲା ଅବକାରୀ ବିଭାଗ

masiha

ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଧର୍ଷଣ ନେଇ ଥାନାରେ ମାମଲା 

masiha

Leave a Comment

error: Content is protected !!