ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର କଟକ ସଦର ବିଧାୟକ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ତତ୍ତ୍ଵାବଧାନରେ ଜନଶୁଣାଣି କାର୍ଯକ୍ରମ 

ମାନ୍ୟବର କଟକ ସଦର ବିଧାୟକ ଇଂ.ପ୍ରକାଶ ଚଂଦ୍ର ସେଠୀଙ୍କ ତତ୍ତ୍ଵାବଧାନରେ ଜନଶୁଣାଣି କାର୍ଯକ୍ରମ 

 କଟକ : କଟକ ସଦର ୪୨ ମୌଜ଼ାରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମ କଳପଡ଼ା କଲ୍ୟାଣ ମଣ୍ଡପ ଠାରେ ସଦର ବିଧାୟକ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ଅଧ୍ଯକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । କୋର କମିଟି ସଭାପତି ବରିଷ୍ଠ ରାଜନୀତିଜ୍ଞ ଇଂ.ଆଶୋକ କୁମାର ବିଶ୍ବାଳ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ ଏବଂ ମାନ୍ୟବର ବିଧାୟକଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଧିତ କରିଥିଲେ । ଏହି ଜନ ଅଭିଯୋଗ ଶୁଣାଣିରେ କଟକ ସଦର ବିଡ଼ିଓ ରୁମାନା ଜାଫ୍ରି, ଆଡିସନାଲ ତହସିଲଦାର ସୋମେନ ବିଶ୍ୱାଳ,୪୨ମୌଜ଼ା ଥାନା ଭାରପ୍ରାପ୍ତ ଅଧିକାରୀ ଗିରିଶ ଚନ୍ଦ୍ର ମହାରଣା,ବ୍ଲକ କୃଷି ଅଧିକାରୀ ଜାଫନା ରାୟ,ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଜନ ଅଭିଯୋଗ ଶୁଣାଣିରେ ସମୁଦାୟ ୪୮୫ ଅଭିଯୋଗ ପ୍ରଶାସନର ହସ୍ତଗତ ହୋଇଥିଲା । ଅଭିଯୋଗ ଶୁଣାଣି ଶିବିରରେ ଆବାସ ଯୋଜନା ଓ ଭତ୍ତା ପାଇଁ ଅଭିଯୋଗର ତୁତନ୍ତ ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଏଥିସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା,ସ୍ୱାସ୍ଥ୍ୟ,ଶିକ୍ଷା,କୃଷି,ରାସ୍ତା, ପାନୀୟ ଜଳ,ଜଳ ନିଷ୍କାସନ, ବିଦ୍ୟୁତ,ସରକାରୀ ଜମୀ ଜବର ଦଖଲ ଆଦି ସମ୍ପର୍କିତ ବିଭିନ୍ନ ପଞ୍ଜିକୃତ ଅଭିଯୋଗର ଶୁଣାଣି ପରେ ତୁରନ୍ତ ସମାଧାନ ପାଇଁ ବିଭିନ୍ନ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉନ୍ନତ ଲୋକାଭିମୁଖୀ ଏହି କାର୍ଯ୍ୟକ୍ରମ ପ୍ରଶାସନ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବାର ସଫଳ ପ୍ରୟାସ ନେଇ ସମସ୍ତ ମହଲରେ ଉଚ୍ଚ ପ୍ରଶଂସା କରା ଯାଇଛି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିପଦ ସଙ୍କୁଳନ ରେ ତସୁ(କୁଣ୍ଡା)ଚାଲାଣ

masiha

ନବରଙ୍ଗପୁର ବିଧାୟକଙ୍କ ମାତୃ ବିୟୋଗ 

masiha

ଵଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର

Sunil Chandra Nayak

Leave a Comment

error: Content is protected !!