ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ପୌରପାଳିକା ପକ୍ଷରୁ ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ । ପ୍ରଥମ ପର୍ଯ୍ୟାୟ ରେ ସାମିଲ ହେଲେ ବରିଷ୍ଠ ଅଧିକାରୀ , ଜନପ୍ରତିନିଧି

ଭବାନୀପାଟଣା ପୌରପାଳିକା ପକ୍ଷରୁ ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ । ପ୍ରଥମ ପର୍ଯ୍ୟାୟ ରେ ସାମିଲ ହେଲେ ବରିଷ୍ଠ ଅଧିକାରୀ , ଜନପ୍ରତିନିଧି

 ଆରମ୍ଭ ହେଉଛି ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନା। ଏପ୍ରିଲ ୧ ରୁ ଏହାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିବା ବେଳେ, କଳାହାଣ୍ଡିରେ ମଧ୍ୟ ଏହାର ଶୁଭାରମ୍ଭ କରାଯାଇଛି। ସେହିପରି ଭବାନୀପାଟଣା ପୌରପାଳିକା ତରଫରୁ ଡିଜିଟାଲ ଜନଗଣନା କାର୍ଯ୍ୟକ୍ରମ ହୋଇଅଛି ଏହି କାର୍ଯ୍ୟକ୍ରମ ରେ ଭବାନୀପାଟଣା ପୌରପାଳିକା ର କାର୍ଯ୍ୟନିର୍ବାହୀ ଅଧିକାରୀ, ମ୍ୟୁନିସିପାଲିଟି ଇଞ୍ଜିନିୟର ପର୍ଯ୍ୟବେକ୍ଷକ, ଗଣକ ମ୍ୟୁନିସିପାଲିଟି କର୍ମଚାରୀ, ସାମିଲ ହୋଇ ସହଜୋଗ ର ହାତ ବଢ଼େଇଥିଲେ କରିଥିଲେ ୨୦୨୬ ଏପ୍ରିଲ ୧ ରୁ ସାରା ଦେଶରେ ଡିଜିଟାଲ୍ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପର୍ଯ୍ୟାୟରେ ୧୫ ଦିନ ଧରି ସ୍ୱ-ଗଣନା କାର୍ଯ୍ୟକ୍ରମ ଚାଲିବ, ଯେଉଁଠାରେ ଲୋକମାନେ ଆପ୍ ମାଧ୍ୟମରେ ୩୩ ଟି ପ୍ରଶ୍ନର ଉତ୍ତର ଦେଇ ତଥ୍ୟ ଭରିପାରିବେ। ଏହା ଦେଶର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ୍ ଜନଗଣନା, ଯେଉଁଥିରେ ଆଧୁନିକ ପ୍ରଯୁକ୍ତିର ବ୍ୟବହାର କରାଯାଉଛି।

ଓଡ଼ିଶାରେ ଏପ୍ରିଲ ୧୬ ରୁ ଗୃହ ତାଲିକା ଓ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ଘରେ ଘରେ ଯାଇ ତଥ୍ୟ ସଂଗ୍ରହ କରାଯିବ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଭବାନୀପାଟଣା ପୌରପାଳିକା ପକ୍ଷ ରୁ ଜନଗଣନା କାର୍ଯ୍ୟକ୍ରମ ବରିଷ୍ଠ ସରକାରୀ ଅଧିକାରୀମାନେ ଡିଜିଟାଲ୍ ମାଧ୍ୟମରେ ଜନଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ।

କଳାହାଣ୍ଡିରେ ଡିଜିଟାଲ୍ ଜନଗଣନାକୁ ନେଇ ଭବାନୀପାଟଣା ପୌରପାଳିକା ପକ୍ଷ ରୁ ଜନଗଣନା କାର୍ଯ୍ୟକ୍ରମ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି। ଲୋକମାନଙ୍କୁ ସ୍ୱ-ଗଣନାରେ ସକ୍ରିୟ ଭାଗ ନେବା ପାଇଁ ଅନୁରୋଧ କରାଯାଇଛି। ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରାଯାଇଛି। ଲୋକମାନଙ୍କୁ ସ୍ୱ-ଗଣନାରେ ସକ୍ରିୟ ଭାଗ ନେବା ପାଇଁ ଅନୁରୋଧ କରାଯାଇଛି।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

 

Related posts

ହାତୀ ଆକ୍ରମଣରେ ପୁଣି ଜଣେ ମୃତ

Sunil Chandra Nayak

ଉଦ୍ୟୋଗୀ ପ୍ରେରଣା କାର୍ଯ୍ୟକ୍ରମ ୧୯ ରେ….

Sunil Chandra Nayak

ଗୁରୁ ଘାସିଦାସ ବାବାଙ୍କ ୨୬୭ ତମ ବାର୍ଷିକ ଜୟନ୍ତୀ ମହୋତ୍ସବ

masiha

Leave a Comment

error: Content is protected !!