ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ -୨୦୨୬ ପାଳିତ

ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ -୨୦୨୬ ପାଳିତ

ଢେଙ୍କାନାଳ, ତା.୧୬.୦୮.୨୦୨୬ ରିଖ:(ମ ନି ସ    ) :ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ପବିତ୍ର ଦିବସ ପାଳନ ଅବସରରେ ଢେଙ୍କାନାଳ ଷ୍ଟାଡିୟମଠାରେ ସକାଳ ୯ଟା ୧୫ ମିନିଟ୍ ସମୟରେ ଦିବସର ମୁଖ୍ୟଅତିଥି ଢେଙ୍କାନାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ।ପ୍ୟାରେଡ କମାଣ୍ଡର ଜ୍ଯୋତି ପ୍ରକାଶ ପଟ୍ଟନାୟକ, ଆର.ଆଇ.ଙ୍କ ନେତୃତ୍ବରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ୟାରେଡ ଦଳ,ଢେଙ୍କାନାଳ ପୋଲିସ ବାହିନୀ,ଓ.ଏସ୍.ଏ.ପି.ପ୍ରଥମ ବାଟାଲିୟନ୍ ଓ ବ୍ୟାଣ୍ଡ ଦଳ ପକ୍ଷରୁ ପ୍ୟାରେଡ କରାଯାଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । 

ଏହି ଅବସରରେ ମୁଖ୍ୟଅତିଥି ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ଅଭିବାଦନ ଏବଂ ଶୁଭେଚ୍ଛା ଜ୍ଞାପନ କରିଥିଲେ।ବିଶ୍ଵ ଇତିହାସରେ ଭାରତର ସ୍ଵାଧୀନତା ସଂଗ୍ରାମ ଏକ ଅଭୂତପୂର୍ବ ଘଟଣା ବୋଲି ସେ ବର୍ଣ୍ଣନା କରିଥିଲେ।ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ସମସ୍ତ ମହାପୁରୁଷ ଏବଂ ଢେଙ୍କାନାଳର ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିଥିଲେ।ବିକଶିତ ଓଡିଶା ଗଠନ ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଦେଶର ଏକତା,ଅଖଣ୍ଡତା,ଶାନ୍ତି ଓ ମୈତ୍ରୀ ବଜାୟ ରଖି ରାଜ୍ୟ ଏବଂ ଦେଶର ଉନ୍ନତି ପାଇଁ ପବିତ୍ର ସ୍ଵାଧୀନତା ଦିବସରେ ସମସ୍ତେ ସଂକଳ୍ପ ନେବାକୁ କହିଥିଲେ।ଆନୁଷ୍ଠନିକ ପ୍ୟାରେଡ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ମାଟ୍ରିକ ପରୀକ୍ଷାରେ ଜିଲାରେ ସର୍ବାଧିକ ନମ୍ବର ରଖିଥିବା ଶ୍ରୀମାନ ଅମନ କୁମାର ସାହୁ, ଶ୍ରୀମାନ ଅରଣ୍ୟ କୁମାର ସାହୁ,କୁମାରୀ ଶ୍ରେୟା ଶିଳ୍ପୀ ସାହୁ ଏବଂ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପଞ୍ଚାୟତରାଜ ହାଇସ୍କୁଲ,କାନପୁରା ଏହି ଦିବସର ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଜିଲ୍ଲାରେ ସର୍ବାଧିକ ରକ୍ତ ଦାନ ନିମନ୍ତେ ବଜରଙ୍ଗ କ୍ଲବ୍ ଢେଙ୍କାନାଳ,ବିଜେପି ଢେଙ୍କାନାଳ,ଆମ ଓଡିଶା ଢେଙ୍କାନାଳ,ସାଇ ସତସଙ୍ଗ ସେବା ଟ୍ରଷ୍ଟ,ଟାଟା ଷ୍ଟିଲ, ମେରାମଣ୍ଡଳୀ,ମହିଳା ଶିବିର ଓ ବଜରଙ୍ଗ କ୍ଳବ୍ ,ଢେଙ୍କାନାଳଙ୍କୁ ରନିଙ୍ଗ ସିଲ୍ଡ ପ୍ରଦାନ କରାଯାଇଥିଲା।

ସମ୍ମିଳିତ ପ୍ୟାରେଡରେ ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ଭାବେ ଜୁନିଅର ଡିଭିଜ଼ନ ଏନସିସି,ଦିଲ୍ଲୀ ପବ୍ଲିକ୍ ସ୍କୁଲ୍ ଦଳକୁ ବୈଜ୍ଞାନିକ ଡ.ଦାଶରଥୀ ମିଶ୍ର ରନିଙ୍ଗ ସିଲ୍ ଡ୍ ,ଶ୍ରେଷ୍ଠ ବେସାମରିକ ବାଳିକା ପ୍ୟାରେଡ ଦଳ ଭାବେ ପି ଏମ୍ ଶ୍ରୀ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ,ଶ୍ରେଷ୍ଠ ବେସାମରିକ ବାଳକ ପ୍ୟାରେଡ ଦଳ ଭାବେ ଆନନ୍ଦ ମାର୍ଗ ପବ୍ଲିକ୍ ସ୍କୁଲ୍ ଏବଂ ଶ୍ରେଷ୍ଠ ଗାଇଡ ଦଳ ଭାବେ ସେଣ୍ଟ ଜାଭିୟର୍ସ ହାଇସ୍କୁଲ୍ କୁ ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନକାରୀ ସାଂସ୍କୃତିକ ଦଳଭାବରେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍,କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସେଣ୍ଟ୍ ଜାଭିୟର୍ସ ସ୍କୁଲ୍,ଢେଙ୍କାନାଳକୁ ଶିକ୍ଷାବିତ୍ ପଣ୍ଡିତ ଡ଼ା.ରୁଦ୍ର ନାରାୟଣ ମିଶ୍ର ରନିଙ୍ଗ ସିଲ୍ଡ ପ୍ରଦାନ କରାଯାଇଥିଲା।

ପବିତ୍ର ଜାତୀୟ ଦିବସ ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ଜିଲ୍ଲା କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ଵାରା ରାମ ଧୂନ ପରିବେଷଣ କରାଯାଇଥିଲା।ସକାଳ ୮ ଘଟିକା ଠାରୁ ସହର ମଧ୍ୟରେ ଥିବା ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ପ୍ରୟାସ ପରିବାର,ଢେଙ୍କାନାଳ ପକ୍ଷରୁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ୍ ଠାରେ ଏକ ରକ୍ତଦାନ ଶିବିର ଏବଂ ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା।ଅପରାହ୍ନରେ ଷ୍ଟାଡିୟମ ଠାରେ ଢେଙ୍କାନାଳ ପ୍ରଶାସନ ଏବଂ ଗଣମାଧ୍ୟମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହୋଇଥିଲା।ସନ୍ଧ୍ଯାରେ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର୍ ଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସ୍ୱାଧୀନତା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ସମସ୍ତ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ଦେଶାତ୍ମବୋଧକ ସଙ୍ଗୀତରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ପି ଏମ୍ ଶ୍ରୀ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସପ୍ତମ ଶ୍ରେଣୀର ଛାତ୍ରୀ ଶୀତଲ ପରିଡ଼ା ଓ ଓଡ଼ିଆ ବକ୍ତୃତାରେ ଦଶମ ଶ୍ରେଣୀର ଛାତ୍ର ସତ୍ୟବ୍ରତ ନାଏକଙ୍କ ସମେତ ସମସ୍ତ ସଫଳ କୃତୀ ପ୍ରତିଯୋଗୀଙ୍କୁ ପ୍ରଶଂସା ପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। 

ମୁଖ୍ୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଉତ୍ସବରେ ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକର,ଢେଙ୍କାନାଳ ପୌରଅଧ୍ୟକ୍ଷା ଜୟନ୍ତୀ ପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ଦୀପ୍ତି ରଞ୍ଜନ ସେଠି,ବିଭିନ୍ନ ବିଭାଗୀୟ ଅଧିକାରୀ,ଗଣମାଧ୍ୟମର ପ୍ରତିନିଧିମାନେ ଓ ଅସଂଖ୍ୟ ଦେଶପ୍ରେମୀ ଜନସାଧାରଣ ଯୋଗ ଦେଇଥିଲେ। ଉପଜ଼ିଲ୍ଲାପାଳ ପଦ୍ମ ଚରଣ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

Related posts

ବ୍ରହ୍ମପୁର ରେଳଷ୍ଟେସନରେ ମାନ୍ୟବର ରାଷ୍ଟ୍ରପତିଙ୍କୁ ଭବ୍ୟ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଦୁଇ ଦିନ ଧରି ତାଳଗାଁ ରେ ଛଉ ନୃତ୍ୟ… ଛଉ ନୃତ୍ୟକୁ ଜୀବିତ ରଖିବାକୁ ଆହ୍ବାନ ଦେଲେ ବରିଷ୍ଠ ସମାଜସେବୀ ବ୍ୟକ୍ତି

Sunil Chandra Nayak

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

Leave a Comment

error: Content is protected !!