ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଜନ ସଂଗ୍ରାମ ସମିତି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ବହୁଜନ ସଂଗ୍ରାମ ସମିତି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଜୁନାଗଡ଼,୧୫/୮(ମନୀସ )ଜୁନାଗଡ଼ ସହର ସ୍ଥିତ ଜୁନାଗଡ଼ ବହୁଜନ ସଂଗ୍ରାମ ସମିତି ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି।ଏହି ଅବସରରେ ନୂଆ ବସ୍ଷ୍ଟାଣ୍ଡ୍ରେ ବାବା ସାହେବ ଆମ୍ବେଦକର ଷ୍ଟେଚୁ ସମ୍ବୁଖରେ ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା।ପ୍ରଥମେ ଉପସ୍ଥିତ ଅତିଥି ଓ ସଂଗ୍ରାମ ସମିତି ସଭାପତି ରଞ୍ଜନ କୁମାର ଜାଲ ଙ୍କ ଦ୍ଵାରା ବାବା ସାହେବ ଓ ମହା ପୁରୁଷ ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା।ସଭାପତି ଜାତୀୟ ପତାକା ଉତ୍ତୋଳନ କରିବା ପରେ ଦଙ୍ଗାଘ।ଟ ପଡା ଯୁବତୀ ମାନଙ୍କ ଦ୍ୱାରା ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।

ଏହା ପରେ ସଭାପତି ଶ୍ରୀ ଜାଲ ସ୍ୱାଧୀନତା ସଂଗ୍ରାମରେ ବଳିଦାନ କରି ଥିବା ଦେଶ ପ୍ରେମୀ ତଥା ସହିଦ ମାନଙ୍କ ଉଦ୍ଧେଶ୍ୟରେ ଶୃତି ଚାରଣ କରିବା ସହିତ ଦେଶବିକାଶ ରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଶିକ୍ଷ୍ୟାବିତ ନେପାଳ ଚନ୍ଦ୍ର ବାଗ, ସମାଜ ସେବୀ ଉଦ୍ଧବ ଚରଣ ସାହୁ।ପ୍ରମୁଖ ନିଜ ବକ୍ତବ୍ୟ ରଖିବା ସହ ନିଜର ବାର୍ତା ରଖିଥିଲେ।ଏହି କାର୍ଯ୍ୟକ୍ରମ ରେ ସଂଗଠନର ବରିଷ୍ଠ ସଦସ୍ୟ ପୁରନେନ୍ଦୁ ମଝି, ଗୌରାଙ୍ଗ ସୁନା,ଶିବ ଶଙ୍କର ମହାନନ୍ଦ, କୁମରମଣି ଦୁର୍ଗା, ଅଞ୍ଜନ ଖିତି, ଘାସି ଖିତି, ରବି ସୁନାନୀ,ମିନୁ କନ୍ଦପାନ, କୁମର ମଣୀ ଦୁର୍ଗା,ଉଗ୍ରେ ସେନ କନ୍ଦ ପାନ ,ରତନ ଢଂଗଡା ମାଝୀ,ଏବଂ ଅନେକ ସକ୍ରିୟ ସଦସ୍ୟ ଏଥିରେ ସହଯୋଗ କରିଥିବା ବେଳେ କାର୍ଯ୍ୟକାରି ସଭାପତି ନରେନ୍ଦ୍ର ଖିତି ସମସ୍ତ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପଲମ୍ କ୍ଲଷ୍ଟର ପକ୍ଷରୁ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

masiha

ଡାବୁଗାଁ ଠାରେ ମାଁ ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ନିର୍ମାଣ ପାଇଁ ମାଟି ଅନୁକୂଳ ଓ ଶୁଭ ଖୁଣ୍ଟି ସ୍ଥାପନ

Sunil Chandra Nayak

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ ରଥଯାତ୍ରା ପାଇଁ ଗୁରୁତ୍ଵପୂର୍ଣ୍ଣ ବୈଠକ

masiha

Leave a Comment

error: Content is protected !!