ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ 

ଜିଲ୍ଲା ସ୍ତରୀୟ ୬ଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ 

ଆଜି ତା 27.09.23 ରିଖ ରେ ସମାଜ ମଙ୍ଗଳ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ପାଳନ କରାଯାଇଛି | ସର୍ବେ ପ୍ରଥମେ ସ୍ଥାନୀୟ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଅଙ୍ଗନବାଡି କର୍ମୀ ବିଭିନ୍ନ ବାର୍ତା ସ୍ଲୋଗାନ ଦେଇ ଏକ ରେଲି କରିଥିଲେ | ଅତିରିକ୍ତ ଜିଲ୍ଲାପାଳ ଏହି ରେଲି କୁ ଉଦଘାଟନ କରିଥିଲେ | ଏହାପରେ ସ୍କିଲଲ ଡେଭେଲପମେଣ୍ଟ ଟ୍ରେନିଂ ସେଣ୍ଟର ଠାରେ ଜିଲ୍ଲା ସ୍ତରୀୟ ବୈଠକ ଚିଫ ଡେଭେଲପମେଣ୍ଟ ଅଫିଏବଂ ଏସଏଛୁଟିବେ ଅଫିସର , ଜ଼ିଲ୍ଲା ପରିଷଦ , କୋରାପୁଟ ଶ୍ରୀ ଗୌରବ ଶିବାଜୀ ଇସଲ୍ୱାର , IAS ଙ୍କ ଅଧ୍ୟକ୍ଷ ତାରେ ଆୟୋଜନ କରାଯାଇଥିଲା | କୋରାପୁଟ ଜିଲ୍ଲା ସମାଜ ମଙ୍ଗଳ କଲ୍ୟାଣ ଅଧିକାରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା କୁଣ୍ଡୁ ଆଜିର ବୈଠକ ର ଲକ୍ଷ ଉଧେଶ୍ୟ ଉପରେ ସର୍ବେ ପ୍ରଥମେ ମତ ଉପସ୍ଥାପନା କରିଥିଲେ | ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ , ଡ୍ର . ସନ୍ଦୀପ ଚୌଧୁରୀ , NRC ରାଜଶ୍ରୀ ପଟନାୟକ ସୁଦିପ ପାଳ କୋଅର୍ଡିନେଟର RISE, ନିଜନିଜ ମତାମତ ପରିବେଷଣ କରିଥିଲେ | କାର୍ଯ୍ୟକ୍ରମ ରେ ଅଙ୍ଗନବାଡି କର୍ମୀ ମାନେ ବିଭିନ୍ନ ପୋଷଣ ଯୁକ୍ତ କାର୍ଯ୍ୟକ୍ରମ ପଦର୍ଶନ କରିଥିଲେ | ସ୍ଥାନୀୟ ନାଟ୍ୟ କଳାକାର ମାନଙ୍କ ଦ୍ୱାରା ପୋଷଣ, ମମତା ଯୋଜନା, ବାଲ୍ୟବିବାହ ଉପରେ ନାଟକ ମାଧମରେ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ | ସ୍ଥାନୀୟ କିଶୋରି ମାନଙ୍କ ଦ୍ୱାରା ବିଭିନ୍ନ ସ୍ଥାନୀୟ ନାଚ ପରିବେଷଣ କରିଥିଲେ | ଏହାପରେ ଅତିଥି ମାନଙ୍କ ଦ୍ୱାରା ବିଭିନ୍ନ ପ୍ରତିଯୋଗିତା ମାନଙ୍କୁ ପୁରସ୍କୃତ କରାଯାଇଥିଲା | ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ଶିଶୁ ବିକାଶ ଅଧିକାରୀ, ଜିଲ୍ଲା ସଂଯୋଜକ-ପୋଷଣ କନକଲତା ନାୟକ, ମମତା ଜିଲ୍ଲା ସଂଯୋଜକ ସୀମା ବେହେରା, ଜିଲ୍ଲା ସଂଯୋଜକ-ବାଲ୍ୟ ବିବାହ ପ୍ରସନ୍ନ ମିଶ୍ର, ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟଂ ସହାୟତା ଦଳ କର୍ମୀ, ପିରାମାଲ ଫୋୖଣ୍ଡସନ କର୍ମକର୍ତା, RISE ଅନୁଷ୍ଠାନ ର କର୍ମକର୍ତା ଉପସ୍ଥିତ ରହିଥିଲେ | ପରିଶେଷରେ ପ୍ରୋଟେକ୍ସନ ଅଫିସର ଦୀପ୍ତି ମାର୍ଗେଟ କଣ୍ଢପାନ ନିଜର ବକୃତା ରଖିବା ସହିତ ଧନ୍ୟବାଦ ଅର୍ପଣ ଦେଇଥିଲେ |

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

Youth Social Worker Drx.Dibyanshu Acharya awarded.

masiha

ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ସେବା ପୁରସ୍କାର 2025 ରେ ସମ୍ମାନିତ ହେଲେ ଡା ରାଧାରାଣୀ ନାୟକ 

Sunil Chandra Nayak

ରାଇରଙ୍ଗପୁର ଷ୍ଟାଡିୟମରେ ୭୮ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ , ସମ୍ମିଳିତ ସଂକଳ୍ପବଦ୍ଧ “ବିକଶିତ ଭାରତ” ପରିକଳ୍ପନା କୁ ବାସ୍ତବତା ରେ ପରିଣତ କରିବ – ମୁଖ୍ୟଅତିଥି 

masiha

Leave a Comment

error: Content is protected !!