ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା ପକ୍ଷରୁ ସ୍ବଚ୍ଛ ସମୁଦାୟ ନିମନ୍ତେ ସ୍ବଚ୍ଛ ଅଭିଯାନ ଶୁଭାରମ୍ଭ

ଉତ୍କଳ ଆଲୁମିନା ପକ୍ଷରୁ ସ୍ବଚ୍ଛ ସମୁଦାୟ ନିମନ୍ତେ ସ୍ବଚ୍ଛ ଅଭିଯାନ ଶୁଭାରମ୍ଭ

ଟିକିରି/ରାୟଗଡା : ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନସ୍ଥ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ରାୟଗଡା ଜିଲ୍ଲାର କୁଚେଇପଦର ଗ୍ରାମପଞ୍ଚାୟତରେ ସ୍ଵଚ୍ଛ ଅଭିଯାନ ଶୁଭାରମ୍ଭ କରିଛି। ଫଳପ୍ରଦ କର୍ପୋରେଟ ସାମାଜିତ ଦାୟିତ୍ୱ ନିର୍ବାହ (ସିଏସଆର) କାର୍ଯ୍ୟକ୍ରମ ଜରିଆରେ ଗୋଷ୍ଠୀ କଲ୍ୟାଣରେ ବୃଦ୍ଧି ଘଟାଇବାକୁ କମ୍ପାନୀର ପ୍ରତିବଦ୍ଧତାର ଅଂଶସ୍ୱରୂପ ଏହି ପ୍ରୟାସ ହାତକୁ ନିଆଯାଇଛି। ୨୦୨୪ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନ ଉକ୍ତ ଅଞ୍ଚଳର ପାଞ୍ଚଟି ଗ୍ରାମକୁ ପରି ସରଭୁକ୍ତ କରିବା ଲକ୍ଷ୍ୟ ରଖୁଛି।

କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ ଶ୍ରୀମତୀ ସରିତା ସେଠ, ସବ୍‌ଇନ୍ସପେକ୍ଟର, ଦୋରାଗୁଡା ଥାନାଙ୍କ ସହିତ କଲୋନେଲ ପରମଜିତ ବାଜଓ୍ବା, ଜେନେରାଲ ମ୍ୟାନେଜର, ସିକ୍ୟୁରିଟି, ଏଜିଏମ୍ କିରଣ ନାୟକ, ଏଚଆର, ଚନ୍ଦନ କିଶୋର, ଏଜିଏମ୍ ଟେକ୍‌ନିକାଲ ସର୍ଭିସେସ୍‌ଙ୍କ ସମେତ ଉତ୍କଳ ଆଲୁମିନାର ଅଧୂକାରୀବୃନ୍ଦ ଏବଂ ଶ୍ରୀମତୀ ଲୋପାମୁଦ୍ରା ମିଶ୍ର, ହେଡ୍, ସିଏସଆରଙ୍କ ନେତୃତ୍ୱରେ ସମୁଦାୟ ସିଏସଆର୍ ଟିମ୍ ଉପସ୍ଥିତ ଥିଲେ ।

ଏହି ପ୍ରୟାସର ଅଂଶସ୍ୱରୂପ ଗୋଷ୍ଠୀ ମଧ୍ୟରେ ସ୍ୱଚ୍ଛତା ଏବଂ ତାହାର ଗୁରୁତ୍ଵ ସମ୍ପର୍କିତ ସଚେତନତାକୁ ପ୍ରୋତ୍ସାହିତ କରିବା ପାଇଁ ଏକାଧିକ ନିୟୋଜନକାରୀ କାର୍ଯ୍ୟକଳାପ ଆୟୋଜନ କରାଯିବ। ୧୭ଟି ସ୍କୁଲରୁ ଛାତ୍ର ଛାତ୍ରୀ ତର୍କ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ଏବଂ ଏହା ପରିମଳର ଗୁରୁତ୍ବ ସମ୍ପର୍କରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗ ସଚେତନ ହେବାକୁ ଉତ୍ସାହିତ କରିବ।

ଏହିସବୁ ଶିକ୍ଷଣୀୟ କାର୍ଯ୍ୟକଳାପ ସହିତ ପାଞ୍ଚଟି ଗ୍ରାମରେ ଗ୍ରାମ ସଫେଇ ଅଭିଯାନ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଉଛି। ପ୍ରଥମେ ବିଲମାଳ ଗ୍ରାମରେ ସଫେଇ କାର୍ଯ୍ୟ ସଫଳତାର ସହିତ କରାଯାଇଥୁଲ, ଯେଉଁଠାରେ ୫୫ ପରିବାର ବାସ କରୁଛନ୍ତି, ଏବଂ ଏହା ଅବଶିଷ୍ଟ ଗ୍ରାମଗୁଡିକ ନିମନ୍ତେ ଏକ ସକାରାତ୍ମକ ଉଦାହରଣ ସୃଷ୍ଟି କରିଛି।

ଏହି ପଦକ୍ଷେପ ମଧ୍ୟ ସ୍ଵଚ୍ଛଦୂତ, ଗୋଷ୍ଠୀ ସ୍ୱେଚ୍ଛାସେବୀମାନଙ୍କର ଗୁରୁତ୍ବପୂର୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲା, ଯେଉଁମାନେ ସେମାନଙ୍କ ପରିବେଶରେ ଅପରିଷ୍କାର ପରିସ୍ଥିତିର ବିପଜ୍ଜନକ ପ୍ରଭାବ ପ୍ରତି ଧ୍ୟାନଦେବାରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଛନ୍ତି । ଏହି ଉତ୍ସର୍ଗୀକୃତ ବ୍ୟକ୍ତିବିଶେଷ ବାସିନ୍ଦାମାନଙ୍କୁ ସ୍ଵାସ୍ଥ୍ୟକର କାର୍ଯ୍ୟଭ୍ୟାସ ସମ୍ପର୍କରେ ପ୍ରଶିକ୍ଷିତ କରାଇବା ଏବଂ ଏକ ସ୍ଵଚ୍ଛ ପରିବେଶ ବଜାୟ ରଖୁବାର ଗୁରୁତ୍ବ ସମ୍ପର୍କରେ ଅବଗତ କରାଇବାରେ ସହାୟତା କରିବେ।

ଦ୍ଵାର-କୁ–ଦ୍ଵାର ଅଭିଯାନ ଦୁଇଟି ଗ୍ରାମପଞ୍ଚାୟତରେ କାର୍ଯ୍ୟକାରୀ କରାଯିବ, ଯେଉଁଥରେ ସ୍ଵାସ୍ଥ୍ୟରକ୍ଷାର ଅତ୍ୟାବଶ୍ୟକ ଭୂମିକା ସମ୍ପର୍କରେ ଅଧିବାସୀମାନଙ୍କ ସହିତ ପ୍ରତ୍ୟକ୍ଷ ଯୋଗାଯୋଗ କରିବାକୁ ସୁଯୋଗ ପ୍ରଦାନ କରିବ। ସାତଟି ଗ୍ରାମପଞ୍ଚାୟତରେ ସୂଚନା ଭିଭିକ ମାଇକ ଘୋଷଣା କରାଯିବ, ଯଦ୍ୱାରା ସଚେତନତାର ପ୍ରସାର ସହିତ ଗୋଷ୍ଠୀ ଅଂଶଗ୍ରହଣକୁ ଉତ୍ସାହିତ କରାଯାଇପାରିବ।

ସ୍ଵଚ୍ଛତା ରଥ ନାମରେ ଏକ ଭ୍ରାମ୍ୟମାଣ ସଚେତନତା ଅଭିଯାନ ସମସ୍ତ ପାରି ପାର୍ଶ୍ଵକ ଗ୍ରାମ ପରିକ୍ରମା କରିବ, ଯାହା ସ୍ୱଚ୍ଛତା ଓ ସ୍ଵାସ୍ଥ୍ୟରକ୍ଷାର ବାର୍ଭାକୁ ପ୍ରୋତ୍ସାହିତ କରିବ। ଏହି ସମସ୍ତ ପ୍ରୟାସକୁ ଅଧିକ ମଜଭୁତ କରିବା ପାଇଁ ଗ୍ରାମଗୁଡିକରେ ବ୍ୟାନପର ଏବଂ ପୋଷ୍ଟର ରଣକୌଶଳାତ୍ମକ ଦୃଷ୍ଟିକୋଣରୁ ପ୍ରଦର୍ଶିତ କରାଯିବ, ଯାହା ସ୍ଵଚ୍ଛତା ଅଭିଯାନ ଏବଂ ତାହାର ଲକ୍ଷ୍ୟଗୁଡିକ ସମ୍ପର୍କରେ ନିରନ୍ତର ଭାବରେ ସ୍ମରଣ କରାଇଦେବ।

ଏହି କାର୍ଯ୍ୟକ୍ରମର ସବୁଠାରୁ ବଡ ଲକ୍ଷ୍ୟ ହେଉଛି ଜୀବନର ପ୍ରତ୍ୟେକଟି ଦିଗରୁ ସ୍ଵଚ୍ଛତାର ମହତ୍ଵକୁ ଅନ୍ତର୍ନିବିଷ୍ଟ କରିବା, ଯାହା ଗୋଷ୍ଠୀ ମଧ୍ୟରେ ଏକ ସ୍ଵାସ୍ଥ୍ୟରକ୍ଷା ଏବଂ କଲ୍ୟାଣକାରୀ ସଂସ୍କୃତିକୁ ଆଗେଇନେବ। ଉତ୍କଳ ଆଲୁମିନା ଏକ ସ୍ଵଚ୍ଛ, ସ୍ୱାସ୍ଥ୍ୟକର ପରିବେଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ସ୍ଥାନୀୟ ଜନସାଧାରଣଙ୍କ ସହିତ ମିଶି କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ରହିଛି, ଯଦ୍ୱାରା ସ୍ୱଚ୍ଛତା ଭାବଧାରାକୁ ଏହି ଅଭିଯାନ ପରିସର ବାହାରେ ବଜାୟ ରଖିବାକୁ ସୁନିଶ୍ଚିତ କରାଯାଇପାରିବ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଫୁଲବାଣୀ ଠାରେ ହକି ବିଶ୍ବ କପ୍ ଟ୍ରଫିକୁ ଭବ୍ୟ ସ୍ବାଗତ

Sunil Chandra Nayak

ପାଚିକା ସହାୟିକା ମଜଦୁର ସଂଘ ମ, ରାମପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ

ନବରଙ୍ଗପୁର ଠାରେ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ୍ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!