ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳରେ ବାଦ୍ୟକାର ମହାସଂଘ ଗଠନ : କଳାକାରମାନଙ୍କର ଏକତାର ନୂଆ ପଦକ୍ଷେପ

ଢେଙ୍କାନାଳରେ ବାଦ୍ୟକାର ମହାସଂଘ ଗଠନ : କଳାକାରମାନଙ୍କର ଏକତାର ନୂଆ ପଦକ୍ଷେପ

କଳାକାରମାନଙ୍କ ଅଧିକାର ଓ ସମ୍ମାନ ପାଇଁ ଏକତାର ସଂକଳ୍ପ
ବାଦ୍ୟକାରମାନଙ୍କ ସାମୂହିକ ଉନ୍ନତି ପାଇଁ ନୂଆ ମଞ୍ଚ
ଆଗାମୀ ଦିନରେ ସମସ୍ୟା ସମାଧାନ ପାଇଁ ମହାସଂଘର ପ୍ରୟାସ
ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଦ୍ୟକାରମାନଙ୍କର ବ୍ୟାପକ ଯୋଗଦାନ

କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲାର ଭୁବନ ବ୍ଲକ୍ ଅନ୍ତର୍ଗତ ମୁରୁଗା ଗ୍ରାମରେ ଆଜି ଏକ ଐତିହାସିକ ପଦକ୍ଷେପ ଭାବେ ବାଦ୍ୟକାର ମହାସଂଘର ଗଠନ କରାଯାଇଛି | ଏହି ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବାଦ୍ୟକାରମାନେ ଏକତ୍ରିତ ହୋଇ ସଂଗଠନକୁ ସୁଦୃଢ଼ କରିବାରେ ସମ୍ମତି ଜଣାଇଥିଲେ | ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ବାଦ୍ୟକାରମାନେ ସକ୍ରିୟ ଭାଗ ନେଇ ସଂଘରେ ନିଜ ନାମ ପଞ୍ଜୀକୃତ କରିଥିଲେ | କଳା ଓ ସଂସ୍କୃତିର ଉନ୍ନତି ସହ ବାଦ୍ୟକାରମାନଙ୍କର ଅଧିକାର ସୁରକ୍ଷା ପାଇଁ ଏହି ସଂଗଠନ ଗଠନ ହୋଇଥିବା କୁହାଯାଇଛି | ନବଗଠିତ “ବାଦ୍ୟକାର ମହାସଂଘ ଢେଙ୍କାନାଳ”ର ସଭାପତି ଭାବେ ମୁରୁଗା ଗ୍ରାମର ବିଜୟ ନାଏକଙ୍କୁ ନିଯୁକ୍ତ କରାଯାଇଥିବାବେଳେ, ସମ୍ପାଦକ ଭାବେ କାଶୀପୁର ଗ୍ରାମର ରାଜେନ୍ଦ୍ର ନାଏକ ଓ କୋଷାଧକ୍ଷ ଭାବେ ମାନସ ନାଏକଙ୍କୁ ଦାୟିତ୍ୱ ଦିଆଯାଇଛି | ସଂଘର ସଦସ୍ୟମାନେ କହିଛନ୍ତି ଯେ, ଆଗାମୀ ଦିନରେ ବାଦ୍ୟକାରମାନଙ୍କ ସମସ୍ୟା ସମାଧାନ, ସମ୍ମାନ ବୃଦ୍ଧି ଓ ସାମୂହିକ ଉନ୍ନତି ପାଇଁ ଏହି ମହାସଂଘ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ |

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ପକ୍ଷରୁ ଡିଗ୍ରୀ କ୍ୟାମ୍ପସ ପରିସରରେ ଜାତୀୟ ମତଦାତା ଦିବସ ପାଳିତ

masiha

ବିସ୍ଥାପିତଙ୍କୁ ନିଯୁକ୍ତି, ଥଇଥାନ ଏବଂ କ୍ଷତିପୂରଣ ପ୍ରଦାନ ପ୍ରସଙ୍ଗ. ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଉଠାଇଲେ ବିଧାୟକ ଶ୍ରୀ ତନ୍ତୀ

ରାଉରକେଲାର ବିକାଶ ସହ ଜିଲ୍ଲା ପାଇଁ ଦାବି

masiha

Leave a Comment

error: Content is protected !!