ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଫେଇ କାର୍ଯ୍ୟ ଠିକl ଦେବା ନେଇ ଏନ୍ ଏ ସି ସଫେଇ କର୍ମଚାରିଙ୍କ ବିରୋଧ

ଜୁନାଗଡ଼,୨୫/୩(ମ ନି ସ) ଜୁନାଗଡ ଏନ୍ ଏ ସି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ ଏନ୍ ଏ ସି ର ସଫେଇ କାର୍ଯ୍ୟ ଠିକl ରେ ଦିଆ ଯିବା ପ୍ରକ୍ରିୟା କୁ ବିରୋଧ କରି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଏକ ଦାବିପତ୍ର ଦେଇଛନ୍ତି l ପ୍ରକାଶ ଯେ ଜୁନାଗଡ ଏନ୍ ଏ ସି ରେ କାର୍ଯ୍ୟରତ ସଫେଇ କର୍ମଚାରୀ ମାନେ ଦୀର୍ଘ ୨୫ ରୁ ୩୦ ବର୍ଷ ହେବ ସଫେଇ କାର୍ଯ୍ୟ ତୁଲେଇ ଆସୁଛନ୍ତି l ଏହି କାର୍ଯ୍ୟ କରି ସେମାନଙ୍କ ପରିବାର ପ୍ରତିପୋଷଣ କରୁଛନ୍ତି l ହେଲେ ନିକଟ ରେ ଏନ୍ ଏ ସି ର ସଫେଇ କାର୍ଯ୍ୟ ଏକ ଠିକl ସସ୍ଥା କୁ ଦେବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେମାନେ ସୂଚନା ପାଇ ଏହାର ତୀବ୍ର ବିରୋଧ କରିଛନ୍ତି l ଏଥିନେଇ ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଏହି ପ୍ରକ୍ରିୟା ବନ୍ଦ କରି ପୂର୍ବ ପରି ସେମାନେ ଙ୍କୁ ଏନ୍ ଏ ସି ରେ କାର୍ଯ୍ୟ ଚାଲୁ ରଖିବାକୁ ଅନୁରୋଧ କରିଛନ୍ତି l ସେମାନେ ଦର୍ଶlଇଛନ୍ତି ଯେ ଆମେ ଗରିବ ସଫେଇ କର୍ମଚାରୀ ସଂଘ ସମୂହ ଦିର୍ଘ ଦିନ ରୁ ଏନ୍ ଏ ସି ରେ କାର୍ଯ୍ୟ କରି ଆସୁଛୁ l ପରିବାର ପ୍ରତିପୋଷଣ ସହିତ ଗୁଜୁରାଣ ମେଣ୍ଟା ଉଛୁ l ଏଣୁ ଯଦି ଠିକା ସସ୍ଥାକୁ ଦିଆ ଯାଏ ହେଲେ ଆମେ ଅସହାୟ ଅବସ୍ଥା ହୋଇ ବେକାର ହୋଇ ଯିବୁ l ଆମ ପରିବାର ପ୍ରତିପୋଷଣ କରିବା ପାଇଁ ପ୍ରତିବନ୍ଧକ ଦେଖା ଦେବ l ଏଥିନେଇ ଏହି ଠିକl ସଫେଇ କାର୍ଯ୍ୟ କୁ ପୁନଃବିଚାର କରିବାକୁ ଦାବି କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ନବରଙ୍ଗପୁରର ନୂତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବେ ଶ୍ରୀ ପ୍ରହ୍ଲାଦ ଖୋସଲାଙ୍କ ଯୋଗଦାନ

Sunil Chandra Nayak

କଳାହାଣ୍ଡିରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର , ଟର୍ଚ୍ଚ ଆଲୁଅରେ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା

Sunil Chandra Nayak

ସମସ୍ୟା ଘେରରେ ଜୁନାଗଡ଼ ସଂସ୍କୃତି ଭବନ ।କାମ ଦେଉନି ଏ ସି ଛାତ ଫାଟି ପଡୁଛି ସିମେଣ୍ଟ ଅତଡା

Sunil Chandra Nayak

Leave a Comment

error: Content is protected !!