ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ପଞ୍ଚାୟତ ସମିତି ବୈଠକ: ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ

ବୈଠକ ରୁ ଉଠି ଆସିଲେ ଉପାଧ୍ୟକ୍ଷା,ଜିଲ୍ଲା ପରିଷଦ ସଦସ୍ୟ ଓ ସମିତି ସଭ୍ୟ !

ଧର୍ମଗଡ ପଞ୍ଚାୟତ ସମିତି ପକ୍ଷରୁ ଆଜି ଅନୁଷ୍ଠିତ ସମିତି ବୈଠକ ହଟ୍ଟ ଗୋଳ ସହ କକ୍ଷତ୍ୟାଗ ରେ ସମ୍ପନ୍ନ ହୋଇଛି । ବିଡ଼ିଓ ଙ୍କ ମନମୁଖୀ କାର୍ଯ୍ୟ କୁ ବିରୋଧ କରି ବ୍ଲକ ଉପାଧ୍ୟକ୍ଷା, ଜିଲ୍ଲା ପରିଷଦ ସଭ୍ୟ ଙ୍କ ସମେତ ସମିତି ସଦସ୍ୟ ମାନେ ବୈଠକ ଆରମ୍ଭ ରୁ ଉଠି ଆସିଥିଲେ ।

    ସୂଚନା ମୁତାବକ ନିୟମ ଅନୁଯାୟୀ ଆଜି ପଞ୍ଚାୟତ ସମିତି ବୈଠକ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ହୋଇ ଥିଲା । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟ୍ଟଯୋଷୀ ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ବୈଠକରେ ବିଡ଼ିଓ ଶରତ କୁମାର ସେଠୀ, ଉପାଧ୍ୟକ୍ଷା ଜୁଲି ମେହେର, ସାଂସଦ ପ୍ରତିନିଧି ହିମାଂଶୁ ଶେଖର ପଣ୍ଡା, ବିଧାୟକ ପ୍ରତିନିଧି ସ୍ବାଧିନ କୁମାର ବାଗ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଙ୍କ ସମେତ ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ମଧ୍ୟ ଏଠାରେ ଉପସ୍ଥିତ ରହି ଥିଲେ । ତେବେ ବୈଠକ ଆରମ୍ଭ ରୁ ହିଁ ଯୁକ୍ତି ତର୍କ ଆରମ୍ଭ ହୋଇ ଥିଲା । ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ ଅଞ୍ଚଳ ର ସମସ୍ୟା କୁ ନେଇ ଗୃହ ରେ ଆଲୋଚନା ହେଉଥିବା ବେଳେ ପରବର୍ତ୍ତୀ ସମୟରେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନ ଥିବା ଅଭିଯୋଗ କରି ଥିଲେ । ଏପରିକି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଈ ଆକ୍ସନ ପ୍ଲାନ ପ୍ରସ୍ତୁତି , ଜାତୀୟ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ରେ ମଧ୍ଯ ସଭ୍ୟ ମାନଙ୍କ କଥା କୁ ଗୁରୁତ୍ଵ ଦିଆ ଯାଉ ନଥିବା ବେଳେ ବିଡ଼ିଓ ନିଜ ମନ ଇଚ୍ଛା ରେ ଏହା ପ୍ରସ୍ତୁତ କରୁଥିବା ଅଭିଯୋଗ କରି ବୈଠକ କୁ ବର୍ଜନ କରି ଉଠି ଆସିଥିଲେ । ତାଙ୍କୁ ସମର୍ଥନ କରି ବଗାଡ ସମିତି ସଭ୍ୟା ଗୀତାଞ୍ଜଳୀ ସାହୁ, ତମ୍ବାଛଡ଼ା ସମିତି ସଭ୍ୟ ଚିତ୍ତ ରଞ୍ଜନ ସେନାପତି, ବୋଡ଼େନ ସମିତି ସଭ୍ୟା ସୌଦାମିନୀ ଛତ୍ରିଆ, ବଡଫୁର୍ଲା ସମିତି ସଭ୍ୟ ସରୋଜ ଶବର ସମେତ ବିଧାୟକ ପ୍ରତିନିଧି ବୈଠକ ରୁ ଉଠି ଆସିଥିଲେ । ଏ ସମ୍ପର୍କ ରେ ବିଡ଼ିଓ ଶରତ କୁମାର ସେଠୀ ଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗ କୁ ଅସ୍ବୀକାର କରିବା ସହ ଉପାଧ୍ୟକ୍ଷା ଏବଂ ଦୁଇ ଚାରିଜଣ ସଭ୍ୟ ଉଠି ଚାଲି ଯାଇଥିଲେ ବୋଲି କହିଥିଲେ । ଅଧ୍ୟକ୍ଷା ଙ୍କ ସହ ସେମାନଙ୍କ କୌଣସି ବ୍ୟକ୍ତି ଗତ ଅସୁବିଧା ପାଇଁ ସେମାନେ ଚାଲି ଯାଇ ଥାଇ ପାରନ୍ତି ବୋଲି କହିଥିଲେ। ଉପାଧ୍ୟକ୍ଷା ଶ୍ରୀମତୀ ଜୁଲି ମେହେର ଙ୍କୁ ଯୋଗା ଯୋଗ ପାଇଁ ଚେଷ୍ଟା କରା ଯାଇଥିଲେ ହେଁ ତାଙ୍କ ଫୋନ ସ୍ୱିଚ ଅଫ ଥିବାରୁ ପ୍ରତିକ୍ରିୟା ମିଳି ପାରି ନଥିଲା ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଅନୁଷ୍ଠିତ ହେବ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଓ ବାର୍ଷିକ ଉତ୍ସବ

masiha

ଡିସୈାଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ 

masiha

ଜିଲ୍ଲା ସ୍ତରୀୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତୀ ପାଳିତ 

Sunil Chandra Nayak

Leave a Comment

error: Content is protected !!