ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ

ସରସ୍ବତୀ ମନ୍ଦିରରେ ବାର୍ଷିକ କ୍ରୀଡା ଉତ୍ସବ

ନର୍ଲା ୦୯/୧୨(ମସିହା) ଦିପକ ଠାକୁର  // ନର୍ଲା ବ୍ଲକ ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଏକୋଇଶି ତମ ବାର୍ଷିକ କ୍ରୀଡା ଉତ୍ସବ ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୁପ୍ରା ରୋଡ଼ର ବିଶିଷ୍ଟ ସମାଜସେବୀ ସୁମିତ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ ଓ ଶିଶୁବାଟିକା ବିଭାଗର ଭାଇ ଭଉଣୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ବିଦ୍ୟାଳୟ ର ସଭାପତି ଶ୍ରୀ ଘନ ଶ୍ୟାମ ଭୋଇ ଓ ସମ୍ପାଦକ ସଂଜୀବ କୁମାର ଉପସ୍ଥିତ ରହି ଶିକ୍ଷା କ୍ଷେତ୍ର ରେ ଖେଳ ର ଉପାଦେୟତା ଉପରେ ଗୁରୁତ୍ୱ ପ୍ରତିପାଦନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ହେମନ୍ତ କୁମାର ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶାରୀରିକ ପ୍ରମୁଖ ପବିତ୍ର ମୋହନ ଛୁରିଆ ଖେଳ ପରିଚାଳନା ସହିତ ବୃତ୍ତ କଥନ କରିଥିଲେ। ସମାରୋପ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଶ୍ରୀ ରତନ କୁମାର ଅଗ୍ରୱାଲ ଓ ସମ୍ମାନିତ ଅତିଥି ଭାବରେ ମାନନୀୟ ଦୀନେଶ କୁମାର ଅଗ୍ରୱାଲ ଯୋଗଦlନ କରି ଖେଳାଳୀ ମାନଙ୍କୁ ପୁରସ୍କାର ବିତରଣ କରି ଉତ୍ସାହ ସୃଷ୍ଟି କରିଥିଲେ। ଶିଶୁ ବାଟିକା ପ୍ରମୁଖ ବିମଳ ନାଏକ ବାଟିକା ବିଭାଗ ରେ ପଛ ଦୌଡ଼ , ବେଙ୍ଗ ଡିଆଁ ଆଦି ଖେଳ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ର ସମସ୍ତ ଗୁରୁଜୀ ଗୁରୁମା, ମାନେ ସହଯୋଗ କରିଥିଲେ।

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ସମାଜ ସେବୀ ଶଙ୍କର ସାଉନ୍ତା  ୨ ଶହ ଅସହାୟ  ବୃଦ୍ଧା ବୃଦ୍ଧଙ୍କୁ ବାଣ୍ଟିଲେ ସାଡି

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି

Leave a Comment

error: Content is protected !!