ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

କୋକସରା,୧୬/୨ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ପଞ୍ଚାୟତ ଆଜି ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଛି। ଉପାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରଦୀପକୁ ପ୍ରଜ୍ଜ୍ଵଳିତ କରିବାରେ ଅଞ୍ଚଳର ବୁଦ୍ଧିଜୀବୀଙ୍କ ଉଦ୍ୟମ ପ୍ରଶଂସନୀୟ, ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଶିକ୍ଷାର ଭିତ୍ତିଭୂମି ବିକାଶ ଦିଗରେ ଅଞ୍ଚଳକୁ ପ୍ରାଧାନ୍ୟତା ମିଳିଛି, ଫଳରେ ଦିନେ ଶିକ୍ଷା କ୍ଷେତ୍ରରେ ପଛରେ ଥିବା ବ୍ଲକ ଆଜି ଶିକ୍ଷା କ୍ଷେତ୍ରରେ ସଫଳତାର ସୋପାନ ଅତିକ୍ରମ କରିଛି ବୋଳି ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଉପସ୍ଥିତ ଶିକ୍ଷାବିଦ ଓ ଜନ ପ୍ରତିନିଧି ମାନେ ମତ ପ୍ରକାଶ କରିଥିଲେ। ବୁଧବାର ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷକ ମନୋଜ ମାଝୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ମୁଖ୍ୟବକ୍ତା ଭାବେ ବେହେରା ଲଖିରାମ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ଅଧ୍ୟକ୍ଷ ଡ଼. ନିର୍ମଳ ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ ଆମପାଣି ଯୋନ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ ନିଜ ଅଞ୍ଚଳ ପାଇଁ ରାଜ୍ୟ ସରକାର ଶିକ୍ଷାର ଭିତ୍ତିଭୂମି ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଅନ୍ୟ ଅତିଥିଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢୀ, ସ୍ଥାନୀୟ ସରପଞ୍ଚ ପଦ୍ମିନୀ ପୁଝାରି, ସମିତି ସଭ୍ୟା ଶାମୁକା ନାଏକ, ସିଆରସିସି ଅଜୟ ମାଝୀ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ କୋକସରା ବ୍ଲକର ଦୁଇଜଣ ଖବରଦାତା ସନତ କୁମାର ପ୍ରଧାନୀ ଓ ଯୁବ ସାମ୍ବାଦିକ ଭାବେ ଦୁଷ୍ମନ୍ତ ପାଟ୍ଟଯୋଷୀଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍କୁଲରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବର୍ଗର ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି। ମଞ୍ଚ ସଂଯୋଜନା ଶିକ୍ଷକ କ୍ଷୀରସିନ୍ଧୁ ବାଣୁଆ କରିଥିବା ବେଳେ ସ୍କୁଲର ଶିକ୍ଷକ ତପନ ମାଝୀ, ସୁଜିତ କୁମାର ସାହୁ, ନିମାଇଁ ଚରଣ ବିଶ୍ଵାଳ, ସୁମନ୍ତ ନାୟକ, ଜିତାମିତ୍ର ମାଝୀ, ଜୟ କିଶନ ମେହେର, ବଳରାମ ସେଠି, ଶଙ୍କର ବେହେରା, ମିଳନ କୁମାର ରାଉତ, ସୌଦାମିନୀ ଦାସ, ଦୀପ୍ତିମୟି ବାଗ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପରେ ସ୍କୁଲ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ସିନାପାଲିରେ ରଥଯାତ୍ରା ପ୍ରସ୍ତୁତି ବୈଠକ 

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ଡକ୍ଟର ଚପଳା କୁମାରୀ

masiha

ମହାବିଦ୍ୟାଳୟ ପାଇଁ ଭୂମିଦାନ କରିଥିବା ସମାଜସେବୀ ପାଇଁ  ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶୋକ ସଭା 

masiha

Leave a Comment

error: Content is protected !!