ବିଜେପିର ମିଶ୍ରଣ ପର୍ବ
ନବରଙ୍ଗପୁର-( ୧୮|୨) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ପଞ୍ଚାୟତ ସମିତି ବାମୁଣି ପଞ୍ଚାୟତର ବି ଗୁମଣ୍ଡଳୀ ଓ ସାନ ଆମ୍ବଡା ପଞ୍ଚାୟତର ଗୁଣ୍ଡୁରିଗୁଡା ଠାରେ ଶ୍ରୀ ଗୌରୀଶଙ୍କର ମାଝି ଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୋଦୀଜୀଙ୍କ ଜନହିତକର ନିର୍ମଳ ଶାସନ ଓ ଭାରତୀୟ ଜନତା ପାର୍ଟିର ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ବି ଗୁମଣ୍ଡଳୀ ର ସର୍ବ ଶ୍ରୀ ପ୍ରକାଶ ନାୟକ,ଗୋପିନାଥ ପୁଜାରୀ, ଅର୍ଜୁନ ମାଝି, ସଦାଶିବ ପୁଜାରୀ,ସନସିଂ ପୁଜାରୀ,ମଙ୍ଗଳା ଚଲାଣ, ଯୋଗେନ୍ଦ୍ର ଭତରା, ଜଗନ୍ନାଥ ଭତରା, ରାଜୀବ ମାଝୀ ଓ ଗୁଣ୍ଡୁରିଗୁଡା ଗ୍ରାମର ପ୍ରକାଶ ମାଝୀ,ପ୍ରକାଶ ଭଣ୍ଡାରୀ, ଜଗବନ୍ଧୁ ମାଝୀ,ସନଧର ଚଲାଣ,ସନଧର ମାଝୀ ସହ ଅନେକ ମୋଦୀ ପ୍ରେମୀ ଓ ବିଜେପି ପ୍ରେମୀ ବିଦ୍ଧିବଦ୍ଧ ଭାବେ ଉତ୍ତରୀୟ ଓ ଟୋପି ଗ୍ରହଣ ପୂର୍ବକ ଭାରତୀୟ ଜନତା ପାର୍ଟିରେ ସାମିଲ ହେଲେ।
ଏହି କାର୍ଯ୍ୟକ୍ରମ ରେ ସାଧାରଣ ସମ୍ପାଦକ ଶ୍ରୀ ଦେବଦାସ ମହାଙ୍କୁଡ , ଶ୍ରୀ ମୃତ୍ୟୁଞ୍ଜୟ ମହାରଣା, ସିମାଞ୍ଚଳ ବିଷୋୟୀ, ପ୍ରଚଣ୍ଡ ଭତ୍ରା,କୈଳାସ ଗୌଡ,ଶଂକର ମାଳି, ଗୋପିନାଥ ଭତରା, ଭାସ୍କର ଅମାନତ,ଅମୁଲ୍ୟ ମିଶ୍ର,ସନାତନ ବିଷୋୟୀ ଉପସ୍ଥିତ ଥିଲେ l