ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳ ଦଶରଥପୁର ବ୍ଲକ ଥାଲକୁଡ଼ି ଓ ପାଲଟପୁର ପଞ୍ଚାୟତ ବୁଲି ସ୍ଥିତି ପରଖିଲେ ଉପଲବ୍ଧ ସ୍ବାସ୍ଥ୍ୟ ବ୍ୟବସ୍ଥା ଅନୁଧ୍ୟାନ, ଜଳ ବିଶୋଧନ ପାଇଁ ନିର୍ଦ୍ଦେଶ ଦେଲେ 

ଜିଲ୍ଲାପାଳ ଦଶରଥପୁର ବ୍ଲକ ଥାଲକୁଡ଼ି ଓ ପାଲଟପୁର ପଞ୍ଚାୟତ ବୁଲି ସ୍ଥିତି ପରଖିଲେ ଉପଲବ୍ଧ ସ୍ବାସ୍ଥ୍ୟ ବ୍ୟବସ୍ଥା ଅନୁଧ୍ୟାନ, ଜଳ ବିଶୋଧନ ପାଇଁ ନିର୍ଦ୍ଦେଶ ଦେଲେ 

ଯାଜପୁର ୧୬ ଜୁନ ୨୦୨୫ (ପ୍ରଦୀପ କୁମାର ମଲ୍ଲିକ) : ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଆଜି ପୂର୍ବାହ୍ନରେ ଦଶରଥପୁର ବ୍ଲକ ଗସ୍ତରେ ଆସି ଝାଡ଼ା, ବାନ୍ତି ସ୍ଥିତି ସମୀକ୍ଷା କରିଥିଲେ। ଏହି ବ୍ଲକର ଥାଲକୁଡି ଓ ପାଲଟପୁର ପଞ୍ଚାୟତର କେତେକ ଗାଁ ବୁଲିଥିଲେ। ଲୋକମାନଙ୍କୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ପଚାରି ବୁଝି ଥିଲେ। ଲୋକଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ପ୍ରଶାସନ ଜାଗତିଆର ଅଛି। ଝାଡ଼ା, ବାନ୍ତି ନିୟନ୍ତ୍ରଣରେ ରହିଛି। ଆତଙ୍କିତ ନହୋଇ ଖାଦ୍ୟ, ପାନୀୟ ଉପରେ ଗୁରୁତ୍ବ ଦିଅନ୍ତୁ ବୋଲି ଜିଲାପାଳ କହିଥିଲେ। କୂଅ, ପୋଖରୀ ବିଶୋଧନ, ଘରେ ଘରେ ହେଲୋଜିନ ଟାବଲେଟ , ଓ ଆର ଏସ ଓ ଆବଶ୍ୟକ ସମସ୍ତ ଔଷଧ ପହଞ୍ଚିବା ସୁଣିଶ୍ଚିନ୍ତିତ କରିବାକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ମେଡିକାଲ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଶା, ଅଙ୍ଗନବାଡି ଓ ସ୍ବାସ୍ଥ୍ୟ କର୍ମୀ ମାନେ ନିୟମିତ ସ୍ବାସ୍ଥ୍ୟ ସଚେତନତା ସୃଷ୍ଟି ସହ ଜଳ ଉତ୍ସ ଗୁଡ଼ିକୁ ବିଶୋଧନ କରିଛନ୍ତି ବୋଲି ଡାକ୍ତର ଅମ୍ରିତା ପ୍ରିତମ ମଲ୍ଲ ସୂଚନା ଦେବା ସହ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି ଓ ସମାଷ୍ଟ କର୍ମଚାରୀ ସଜାଗ ରହିଛନ୍ତି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି ବୋଲି ଅମ୍ରିତା ପ୍ରିତମ ଜିଲାପାଳଙ୍କୁ ସୂଚିତ କରିଥିଲେ। ବିଡିଓ ଆକାଶ ପଟ୍ଟନାୟକ,ସହକାରୀ ନିର୍ବାହୀ ଯନ୍ତ୍ରୀ ରାସ୍ ବିହାରୀ ଜେନା , ତହସିଲ କର୍ମଚାରୀ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର, କର୍ମଚାରୀ, ଜନ ସ୍ୱାସ୍ଥ୍ୟ ଅଧିକାରିଣୀ ବନିତା ଦାଶ ଓ ନିର୍ବାଚିତ ଜନପ୍ରତିନିଧି ଜିଲାପାଳଙ୍କ ସହ ବୁଲିଥିଲେ। 

Related posts

ବିଦ୍ୟାଳୟ ତରଫରୁ ଏ-୧ ଛାତ୍ରଙ୍କୁ ସମ୍ବର୍ଦ୍ଧନା

masiha

DRM Rayagada Launches Swachhata Hi Seva 2025 Campaign

Sunil Chandra Nayak

ରଜ ପର୍ବରେ ୟୁନିଟେକ୍‌ରେ ‘ପ୍ରଯୁକ୍ତି ଓ ସୃଜନଶୀଳତାର ସଙ୍ଗମ’ ପ୍ରତିଯୋଗିତା

Sunil Chandra Nayak

Leave a Comment

error: Content is protected !!