ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ବାଲେଶ୍ଵରର ‘ଭଜନ ଶ୍ରୀ କ୍ଷେତ୍ର’ ରେ ଅଧ୍ୟକ୍ଷଙ୍କୁ ରାଇରଙ୍ଗପୁର ପାଲା,କଳା ଓ ସଂଗୀତ ପରିଷଦ ତରଫରୁ ସମ୍ବର୍ଦ୍ଧନା

ରାଇରଙ୍ଗପୁରରେ ବାଲେଶ୍ଵରର ‘ଭଜନ ଶ୍ରୀ କ୍ଷେତ୍ର’ ରେ ଅଧ୍ୟକ୍ଷଙ୍କୁ ରାଇରଙ୍ଗପୁର ପାଲା,କଳା ଓ ସଂଗୀତ ପରିଷଦ ତରଫରୁ ସମ୍ବର୍ଦ୍ଧନା

 ମୟୂରଭଂଜ- ୧୫/୦୬ — ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର‌ ପ୍ରାଙ୍ଗଣରେ ପବିତ୍ର‌ ଦେବ ସ୍ନାନ ପୂର୍ଣିମା ଅବସରରେ ସଂନ୍ଧ୍ୟାରେ ବାଲେଶ୍ବର ଅଗ୍ରଣୀ ଆଧ୍ୟାତ୍ମିକ ସାଂସ୍କୃତିକ ସଂଗଠନ ‘ ଭଜନ‌ ଶ୍ରୀ କ୍ଷେତ୍ର’ ତରଫରୁ ଭଜନ ସଂନ୍ଧ୍ଯା କଳାକାର ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିଲା ।ଏହି ଅବସରରେ ରାଇରଙ୍ଗପୁର ଅଗ୍ରଣୀ ସାଂସ୍କୃତିକ ସଂଗଠନ “ରାଇରଙ୍ଗପୁର ପାଲା,କଳା ଓ ସଂଗୀତ ସାଂସ୍କୃତିକ ପରିଷଦ” ତରଫରୁ ସଦସ୍ୟ ବୃନ୍ଦ ସଂଗୀତ ଗୁରୁ ସୁବାଷ ପାତ୍ର,ସଂକୀର୍ତ୍ତନ ପ୍ରେମୀ ମନମୋହନ ପରମାଣିକ,ଗାୟକ ପ୍ରବଳ ଶୁଶିଲ ବିନ୍ଧାଣି,ଗାୟକ ପ୍ରବୀଣ ଈଶ୍ବର ଵେହେରା,ମୁରଲି ମୋହନ ଵଳ,ଆଡଭୋକେଟ ପ୍ରମୋଦ ଗୋପାଲ,ସ୍ତମ୍ଭକାର ଜଗନ୍ନାଥ ବଳ,ସଂସ୍କୃତି ପ୍ରେମୀ ପ୍ରମୁଖ ଭଜନ ଶ୍ରୀକ୍ଷେତ୍ର ଅଧ୍ୟକ୍ଷ ସବ୍ୟସାଚୀ ମହାନ୍ତି ଏବଂ ତାଙ୍କ ସହଯୋଗୀମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ରାଇରଙ୍ଗପୁର ଏହି ସାଂସ୍କୃତିକ ଅନୁଷ୍ଠାନ ତରଫରୁ କିଛି ବର୍ଷ ହେଲା ବିଭିନ୍ନ ସ୍ଥାନରେ ହେଉଥିବା ପାଲା,ହରି ସଂକୀର୍ତନ,ପୂଜା ମଣ୍ଡପ,କଳା,ସାହିତ୍ୟ ଅନୁଷ୍ଠାନ,କବି ସମ୍ମ୍ମିଳନ ରେ କଳାକାର,ଲେଖକ,କବି,ସଂଗଠକମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଧିତ କରାଯାଉଛି ।ଅନୁଷ୍ଠାନର ସଦସ୍ୟ କୁହନ୍ତି ବସ୍ତୁବାଦୀ ଦୁନିଆଁରେ ଅର୍ଥ ପଛରେ ଗୋଡାଇ ଲୋକେ କଳା ଓ ସଂସ୍କୃତିକୁ ଭୁଲି ଯାଉଛନ୍ତି ।ଉତ୍କଳୀୟ ସଂସ୍କୃତିର ସାରା ବିଶ୍ବରେ ଏକ ଅନନ୍ୟ ପରିଚୟ ଅଛି । ହଜି ଯାଉଥିବା ଉତ୍କଳୀୟ ସଂସ୍କୃତି ,ପାଲା,ଦାସକାଠିଆ, ପରଂପରା,କଳା,ସାହିତ୍ୟ କୁ ଵଞ୍ଚାଇବା , ଉଜ୍ଜୀବିତ କରିବା ସହ ପ୍ରଚାର ଓ ପ୍ରସାର ପାଇଁ ଯେଉଁ ସାରସ୍ଵତ ସାଧକ ମାନେ ଦିନରାତି କଠିନ ପରିଶ୍ରମ କରୁଛନ୍ତି ,ସେମାନଙ୍କୁ ଉତ୍ସାହିତ କରିବା ପାଇଁ ଗୁଣ୍ଡୁଚି ମୂଷା ଭଳି ଛୋଟିଆ ପ୍ରୟାସ ଏହି ଛୋଟିଆ ଅନୁଷ୍ଠାନ ତରଫରୁ କରାଯାଉଛି ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

କୁଆଁରମୁଣ୍ଡା ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ସ୍ଥାୟୀ ଜମିପଟା ଦାବୀରେ ମହାଲିଙ୍ଗ ରାଜସ୍ୱ ନିରୀକ୍ଷକ କାର୍ଯ୍ୟଳୟ ସମ୍ମୁଖରେ ଧାରଣା

Sunil Chandra Nayak

Leave a Comment

error: Content is protected !!