ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣାରେ ରାଜ୍ୟ ଓବିସି ମଞ୍ଚ ଜନଜାଗରଣ ରଥ ଓ ସାଧାରଣ ସଭା

ଭବାନୀପାଟଣାରେ ରାଜ୍ୟ ଓବିସି ମଞ୍ଚ ଜନଜାଗରଣ ରଥ ଓ ସାଧାରଣ ସଭା

ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ଲଢେଇ ଜାରୀ ରହିବ

ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ଓବିସି ମଞ୍ଚର ଜନଜାଗରଣ ଯାତ୍ରା ରଥ ରବିବାର କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରେ ପହଞ୍ଚିଥିଲା। 

ଜନଜାଗରଣ ଯାତ୍ରା ରଥ ସହର ପରିକ୍ରମା କରିବା ପରେ ଭବାନୀପାଟଣା ଗାନ୍ଧୀ ଚୌକ ଠାରେ ଓବିସି ମଞ୍ଚ ର ରାଜ୍ୟ ସଭାପତି ଶଙ୍କର ପାତ୍ର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସଭାରେ ଓବିସି ମଞ୍ଚର ରାଜ୍ୟ ସଂପାଦକ ସମରଜିତ୍ ବେହେରା,ଓବିସି ଜନ ଜାଗରଣ ମଞ୍ଚ ର ବିରଞ୍ଚି ସାହୁ,ଓବିସି ମଞ୍ଚର କୋଷାଧ୍ୟକ୍ଷ ପରଦେଶୀ ବିଶ୍ଵାଳ,ଓବିସି ମଞ୍ଚର ଉପ ସଭାପତି ଇ. ପ୍ରଦୀପ ବେହେରା ଯୋଗ ଦେଇଥିଲେ। କୀର୍ତ୍ତିଚନ୍ଦ୍ର ଗୌଡ ମଞ୍ଚ ପରିଚାଳନା କରିଥଲେ। ରୂପ କେଶରୀ ଦଳେଇ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଆଇନଜୀବି ସଚ୍ଚିଦାନନ୍ଦ ସାହୁ ଧନ୍ୟବାଦ୍ ଅର୍ପଣ କରିଥଲେ।ଓବିସି ଜନ ଜାଗରଣ ମଞ୍ଚର କଳାହାଣ୍ଡି ଜିଲ୍ଲା ସଂଯୋଜକ ଡାକେ ଲହଜଲ ବୈଠକ ର ବିଷୟ ବସ୍ତୁ ଉପରେ ଆଲୋକପାତ କରିଥିଲେ।

ସୂଚନାଯୋଗ୍ୟଯେ,ଓବିସି ବର୍ଗର ସାମ୍ବିଧାନିକ ହକ୍ ଓ ସମାନୁପାତିକ ଅଧିକାର ପ୍ରତିନିଧିତ୍ଵ ପାଇଁ ଓବିସି ମଞ୍ଚର ଓବିସି ଜନଜାଗରଣ ଯାତ୍ରା ୨୬ ନଭେମ୍ବର ୨୦୨୩ ରୁ ଓଡ଼ିଶାରେ ଓବିସି ଜନଜାଗରଣ ଯାତ୍ରା ରଥ ରାଜ୍ୟବ୍ୟାପୀ ପରିକ୍ରମା କରୁଛି।

ଓବିସି ମଞ୍ଚର ଆଭିମୁଖ୍ୟ….

ଭାରତ ଏକ ଗଣତାନ୍ତ୍ରିକ ରାଷ୍ଟ୍ର । ରାଷ୍ଟ୍ରୀୟ ମୂଳ ସ୍ରୋତ (ଶାସନ, ପ୍ରଶାସନ, ନ୍ୟାୟପାଳିକା ଓ ମିଡିଆ) ରେ ସବୁବର୍ଗର ଲୋକଙ୍କ ସମାନୁପାତିକ ଭାଗୀଦାରୀ ହିଁ ଗଣତନ୍ତ୍ର । ପରିତାପର ବିଷୟ ଉକ୍ତ ଚାରୋଟି ସ୍ତମ୍ଭରେ ଓବିସିଙ୍କ ପ୍ରତିନିଧୃତ୍ଵ ଶୂନ ଅବା ନଗଣ୍ୟ । ମଣ୍ଡଳ କମିଶନ ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ଚାକିରୀରେ ୨୭% ୧୯୯୩ ରୁ ଓ ଶିକ୍ଷାରେ ୨୦୦୮ ରୁ ସଂରକ୍ଷଣ ଓବିସିଙ୍କୁ ଦେଉଥିଲେ ହେଁ, ଜାତି ଜନଗଣନା ଅଭାବରୁ ପ୍ରତିକ୍ଷଣରେ ନ୍ୟାୟାଳୟର ଦ୍ଵାରସ୍ଥ ହେବାକୁ ପଡୁଛି । ଓଡିଶା ସରକାର ଏଯାବତ (ଶିକ୍ଷା, ଚାକିରୀ ଓ ରାଜନୀତି) ରେ କୌଣସି ସଂରକ୍ଷଣ ଓବିସିଙ୍କୁ ଦେଇ ନାହାନ୍ତି । ଫଳରେ ଓବିସି ପଛୁଆରୁ ଅତି ପଛୁଆ ହେବାରେ ଲାଗିଛି।ଏହା ଓବିସି ବର୍ଗଙ୍କୁ ଜଣା ନାହିଁ । ଓବିସି ମଂଚର ଏକମାତ୍ର ଲକ୍ଷ୍ୟ ଓବିସିଙ୍କ ବିକାଶ ଓ କେବଳ ବିକାଶ । ବିଚାର ଧାରା ସୃଷ୍ଟ, ଭାରତୀୟ ସମ୍ବିଧାନ ହିଁ ଓବିସି ମଂଚର ବିଚାରଧାରା ଅଟେ ଏବଂ ନିମ୍ନ ଲିଖିତ ଲକ୍ଷ୍ୟକୁ ହାସଲ କରିବାକୁ ଓବିସି ମଂଚ ବଦ୍ଧ ପରିକର ।

(୧) ଓବିସିଙ୍କ ସଶକ୍ତିକରଣ ପାଇଁ ଜାତି ଜନଗଣନା କରିବା ଜରୁରୀ ।

(୨) SEBC ଙ୍କ ଠାରୁ ଅଲଗା କରି ସ୍ଵତନ୍ତ୍ର ଓବିସି ଆରକ୍ଷଣ ସୁନିଶ୍ଚିତ କରିବା ।

(୩) Creamy Layer ବ୍ୟବସ୍ଥା ତଥା ୫୦% ଆରକ୍ଷଣ ସିଲିଂ କୁ ଉଚ୍ଛେଦ କରି ୫୨% ଓବିସିଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ।

(୪) ଓବିସି ପ୍ରମାଣପତ୍ର କୁ ସ୍ଥାୟି କରିବା ।

(୫) ଓବିସି ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆରକ୍ଷଣକୁ ସୁନିଶ୍ଚିତ କରିବା ସହ ଶିକ୍ଷା ପ୍ରତି ପ୍ରେରଣା ଦେବା ଓ ପାଠ୍ୟକ୍ରମ ପରିତ୍ୟାଗ (Drop out) କୁ କମ୍ କରିବା ପାଇଁ ଛାତ୍ରବୃତ୍ତି, ହଷ୍ଟେଲ ସୁବିଧା, ରାଷ୍ଟ୍ରୀୟ ଫେଲୋସିପ୍ ଶୈକ୍ଷିଣିକ ଋଣ ସହ ବିଦେଶରେ ପାଠ ପଢିବା ପାଇଁ ସ୍ଵତନ୍ତ୍ର ଶିକ୍ଷାବୃତ୍ତି ଯୋଗାଇ ଦିଆଯିବା ।

(୬) ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଗରିବ ପଛୁଆବର୍ଗ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ପ୍ରତିପୂରଣ (Reimbursement) ବ୍ୟବସ୍ଥା ସୁନିଶ୍ଚିତ କରିବା ।

(୭) ନିଯୁକ୍ତି କ୍ଷେତ୍ରରେ ସମସ୍ତ ସରକାରୀ ଓ ବେସରକାରୀ ଚାକିରିରେ ଓବିସିଙ୍କୁ ସମାନୁପାତିକ (ଜାତି ଜନଗଣନା ନ ହେବା ପର୍ଯ୍ୟନ୍ତ ୫୨%) ସଂରକ୍ଷଣ ଲାଗୁ କରିବା ।

(୮) ଓବିସି ଯୁବଗୋଷ୍ଠୀ ମାନଙ୍କ ବ୍ୟବସାୟିକ କୌଶଳ ବିକାଶ ଶିକ୍ଷାର ବ୍ୟବସ୍ଥା କରିବା ସହ ତାଲିମ କେନ୍ଦ୍ର ର ସ୍ଥାପନା କରିବା ଓ ଓବିସିଙ୍କ କୌଳିକ ବୃତ୍ତିକୁ ଆଗକୁ ନେବା ପାଇଁ ଆର୍ଥିକ ସହାୟତା ରାଜ୍ୟ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯିବା ।

(୯) କୃଷକମାନଙ୍କ ପାଇଁ ସ୍ଵତନ୍ତ୍ର କୃଷି ପ୍ରୋତ୍ସାହନ (Subsidy), କୃଷି ଋଣ, ମାଗଣା ବିଜୁଳି ତଥା ଜଳସେଚନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ଓ ଭୂମିହୀନ ଓବିସି ଶ୍ରମିକଙ୍କୁ ସରକାରଙ୍କ ଦ୍ଵାରା କୃଷି ଜମି ଯୋଗାଇ ଦିଆଯିବା । ଏମ୍.ଏସ୍.ପି କୁ ଉତ୍ପାଦିତ ମୂଲ୍ୟର ଦେଢ଼ ଗୁଣା କରିବା ।

(୧୦) ପିଅନ୍ ଠାରୁ ଓଏଏସ୍ ପର୍ଯ୍ୟନ୍ତ ସବୁ ପଦ ପଦବୀରେ ୧୯୯୪ ରୁ Retrospective Effect ରେ ଓବିସିଙ୍କ ସ୍ଥାନ ପୂରଣ କରିବା ।

(୧୧) ଓବିସି ବର୍ଗର ସାମାଜିକ, ଅର୍ଥନୈତିକ ଓ ଶିକ୍ଷାର ବିକାଶ ପାଇଁ ସ୍ଵତନ୍ତ୍ର ନିଗମ (Corporation) ଓ ମନ୍ତ୍ରଣାଳୟ ଗଠନ କରିବା ।

(୧୨) ଓବିସିଙ୍କୁ ରାଷ୍ଟ୍ରୀୟ ମୂଳସ୍ରୋତରେ ସାମିଲ କରିବା ପାଇଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରୁ ଆରମ୍ଭ କରି ବିଧାନସଭା ଓ ଲୋକସଭା ତଥା ରାଜ୍ୟ ସଭାରେ ସମାନୁପାତିକ ପ୍ରତିନିଧିତ୍ଵ ଦେବା। 

(୧୩) ଗତ ୩୦ ବର୍ଷ ହେଲା ଓଡ଼ିଶାର ଓବିସିଙ୍କୁ କୌଣସି ସଂରକ୍ଷଣ ନ ଦେଇ ଓବିସିଙ୍କ ସାମ୍ବିଧାନିକ ହକ୍ କୁ ହନନ୍ କରିଥିବା ଓଡ଼ିଶା ରାଜ୍ୟ ସରକାର ପ୍ରତ୍ୟେକ ଓବିସି ପରିବାରଙ୍କୁ ୫ କୋଟି ଲେଖାଏଁ କ୍ଷତି ପୂରଣ ଦିଅନ୍ତୁ ବୋଲି ଓବିସି ମଞ୍ଚ ପକ୍ଷରୁ ଦାବୀ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…….

Related posts

ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

କଳାହାଣ୍ଡି ଦିବ୍ୟାଙ୍ଗ ମଞ୍ଚ ର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

masiha

ନର୍ଲା ପଞ୍ଚାୟତ ଡିଗ୍ରୀ କଲେଜରେ ନୂତନ ସଭାପତି ମନୋନୀତ

Leave a Comment

error: Content is protected !!