ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛପଡ଼ି ଜାତୀୟ ରାଜପଥ ଅବରୋଧ : ଏକାଧିକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଲା, ୧୦ରୁ ଊର୍ଦ୍ଧ୍ୱ ପଞ୍ଚାୟତ ଅନ୍ଧାରରେ

କନ୍ଧମାଳ:01/08/23(ମନିସ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ରେ ଗତ ଏକ ସପ୍ତାହ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ଜୀବନ ଯାତ୍ରା ବ୍ୟାହତ ହେବା ସହ ଛୋଟ ବଡ଼ ଧରଣର କ୍ଷୟକ୍ଷତି ହେଉଛି l ଏପରି ସ୍ଥଳେ ମଙ୍ଗଳବାର ଅପରାହ୍ନ ରେ 59ନଂ. ଜାତୀୟ ରାଜପଥର ମହାସିଙ୍ଗି ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ବରଗଛ ଉପୁଡି ପଡିବା ଫଳରେ ଯାତାୟାତ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେବା ସହ ବିଦ୍ୟୁତ ସେବା ମଧ୍ୟ ବ୍ୟାହତ ହୋଇଥିଲା l ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଯାନବାହାନ ଅଟକି ରହିଥିଲା l ଖବର ପାଇବା ପରେ ବିଦ୍ୟୁତ ବିଭାଗ କର୍ମଚାରୀ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବିଦ୍ୟୁତ ତାର ଓ ରାସ୍ତାରୁ ଗଛ ହଟାଇବା ପରେ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇପାରିଥିଲା l ସେହିପରି ଦାରିଙ୍ଗବାଡି ବ୍ଲକ ସିମନବାଡି ଅଞ୍ଚଳରେ ବହୁ ୟୁକାଲ ପଟାସ ଗଛ ପଡି ଏକାଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଯାଇଛି। ତାର ଛିଣ୍ଡି ବିଦ୍ୟୁତ୍‌ ସେବା ବାଧାପ୍ରାପ୍ତ ହୋଇଛି। ସିମନବାଡି ସମେତ ଶ୍ରାନିକେତା, କିରିକୁଟି, ତିଲୋରୀ, ବୁଡ଼ାଗୁଡା, ଗୁମିକିଆ, କୋଟଗଡ଼ ବ୍ଲକ ପକାରୀ, ବାଲିଗୁଡା ବ୍ଲକ ଋତୁଙ୍ଗିଆ ଆଦି ୧୦ ପଞ୍ଚାୟତର ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ପାନୀୟଜଳ ସମସ୍ୟା ନେଇ ବିଡିଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଜେକେ ପୁର ସ୍ଥିତ ଜେକେ କାଗଜ କଳ ର  ପୂର୍ବତନ ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ସିଂଘାଣିଆ ଙ୍କର ୯୧ତମ ଜନ୍ମ ବାର୍ଷିକୀ

masiha

ଭାଗ୍ୟବତୀ ଦାସ (ଜହ୍ନ) ଶ୍ରାଦ୍ଧ ବାର୍ଷିକୀ ରେ ” ଜହ୍ନ ଗଲାପରେ ” ସ୍ମୃତି ଗ୍ରନ୍ଥ ଉନ୍ମୋଚିତ 

masiha

Leave a Comment

error: Content is protected !!