ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିପିଇଓଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଲେ ବ୍ଲକ କର୍ମଚାରୀ ଜନ ପ୍ରତିନିଧି

କୋକସରା,୩୧/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଦୀର୍ଘବର୍ଷ ହେବ ଜିପିଇଓ ଭାବେ ଅବସ୍ଥାପିତ ରହିଥିବା ନାରାୟଣ ଭୋଇଙ୍କୁ ସୋମବାର ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ କୋକସରା ବ୍ଲକ ବିଡ଼ିଓ ଉତ୍ତମ କୁମାର ବାଗ, ବ୍ଲକ ହିସାବ ରକ୍ଷକ ଅଶୋକ କୁମାର ସେଠି, ମୁଖ୍ୟ କିରାଣି ଅଚ୍ୟୁତାନନ୍ଦ ନାଗ, ବିଏସଏସଓ ଦୀପକ କୁମାର ବେହେରାଙ୍କ ଉପସ୍ଥିତିରେ ଦୀର୍ଘ ବର୍ଷ ଧରି କୋକସରା ବ୍ଲକରେ ଜଣେ ନିଷ୍ଠାପର, ମେଳାପୀ ସ୍ଵଭାବ, କର୍ମଠ କର୍ମଚାରୀ ଭାବେ କାର୍ଯ୍ୟ କରି ଅଧିକାରୀ, କର୍ମଚାରୀ, ଜନ ପ୍ରତିନିଧି ଓ ଜନସାଧାରଣଙ୍କ ସହ ଉତ୍ତମ ସମ୍ପର୍କ ରଖି ବେଶ ପରିଚିତ ଥିଲେ। ସୋମବାର ବିଦାୟ ସମ୍ବର୍ଦ୍ଧନା ଅଵସରରେ ଉପସ୍ଥିତ ବ୍ଲକ ଅଧିକାରୀ, ୨୨ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ପଞ୍ଚାୟତ କର୍ମଚାରୀ ମାନେ ତାଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ମଣିଷର ସାଧାରଣ ପବୃତ୍ତି ହେଉଛି କବି ପବୃତ୍ତି: ଉମାକାନ୍ତ

Sunil Chandra Nayak

ବିଦ୍ୟାଳୟରେ  ଦୁଇ ହଳ ଲେଖାଏଁ ପୋଷାକ ବଣ୍ଟନ

Sunil Chandra Nayak

କମି ଯାଉଛି ଭୁତଳ ଜଳସ୍ତର, ପର୍ଯ୍ୟାପ୍ତ ହୋଇପାରୁନି ବସୁଧା ଜଳ, ଷ୍ଟାଣ୍ଡପୋଷ୍ଟ ଥାଇ ସୁଦ୍ଧା ମିଳି ପାରୁନି ପାନୀୟ ଜଳ, ପାଣି ଟେଙ୍କର ମାଧ୍ୟମରେ 5ଟି ପଞ୍ଚାୟତରେ ଯୋଗାଣ ହେଉଛି ପାନୀୟ ଜଳ

Leave a Comment

error: Content is protected !!