ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଦଳିଲେ ଖଇରା ତହସିଲଦାର

ବଦଳିଲେ ଖଇରା ତହସିଲଦାର

ବାଲେଶ୍ଵର,୦୧/୩/୨୪- ବାଲେଶ୍ଵର ଜିଲ୍ଲା ଖଇରା ତହସିଲଦାର ପ୍ରଶାନ୍ତ କୁମାର ମହାରଣାଙ୍କର ସୋନପୁର ଜିଲ୍ଲା ଉପଖଣ୍ଡ ବୀରମହାରାଜପୁର ଅନ୍ତର୍ଭୁକ୍ତ ଉଲଣ୍ଡା ତହସିଲ କାର୍ଯ୍ୟାଳୟକୁ ବଦଳି ହୋଇଛି । ଶ୍ରୀ ମହାରଣାଙ୍କ ସ୍ଥାନରେ କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ଅଧିନରେ ଥିବା ବୋରିଗୁମ୍ମା ତହସିଲଦାର ସବ୍ୟସାଚୀ ଜେନାଙ୍କୁ ଖଇରା ତହସିଲଦାର ଭାବେ ସରକାର ନିଯୁକ୍ତି ଦେଇଛନ୍ତି । ଶ୍ରୀ ମହାରଣା ଏହା ପୂର୍ବରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ କାର୍ଯ୍ୟାଳୟରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଯେହେତୁ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀର ଚାନ୍ଦବାଲି ତହସିଲ ଓ ଖଇରା ତହସିଲ ଆସୁଥିବାରୁ ଯେଉଁ ଅଧିକାରୀ ମାନେ ଗୋଟିଏ ନିର୍ବାଚନ ମଣ୍ଡଳୀର ୫ ବର୍ଷ ରହିଥିବେ ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ବଦଳି ଆଦେଶ କରିଛନ୍ତି । ଏହା ଦ୍ବାରା ନିର୍ବାଚନ ସ୍ବଛତା ରହିବ ବୋଲି ସରକାର ପକ୍ଷରୁ ସ୍ପଷ୍ଟ ନିଷ୍ପତ୍ତି ନିଆଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବରିଷ୍ଟ ଓକିଲ ଜଗବନ୍ଧୁ ନାୟକ ଙ୍କ ପରଲୋକ

Sunil Chandra Nayak

ଭବାନୀ ପାଟଣା ରେ ବିଶ୍ୱ ପରିବେଶ ଦିବସ ପାଳିତ

ଇଫୁନା ଓ ଉଫୁନା ପକ୍ଷରୁ ବିଶ୍ଵ ପରିବେଶ ଦିବସ -୨୦୨୬ ପାଳିତ

Leave a Comment

error: Content is protected !!